ଓଡିଶା

odisha

MKCGରୁ ନିଖୋଜ ଅବସରପ୍ରାପ୍ତ OAS ଅଧିକାରୀ, ଖୋଜୁଛନ୍ତି ପରିବାର

By

Published : Sep 23, 2021, 10:07 PM IST

MKCG ମେଡିକାଲରୁ ନିଖୋଜ ଅବସରପ୍ରାପ୍ତ OAS ଅଧିକାରୀ, ଖୋଜୁଛନ୍ତି ପରିବାର
MKCG ମେଡିକାଲରୁ ନିଖୋଜ ଅବସରପ୍ରାପ୍ତ OAS ଅଧିକାରୀ, ଖୋଜୁଛନ୍ତି ପରିବାର ()

ଏମ୍.କେ.ସି.ଜିରୁ ନିଖୋଜ ହୋଇଛନ୍ତି ଅବସରପ୍ରାପ୍ତ ଓ.ଏ.ଏସ୍ ଅଧିକାରୀ, ଥାନାରେ ଏତଲା ଦେଇ ବାପାଙ୍କୁ ଖୋଜୁଛନ୍ତି ପରିବାର ବର୍ଗ । ଅଧିକ ପଢନ୍ତୁ...

ବ୍ରହ୍ମପୁର: MKCG ମେଡିକାଲରୁ ନିଖୋଜ ହୋଇଯାଇଛନ୍ତି ଅବସରପ୍ରାପ୍ତ ବରିଷ୍ଠ ଓ.ଏ.ଏସ୍ ଅଧିକାରୀ ବୃନ୍ଦାବନ ମଲ୍ଲିକ । ଗତ ୧୮ ତାରିଖରେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ବ୍ରହ୍ମଣଛାଇ ଅଞ୍ଚଳରେ ରହି ଆସୁଥିବା ୭୫ ବର୍ଷୀୟ ବୃନ୍ଦାବନ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କ ବଡ ପୁଅ ଏମ୍.କେ.ସି.ଜିକୁ ଚିକିତ୍ସା ପାଇଁ ଆଣିଥିଲେ ।

MKCG ମେଡିକାଲରୁ ନିଖୋଜ ଅବସରପ୍ରାପ୍ତ OAS ଅଧିକାରୀ, ଖୋଜୁଛନ୍ତି ପରିବାର

ସେଠାରେ ଡାକ୍ତର ବୃନ୍ଦାବନଙ୍କ ମାନସିକ ଅସ୍ଥିରତା ଦେଖି ନିଦ ଆସିବା ପାଇଁ ଏକ ଇଞ୍ଜେକସନ୍ ଦେଇଥିଲେ । ଏହାପରେ ତାଙ୍କୁ ମେଡିକାଲର ମେଡିସେନ୍ ବିଭାଗର କାଜୁଆଲଟିରେ ଭର୍ତ୍ତି କରାଯାଇଥିଲା ।

MKCG ମେଡିକାଲରୁ ନିଖୋଜ ଅବସରପ୍ରାପ୍ତ OAS ଅଧିକାରୀ, ଖୋଜୁଛନ୍ତି ପରିବାର

୧୯ ତାରିଖ ସକାଳ ସମୟରେ ବୃନ୍ଦାବନଙ୍କୁ ନିଜ ପୁଅ ମେଡିକାଲ ପରିସରରୁ ମୁଖ୍ୟ ଫାଟକ ପର୍ଯ୍ୟନ୍ତ ଆଣିବା ପରେ ସେଠାରେ ଛାଡି କିଛି ସମୟ ପାଇଁ ଯାଇ ଫେରିବା ପରେ ବାପା ନଥିବା ଦେଖି ବ୍ୟତିବ୍ୟସ୍ତ ହୋଇପଡିଥଇଲେ । ଏହାସହ ଗତ ପାଞ୍ଚ ଦିନ ଧରି ବିଭିନ୍ନ ଅଞ୍ଚଳରେ ବୃନ୍ଦାବନଙ୍କୁ ଖୋଜି ବୁଲୁଛନ୍ତି ତାଙ୍କ ପୁଅ ।

MKCG ମେଡିକାଲରୁ ନିଖୋଜ ଅବସରପ୍ରାପ୍ତ OAS ଅଧିକାରୀ, ଖୋଜୁଛନ୍ତି ପରିବାର

ସେପଟେ ବୃନ୍ଦାବନଙ୍କ ପତ୍ତା ମିଳୁନଥିବାରୁ ସପରିବାର ବର୍ଗ ଏକ ପ୍ରକାର ଚିନ୍ତାରେ ଅଛନ୍ତି । ନିଜର ବନ୍ଧୁ ପରିଜନଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ଥାନା ଏବଂ ସହର ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଖୋଜି ବୃନ୍ଦାବନଙ୍କୁ ପାଉନାହାଁନ୍ତି । ସେପଟେ ଏମ୍.କେ.ସି.ଜି ମେଡିକାଲର ସିସି ଟିଭି ଫୁଟେଜକୁ ଯାଜ୍ଞ କରାଯାଇଥିଲେ ମଧ୍ୟ ସେଭଳି କୌଣସି ସ୍ପଷ୍ଟ ସୂଚନା ପାଇପାରିନାହାନ୍ତି । କିଭଳି ଏବଂ କେଉଁ ପରିସ୍ଥିତିରେ ଚିକିତ୍ସାଧିନ ଅବସ୍ଥାରେ ଜଣେ ବୟସ୍କ ବୃଦ୍ଧ ନିଖୋଜ ହେଲେ ସେ ନେଇ ବୃନ୍ଦାବନଙ୍କ ପୁଅଙ୍କ ସହିତ Exclusive ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ରିପୋର୍ଟର ସମୀର ଆଚାର୍ଯ୍ୟ ।

MKCG ମେଡିକାଲରୁ ନିଖୋଜ ଅବସରପ୍ରାପ୍ତ OAS ଅଧିକାରୀ, ଖୋଜୁଛନ୍ତି ପରିବାର

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details