ଓଡିଶା

odisha

ଉଛୁଳା ନଦୀ ପାର ହେଉଥିଲେ ଅଙ୍ଗନବାଡି ଦିଦି, ବୋଟ୍‌ ଯୋଗାଇବେ ଆନନ୍ଦ ମହିନ୍ଦ୍ରା

By

Published : Oct 21, 2020, 10:49 PM IST

Updated : Oct 22, 2020, 1:40 PM IST

ଓଡିଶାର 2 କର୍ତ୍ତବ୍ୟନିଷ୍ଠ ଅଙ୍ଗନୱାଡି କର୍ମୀଙ୍କ ଅଦମ୍ୟ ସାହାସ ଦେଖି ସାହାଯ୍ୟ ପାଇଁ ଆଶା ପ୍ରକାଶ କରିଛନ୍ତି ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରା । ଅଧିକ ପଢନ୍ତୁ..

ଓଡିଶାର 2 ଅଙ୍ଗନୱାଡି କର୍ମୀଙ୍କୁ ଆନନ୍ଦ ମହିନ୍ଦ୍ରାଙ୍କ ସାହାଯ୍ୟ ଅଫର
ଓଡିଶାର 2 ଅଙ୍ଗନୱାଡି କର୍ମୀଙ୍କୁ ଆନନ୍ଦ ମହିନ୍ଦ୍ରାଙ୍କ ସାହାଯ୍ୟ ଅଫର

ମାଲକାନଗିରି: ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରାଙ୍କ ଆଖିରେ ପଡ଼ିଲା ମାଲକାନଗିରିର ଦୁଃଖ । ନଦୀ ପାର ହେବାକୁ ଦେବେ ଵୋଟ। ସେବା ପାଇଁ ଆଉ ଜୀବନକୁ ଆଉ ବାଜିରେ ଲଗାଇ ଗଭୀର ଜଳରେ ପହଁରିଵାକୁ ପଡିବନି। ଆଉ ଲାଉ ତୁମ୍ବା ସାହାଯ୍ୟରେ ନଈ ପାରି ହେବାକୁ ପଡିବନି। କର୍ତ୍ତବ୍ୟନିଷ୍ଠ ଅଙ୍ଗନବାଡି ଦିଦିଙ୍କ ଏହି ଭିଡିଓ ଆନନ୍ଦ ମହିନ୍ଦ୍ରାଙ୍କୁ ବ୍ୟସ୍ତ ବିବ୍ରତ କରିଛି। ଫଳରେ ଏହି ଭିଡିଓକୁ ରିଟ୍ବିଟ୍‌ କରି ଏକ ଵୋଟ ଦେବେ ବୋଲି ସେ ଘୋଷଣା କରିଛନ୍ତି।

ଓଡିଶାର 2 ଅଙ୍ଗନୱାଡି କର୍ମୀଙ୍କୁ ଆନନ୍ଦ ମହିନ୍ଦ୍ରାଙ୍କ ସାହାଯ୍ୟ ଅଫର

ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଂଚଳରୁ ଗର୍ଭବତୀ ଓ ପ୍ରସୂତିଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରିବା ସହ ଶିଶୁଙ୍କ ଖାଦ୍ୟ ବଣ୍ଟନ କରିବା ପାଇଁ ରାଲେଗଡା ଗ୍ରାମ ପଂଚାୟତର ୨ ଜଣ ମହିଳା ଅଙ୍ଗନୱାର୍ଡି କର୍ମୀ ପ୍ରମିଳା ପାନେଲ ଓ ହେମଲତା ଶିଶା ଭରା ନଇ ପାରି ହେଉଥିଲେ। ପ୍ରମିଳା ସୁଆପାଲି ଗ୍ରାମର ଅଙ୍ଗନୱାଡି କେନ୍ଦ୍ରରେ କାମ କରୁଥିବା ବେଳେ ହେମଲତା ନେରୁଡ଼ପାଲି ଅଙ୍ଗନୱାଡି କେନ୍ଦ୍ରରେ କାମ କରନ୍ତି । ଏହି ଦୁଇଟି ଅଙ୍ଗନୱାଡି କେନ୍ଦ୍ରକୁ ଯିବାକୁ ହେଲେ ନେରୁଡପାଲି ନାଳ ପାରି ହେବାକୁ ପଡେ ।

