ଓଡିଶା

odisha

ଟିକା ନେବେ ରାଜ୍ୟର 1.4 କୋଟି ପିଲା, ଖୁବଶୀଘ୍ର ଆସିବ କେନ୍ଦ୍ରର ଗାଇଡଲାଇନ

By

Published : Oct 14, 2021, 4:34 PM IST

Updated : Oct 14, 2021, 6:07 PM IST

18 ବର୍ଷରୁ କମ ବର୍ଗ ନେବେ ଟିକା, ଖୁବଶୀଘ୍ର ଗାଇଡଲାଇନ ଜାରି କରିବ କେନ୍ଦ୍ର
18 ବର୍ଷରୁ କମ ବର୍ଗ ନେବେ ଟିକା, ଖୁବଶୀଘ୍ର ଗାଇଡଲାଇନ ଜାରି କରିବ କେନ୍ଦ୍ର ()

ଦେଶରେ ଖୁବଶୀଘ୍ର ୧୮ ବର୍ଷରୁ କମ ଶିଶୁଙ୍କୁ ଟିକା ଦିଆଯିବ । ତେବେ ରାଜ୍ୟରେ ମଧ୍ୟ ଏହି ବର୍ଗର ଟୀକାକରଣ ପାଇଁ କେନ୍ଦ୍ର ସରକାର ଗାଇଡ଼ଲାଇନ ଜାରି କରିପାରନ୍ତି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଅଧିକ ପଢନ୍ତୁ....

ଭୁବନେଶ୍ବର:ଦେଶରେ 2 ବର୍ଷରୁ 18 ବର୍ଷ ମଧ୍ୟରେ ପିଲାଙ୍କୁ ଦିଆଯିବ କୋରୋନା ଟିକା । ଏନେଇ ଖୁବଶୀଘ୍ର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏକ ଗାଇଡ଼ ଲାଇନ ଜାରି କରିବାର ରହିଛି ସମ୍ଭାବନା । ସେପଟେ ଏହି ନିର୍ଦ୍ଦିଷ୍ଟ ବର୍ଗଙ୍କ ଟୀକାକରଣ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି । ରାଜ୍ୟରେ ଟିକା ନେଵା ଲାଗି 1 କୋଟି 40 ଲକ୍ଷ ପିଲା ରହିଥିବା ସୂଚନା ମିଳିଛି ।

18 ବର୍ଷରୁ କମ ବର୍ଗ ନେବେ ଟିକା, ଖୁବଶୀଘ୍ର ଗାଇଡଲାଇନ ଜାରି କରିବ କେନ୍ଦ୍ର

କେନ୍ଦ୍ର ସରକାରଙ୍କର ଗାଇଡ଼ ଲାଇନ ଆସିଲା ପରେ ମାଇକ୍ରୋପ୍ଲାନ କରାଯିବ। 2ରୁ ୧୮ବର୍ଷର ପ୍ରାୟ ୧ କୋଟି ୪୦ ଲକ୍ଷ ଶିଶୁ ଓ କିଶୋର ଅଛନ୍ତି । ଟିକା କିଭଳି ଦିଆଯିବ, କେତେ ଦିନ ବ୍ୟବଧାନରେ ଦିଆଯିବ, କେଉଁ ଗ୍ରୁପକୁ ଅଧିକ ପ୍ରାଧାନ୍ୟ ଦେବ ତାହା କେନ୍ଦ୍ର ସରକାରଙ୍କର ଗାଇଡ଼ ଲାଇନ ଆସିବା ପରେ ସ୍ପଷ୍ଟ ହେବ। ରାଜ୍ୟରେ ଭିତ୍ତିଭୂମି ପର୍ଯ୍ୟାପ୍ତ ପରିମାଣରେ ରହିଛି । ତେଣୁ ଟିକା ଦେବାରେ କୌଣସି ଅସୁବିଧା ହେବନାହିଁ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ।

ରାଜ୍ୟରେ ଏବେ ସୁଦ୍ଧା ପ୍ରଥମ ଡୋଜ ନେଇଛନ୍ତି 2 କୋଟି 39 ଲକ୍ଷ 31 ହଜାର 436 ଏବଂ ଦ୍ବିତୀୟ ଡୋଜ ନେଇଛନ୍ତି 97 ଲକ୍ଷ 75 ହଜାର 556 ଡୋଜ । ତେବେ ରାଜ୍ୟରେ ମୋଟ ଟିକା ନେଲେଣି 3 କୋଟି 37 ଲକ୍ଷ 6 ହଜାର 992 ଡୋଜ । ଏଥିରେ କୋଭିସିଲଡ଼ ନେଇଛନ୍ତି 2 କୋଟି 94 ଲକ୍ଷ 43 ହଜାର 395 ଓ କୋଭାକ୍ସିନ ଦିଆଯାଇଛି 42 ଲକ୍ଷ 57 ହଜାର 769 ଡୋଜ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated :Oct 14, 2021, 6:07 PM IST

ABOUT THE AUTHOR

...view details