ଓଡିଶା

odisha

ପିଏମଙ୍କ ଜନ୍ମଦିନରେ କଂଗ୍ରେସ ପାଳୁଛି ରାଷ୍ଟ୍ରୀୟ ବେରୋଜଗାର ଦିବସ, ଏମିତି କହିଲେ ବିଜେପି ସାଂସଦ

By

Published : Sep 17, 2021, 5:37 PM IST

Updated : Sep 17, 2021, 11:02 PM IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନକୁ କଂଗ୍ରେସ ରାଷ୍ଟ୍ରୀୟ ବେରୋଜଗାର ଦିବସ ପାଳନ କରିଛି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସାଂସଦ ଜୁଏଲ ଓରାମ । ଅଧିକ ପଢନ୍ତୁ...

bjp-reaction
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନକୁ କଂଗ୍ରେସ ରାଷ୍ଟ୍ରୀୟ ବେରୋଜଗାର ଦିବସ ପାଳନକୁ ନେଇ ବିଜେପିର ପ୍ରତିକ୍ରିୟା

ଭୁବନେଶ୍ବର:ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୧ ତମ ଜନ୍ମ ଦିବସ । ଏହି ଦିବସକୁ ବିଜେପି ଧୁମଧାମରେ ପାଳନ କରିଥିବାବେଳେ ସେପଟେ କଂଗ୍ରେସ କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନକୁ ରାଷ୍ଟ୍ରୀୟ ବେରୋଜଗାର ଦିବସ ଭାବେ ପାଳନ କରିଛନ୍ତି । ଏହାକୁ ନେଇ ବିଜେପି ପ୍ରତିକ୍ରିୟା ରଖିଛି।

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନକୁ କଂଗ୍ରେସ ରାଷ୍ଟ୍ରୀୟ ବେରୋଜଗାର ଦିବସ ପାଳନକୁ ନେଇ ବିଜେପିର ପ୍ରତିକ୍ରିୟା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନକୁ କଂଗ୍ରେସର ରାଷ୍ଟ୍ରୀୟ ବେରୋଜଗାର ଦିବସ ପାଳନକୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସାଂସଦ ଜୁଏଲ ଓରାମ ପ୍ରତିକ୍ରିୟା ରଖି କହିଛନ୍ତି ଯେ ପୂ୍ର୍ବରୁ କେନ୍ଦ୍ର ୧ ଟଙ୍କା ପଠାଇଲେ ୮୫ ପଇସା ଯାଉଥିଲା କଂଗ୍ରେସ କର୍ମୀଙ୍କ ପାଖକୁ ଆଉ ପନ୍ଦର ପଇସା ପାଉଥିଲେ ହିତାଧିକାରୀ । ବର୍ତ୍ତମାନ ନରେନ୍ଦ୍ର ମୋଦି ସରକାର ଆସିବା ପରେ ପୁରା ପଇସା ହିତାଧିକାରୀଙ୍କ ଆକାଉଣ୍ଟକୁ ଯାଉଛି । ତେଣୁ କଂଗ୍ରେସ ବାଲାଙ୍କୁ ଅର୍ଥ ମିଳୁ ନ ଥିବାରୁ ସେମାନେ ବେରୋଜଗାର ହୋଇଯାଇଛନ୍ତି । କୋଇଲା ଓ ସ୍ପେକ୍ଟରମରୁ ଯେଉଁ ଅର୍ଥ ଖାଇଥିଲେ ସେ ପଇସା ଆଉ ମିଳୁ ନାହିଁ ତେଣୁ ସେମାନେ ବେରୋଜଗାର ହୋଇଯାଇଛନ୍ତି, ତେଣୁ ପକୁଡି ଛାଣି ଖାଆନ୍ତୁ, ଆମେ ଦେଖିବୁ ବୋଲି ଜୁଏଲ ଓରାମ କହିଛନ୍ତି।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ,ଇଟିଭି ଭାରତ

Last Updated :Sep 17, 2021, 11:02 PM IST

ABOUT THE AUTHOR

...view details