ଓଡିଶା

odisha

ଶିକ୍ଷାର ଉନ୍ନତି ପାଇଁ ପ୍ରାର୍ଥୀ ଜନସାଧାରଣଙ୍କୁ ଦିଅନ୍ତୁ ଶପଥପତ୍ର: ଅଭିଭାବକ ମହାସଙ୍ଘ

By

Published : Jan 14, 2022, 8:08 PM IST

ଶିକ୍ଷାର ଉନ୍ନତି ପାଇଁ ପ୍ରାର୍ଥୀ ଜନସାଧାରଣଙ୍କୁ ଦିଅନ୍ତୁ ଶପଥ ପତ୍ର: ଅଭିଭାବକ ମହାସଙ୍ଘ
ଶିକ୍ଷାର ଉନ୍ନତି ପାଇଁ ପ୍ରାର୍ଥୀ ଜନସାଧାରଣଙ୍କୁ ଦିଅନ୍ତୁ ଶପଥ ପତ୍ର: ଅଭିଭାବକ ମହାସଙ୍ଘ ()

ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ଶିକ୍ଷା ଅଧିକାର ଆଇନ ଶତ ପ୍ରତିଶତ କାର୍ଯ୍ୟକାରୀ ସହ ଶିକ୍ଷାର ବିକାଶ ନେଇ ସର୍ବସାଧାରଣଙ୍କୁ ଶପଥପତ୍ର ପ୍ରଦାନ କରନ୍ତୁ କହିଲା ଓଡିଶା ଅଭିଭାବକ ମହାସଙ୍ଘ । ଅଧିକ ପଢନ୍ତୁ

ଭୁବନେଶ୍ବର: ଓଡିଶା ଅଭିଭାବକ ମହାସଙ୍ଘ କହିଛି ଶିକ୍ଷାର ବିକାଶ ତଥା ଶିକ୍ଷା ଜନିତ ସମସ୍ୟା ସମାଧାନ କ୍ଷେତ୍ରରେ ସର୍ବଦା କାର୍ଯ୍ୟ କରିବା ଆବଶ୍ୟକ । ଶିକ୍ଷା ବିନା ପ୍ରଗତି ଅସମ୍ଭବ । ଗ୍ରାମାଞ୍ଚଳରେ ସବୁ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ଉପଲବ୍ଧ ସହିତ ଶିକ୍ଷାର ବିକାଶ ଯୋଗାଇବାକୁ ଅନୁରୋଧ କରିଛି ଓଡିଶା ଅଭିଭାବକ ମହସଙ୍ଘ ।


ଓଡିଶା ଅଭିଭାବକ ମହାସଂଘ କହିଛି ଯେ, ରାଜ୍ୟରେ ୯୦ ପ୍ରତିଶତ ଜନସାଧାରଣ ଗ୍ରାମାଞ୍ଚଳରେ ବସବାସ କରନ୍ତି l ସେମାନେ ଆଗାମୀ ପଞ୍ଚାୟତ ନିର୍ବାଚନରେ ସେମାନଙ୍କର ପ୍ରତିନିଧି ନିର୍ବାଚିତ କରିବେ । ଶିକ୍ଷା ବିନା ପ୍ରଗତି ଅସମ୍ଭବ । ଗ୍ରାମାଞ୍ଚଳରେ ସବୁ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ଉପଲବ୍ଧ ସହିତ ଶିକ୍ଷାର ବିକାଶ ଉପରେ ଧ୍ୟାନ ଦେବା ଉଚିତ ।

ଶିକ୍ଷାର ଉନ୍ନତି ପାଇଁ ପ୍ରାର୍ଥୀ ଜନସାଧାରଣଙ୍କୁ ଦିଅନ୍ତୁ ଶପଥ ପତ୍ର: ଅଭିଭାବକ ମହାସଙ୍ଘ


ଓଡିଶା ଅଭିଭାବକ ଏହି କ୍ରମରେ ସମସ୍ତ ପ୍ରାର୍ଥୀ ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟକ୍ରମର ସଠିକ ରୂପାୟନ ପାଇଁ ଏକ ସର୍ବସାଧାରଣ ଶପଥ ପତ୍ର ଜନସାଧାରଣଙ୍କୁ ପ୍ରଦାନ କରିବାକୁ ସମସ୍ତ ରାଜନୈତିକ ଦଳ ତଥା ପଞ୍ଚାୟତ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀଙ୍କୁ ନିବେଦନ କରିଛି । ଯେଉଁ ପ୍ରାର୍ଥୀମାନେ ଏହାକୁ ପାଳନ କରିବେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ସମସ୍ତ ଅଭିଭାବକ ଭୋଟ ଦେବେ ବୋଲି ମହାସଙ୍ଘ ଜନସାଧାରଣଙ୍କ ନିକଟରେ ଅପିଲ କରିଛି ।

ଆସନ୍ତାକାଲି(ଶନିବାର)ଠୁ ମହାସଙ୍ଘ ବିଭିନ୍ନ ରାଜନୈତିକ ଦଳର ମୁଖିଆଙ୍କୁ ଚିଠି ଦେଇ ତଥା ସାକ୍ଷାତ କରି ଉପରୋକ୍ତ ଶପଥ ପତ୍ର ପ୍ରଦାନ ପାଇଁ ନିବେଦନ କରିବ । ଏହି କ୍ରମରେ ରାଜ୍ୟରେ ସମସ୍ତ ଜିଲ୍ଲା, ବ୍ଲକସ୍ତରରେ ମଧ୍ୟ ମହାସଙ୍ଘ ପ୍ରତିନିଧିମାନେ ରାଜନୈତିକ ଦଳର ଜିଲ୍ଲା ସଭାପତି, ବ୍ଲକ ସଭାପତିମାନଙ୍କୁ ଭେଟି ଅପିଲ କରିବେ ବୋଲି ମଧ୍ୟ ମହାସଙ୍ଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details