ଓଡିଶା

odisha

ମହାରାଷ୍ଟ୍ରରେ ବନ୍ୟା ମୁକାବିଲା, ଓଡିଶାରୁ ଗଲା NDRF ଟିମ

By

Published : Jul 23, 2021, 1:41 PM IST

Updated : Jul 23, 2021, 4:29 PM IST

ମହାରାଷ୍ଟ୍ରରେ ବନ୍ୟା ମୁକାବିଲା, ଓଡିଶାରୁ ଗଲା NDRF ଟିମ
ମହାରାଷ୍ଟ୍ରରେ ବନ୍ୟା ମୁକାବିଲା, ଓଡିଶାରୁ ଗଲା NDRF ଟିମ

ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିରେ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଓଡିଶାରୁ ଗଲା NDRF ଟିମ । ଅଧିକ ପଢନ୍ତୁ...

ଭୁବନେଶ୍ବର: ମହାରାଷ୍ଟ୍ରରେ ଲଗାଣ ବର୍ଷା ଯୋଗୁଁ ସୃଷ୍ଟି ହୋଇଛି ଭୟଙ୍କର ବନ୍ୟା ପରିସ୍ଥିତି । ଫଳରେ ବନ୍ୟା ଜଳରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଆଗେଇଛି ଓଡିଶା । ରାଜ୍ୟରୁ ଆଜି(ଶୁକ୍ରବାର) 8ଟି NDRF ଟିମ ସ୍ବତନ୍ତ୍ର ବିମାନ ଯୋଗେ ମହାରାଷ୍ଟ୍ରକୁ ଯାଇଛନ୍ତି ।

ମହାରାଷ୍ଟ୍ରରେ ବନ୍ୟା ମୁକାବିଲା, ଓଡିଶାରୁ ଗଲା NDRF ଟିମ

କଟକ ଗୋଆ ଓ ମହାରାଷ୍ଟ୍ର ଅଭିମୁଖେ ବାହାରିଛନ୍ତି ମୁଣ୍ଡଳିରୁ ୮ ଟିମର ୪୭ ଯବାନ । ପୁଣେକୁ ୪ଟି ଟିମ୍, ଗୋଆକୁ ୨ଟି ଟିମ୍, ରତ୍ନଗିରିକୁ ୨ଟିମ ସ୍ବତନ୍ତ୍ର ବାୟୁସେନା ବିମାନ ଯୋଗେ ଭୁବନେଶ୍ଵର ବିମାନ ବନ୍ଦରରୁ ଗସ୍ତ ପାଇଁ ବାହାରିଛି । ଏନେଇ ସୁଚନା ଦେଇଛନ୍ତି ଏନଡିଆର ଏଫ କମାଣ୍ଡାଣ୍ଟ ଅରୁଣ ଦେଓଗାମ ।

ମହାରାଷ୍ଟ୍ରରେ ବନ୍ୟା ମୁକାବିଲା, ଓଡିଶାରୁ ଗଲା NDRF ଟିମ

ଚାରିଆଡେ ବନ୍ୟା ପାଣିଥିବାରୁ ଗମନାଗମନ ବାଧାପ୍ରାପ୍ତ ହୋଇଛି । କୋଙ୍କଣ ରେଳ ମାର୍ଗରେ ଟ୍ରେନ୍ ସେବା ପ୍ରଭାବିତ ହୋଇଥିବାରୁ ପ୍ରାୟ 6,000 ଯାତ୍ରୀ ଫସିରହିଥିବା ସୂଚନା ମିଳିଛି । ମୁମ୍ବାଇ ସମେତ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ରେଳ ଓ ଯାତାୟାତ ବାଧା ପ୍ରାପ୍ତ ହୋଇଛି । ଏହି କାରଣରୁ ଉଦ୍ଧାର କାର୍ଯ୍ୟରେ ପ୍ରଶାସନକୁ ସହାୟତା କରିବା ରାଜ୍ୟରୁ ଯାଇଛନ୍ତି ଏହି ଉଦ୍ଧାରକାରୀ ଟିମ ।

ମହାରାଷ୍ଟ୍ରରେ ବନ୍ୟା ମୁକାବିଲା, ଓଡିଶାରୁ ଗଲା NDRF ଟିମ

ରତ୍ନଗିରି ଜିଲ୍ଲାର ପ୍ରମୁଖ ଜଗବୁଡି, ବଶିଷ୍ଟି, କୋଡାଭଲୀ, ଶସ୍ତ୍ରୀ, ବାଭ ସମେତ ଅନେକ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଏହାଫଳରେ ଖେଡ, ଚିପଲୁନ୍, ଲାଞ୍ଜା, ରାଜାପୁର, ସାଙ୍ଗମେଶ୍ବର ଏବଂ ଏହାର ଆଖପାଖ ଅଞ୍ଚଳରେ ପାଣି ପଶିବା କାରଣରୁ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ବନ୍ୟା କାରଣରୁ ମୁମ୍ବାଇରେ ଭୂସ୍ଖଳନ ଘଟିଥିବା ମଧ୍ୟ ସୂଚନା ମିଳିଛି ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

Last Updated :Jul 23, 2021, 4:29 PM IST

ABOUT THE AUTHOR

...view details