ଉଚ୍ଛୁଳା ନଦୀ ପାର ହେଉଥିଲେ ଅଙ୍ଗନବାଡି ଦିଦି, ଏବେ ବୋଟ୍‌ ଦେବେ ଆନନ୍ଦ ମହିନ୍ଦ୍ରା

ବର୍ଷା ଦିନେ ନେରୁଡପାଲି ନାଳରେ ପ୍ରବଳ ବର୍ଷା ଜଳ ପ୍ରବାହିତ ହୋଇଥାଏ । ତେବେ ସେବା କରିବା କ୍ଷେତ୍ରରେ ଭରା ନାଳକୁ ଦେଖି ପଛେଇ ଯାଇ ନଥିଲେ ଏହି ଦୁଇ ଜଣ ଅଙ୍ଗନୱାଡି କର୍ମୀ । ଅଣ୍ଟାରେ ଲାଉ ତୁମ୍ବା ବାନ୍ଧି ପାଣିର ପ୍ରଖର ସ୍ରୋତକୁ କାଟି ଲୋକଙ୍କ ପାଖରେ ପହଂଚିଥାନ୍ତି । ଅଙ୍ଗନବାଡି ଦିଦି ଙ୍କ ଦୁଃଖ କୁ ନିଜେ ଅନୁଭବ କରି ସ୍ଥାନୀୟ ଲୋକଙ୍କ ଯାତାୟତ ପାଇଁ ଏକ ଵୋଟ ଦେବେ ବୋଲି ଘୋଷଣା କରିଛନ୍ତି ଆନନ୍ଦ ମହିନ୍ଦ୍ରା । ଖୁବ ଶୀଘ୍ର ତାଙ୍କ କମ୍ପାନୀ ର ଅଧିକାରୀ ଏକ ଵୋଟ ନେରୁଡପାଲି ଅଞ୍ଚଳରେ ପହଞ୍ଚାଇବେ ବୋଲି ଆନନ୍ଦ ମହିନ୍ଦ୍ରା ନିଜର ଟ୍ୱିଟର ପେଜରେ ଲେଖିଛନ୍ତି । ଆଉ ଏହି ଘୋଷଣା କରି ମାଲକାନଗିରି ବାସୀଙ୍କ ମନ ଜିତିଛନ୍ତି ଆନନ୍ଦ ମହିନ୍ଦ୍ରା ।

ହିନ୍ଦ୍ରା କମ୍ପାନୀର CSR ପାଣ୍ଠିରୁ ମହିନ୍ଦ୍ରା ମେରାଇନ୍ ଦ୍ବାରା ନିର୍ମିତ ପାର୍ଟୋଲ ବୋଟ ଯୋଗାଇବାକୁ ପ୍ରସ୍ତାବ ଦେଇଛନ୍ତି ଆନନ୍ଦ ମହିନ୍ଦ୍ରା । ସେ ଟ୍ବିଟ କରି କହିଛନ୍ତି କି, ‘‘ ମହିନ୍ଦ୍ରା ମେରାଇନ ଏଭଳି ଏକ ସାଇକେଲ ଉପରେ କାମ କରୁଛି ଯାହା ପାଣିରେ ଚାଲିବ । ହେଲେ ଏହି ଘଟଣା ଅତ୍ୟନ୍ତ ହୃଦୟ ବିଦାରକ । ଏଣୁ ଏଭଳି କର୍ତ୍ତବ୍ୟନିଷ୍ଠ କର୍ମଚାରୀଙ୍କ ସହାୟତା ପାଇଁ ମହିନ୍ଦ୍ରା କାମ କରୁଛି । ତେବେ କମ୍ପାନୀର କର୍ପୋରେଟ ସୋସିଆଲ ରେସପନସିବିଲିଟି (ସିଆରଏସ)ରୁ ସେମାନଙ୍କୁ ଏଥିରୁ ଏକ ଦାନ କରାଯିବ । ’’

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

Last Updated :Oct 22, 2020, 1:40 PM IST

ABOUT THE AUTHOR

...view details