ଓଡିଶା

odisha

ଖୁବ ଶୀଘ୍ର ଦ୍ବିତୀୟ ଲହର ପିକ୍‌ କ୍ରସ କରିବ ଓଡିଶା: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

By

Published : Jan 13, 2022, 1:06 PM IST

Updated : Jan 13, 2022, 2:06 PM IST

ରାଜ୍ୟରେ କୋଭିଡ ସଂକ୍ରମଣ ଉପର ମୁହାଁ,  ହସ୍ପିଟାଲାଇଜେସନ ସଂଖ୍ୟା ବହୁତ କମ
ରାଜ୍ୟରେ କୋଭିଡ ସଂକ୍ରମଣ ଉପର ମୁହାଁ, ହସ୍ପିଟାଲାଇଜେସନ ସଂଖ୍ୟା ବହୁତ କମ ()

ରାଜ୍ୟରେ କୋଭିଡ ସଂକ୍ରମଣ ଉପର ମୁହାଁ ଟ୍ରେଣ୍ଡରେ ରହିଛି, ସଂକ୍ରମଣ ବଢିଲେ ମଧ୍ୟ ହସ୍ପିଟାଲାଇଜେସନ ବହୁତ କମ ରହିଛି । ଅଧିକ ପଢନ୍ତୁ

ଭୁବନେଶ୍ବର:ଆଜି ରାଜ୍ୟରେ ସଂକ୍ରମଣ ୧୦ ହଜାର ପାର କରିଛି । ବଢୁଥିବା କୋରୋନା ସଂକ୍ରମଣକୁ ନେଇ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ରାଜ୍ୟରେ କୋଭିଡ ସଂକ୍ରମଣ ଉପରମୁହାଁ ଟ୍ରେଣ୍ଡରେ ରହିଛି । ବହୁତ ଅଳ୍ପ ଦିନରେ ଆମେ ଦ୍ୱିତୀୟ ଲହର ପିକକୁ କ୍ରସ କରି ଯାଇପାରୁ । ଗୋଟିଏ ପାଣ୍ଡେମିକରେ ପ୍ରଥମେ ବଢ଼ିବ ତାହା ପରେ କିଛି ଦିନ ସମାନ୍ତରାଳରେ ରହିବ ତା ପରେ କମିବ । ବର୍ତ୍ତମାନ ଦେଶରେ ବି ବଢୁଛି ସେଥି ପାଇଁ ରାଜ୍ୟରେ ମଧ୍ୟ ବଢୁଥିବା କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

ରାଜ୍ୟରେ କୋଭିଡ ସଂକ୍ରମଣ ଉପର ମୁହାଁ, ହସ୍ପିଟାଲାଇଜେସନ ସଂଖ୍ୟା ବହୁତ କମ

ସଂକ୍ରମଣ ବଢୁଛି ସତ ହେଲେ ହସ୍ପିଟାଲରେ ବହୁ କମ ସଂଖ୍ୟକ ରୋଗୀ ଆଡମିଟ ହେଉଛନ୍ତି । ଏମିତି କି ବେଡ଼ ଅକ୍ୟୁପେନସିର ଷ୍ଟାଟସ୍ ଅନୁଯାୟୀ ଜେନେରାଲ ବେଡ଼ରେ 6.51 ପ୍ରତିଶତ, ଆଇସିୟୁରେ 12.51 ପ୍ରତିଶତ, କ୍ରିଟିକାଲ କେୟାରରେ 3.62 ପ୍ରତିଶତ ପେସେଣ୍ଟ ରହିଛନ୍ତି । ଆମେ ବର୍ତ୍ତମାନ 5 ଦିଗ ଉପରେ ନଜର ରଖିଛୁ । ଟେଷ୍ଟ ପିଜେଟିଭ ରେଟ, ହସ୍ପିଟାଲାଇଜେସନ, ମୃତ୍ୟୁ ହାର, ଲୋକଙ୍କ ବ୍ୟବହାର ଏ ସବୁକୁ ଦେଖି ଆମେ ଆଗାମୀ ପଦକ୍ଷେପ ନେବୁ । କେବଳ ଓଡ଼ିଶାରେ ନୁହେଁ ଭାରତରେ ମଧ୍ୟ ହସ୍ପିଟାଲାଇଜେସନ କମ ରହିଛି । ଦ୍ୱିତୀୟ ଲହର ତୁଳନାରେ ଏବେ ବହୁତ କମ ରହିଛି ହସ୍ପିଟାଲାଇଜେସନ । ମୁଖ୍ୟମନ୍ତ୍ରୀ ଯେମିତି କହିଛନ୍ତି ଆମେ ସେହି ଅନୁସାରେ ଭିତ୍ତିଭୂମି ବଢ଼େଇବା ଜାରି ରଖିଛୁ । ଔଷଧ, ଅକ୍ସିଜେନ ଓ ବେଡ଼ ପ୍ରସ୍ତୁତ କରି ରଖା ଯାଉଥିବା ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated :Jan 13, 2022, 2:06 PM IST

ABOUT THE AUTHOR

...view details