ଓଡିଶା

odisha

ବହୁଭାଷୀ କନିଷ୍ଠ ଶିକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତି ଦାବିରେ ବିକ୍ଷୋଭ

By

Published : Oct 5, 2021, 6:20 AM IST

ମୟୂରଭଞ୍ଜ ଜିଲ୍ଲାରେ କାର୍ଯ୍ୟରତ ବହୁଭାଷୀ କନିଷ୍ଠ ଶିକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତି ଦାବି । ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଲା ସଂଘ । ଅଧିକ ପଢନ୍ତୁ...

ବହୁଭାଷୀ କନିଷ୍ଠ ଶିକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତି ଦାବିରେ ବିକ୍ଷୋଭ
ବହୁଭାଷୀ କନିଷ୍ଠ ଶିକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତି ଦାବିରେ ବିକ୍ଷୋଭ

ବାରିପଦା: ନିଯୁକ୍ତିର 7ବର୍ଷ ପରେ ମଧ୍ୟ ବହୁଭାଷୀ କନିଷ୍ଠ ଶିକ୍ଷକଙ୍କୁ ଅବହେଳା ଅଭିଯୋଗ । ୨୦୧୩-୧୪ ମସିହାରେ ଗଣଶିକ୍ଷା ବିଭାଗ ଅଧୀନରେ ୧୫ଟି ଜିଲ୍ଲାରେ ପ୍ରାୟ 3ହଜାରରୁ ଉର୍ଦ୍ଧ୍ବ ବହୁଭାଷୀ ଶିକ୍ଷା ସହାୟକଙ୍କୁ ସରକାର ନିଯୁକ୍ତି ପ୍ରଦାନ କରିଥିଲେ । ଅନୁରୂପ ଭାବେ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ସାନ୍ତାଳୀ, ହୋ ଓ ମୁଣ୍ଡା ଭାଷାରେ ୭୪୭ ଜଣ ଶିକ୍ଷା ସହାୟକଙ୍କୁ ନିଯୁକ୍ତି ଦିଆଯାଇଥିଲା ଏବେ ତାଙ୍କର କାର୍ଯ୍ୟକାଳ ୬ ବର୍ଷ ପୁରି ୭ବର୍ଷ ଚାଲୁଥିଲେ ମଧ୍ୟ ଯୋଗ୍ୟ ଶିକ୍ଷା ସହାୟକଙ୍କୁ ନିୟମିତ କରାଯାଇ ନଥିବା ଅଭିଯୋଗ ହୋଇଛି । ଫଳରେ ଆଜି କନିଷ୍ଠ ଶିକ୍ଷକ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି ।

ବହୁଭାଷୀ କନିଷ୍ଠ ଶିକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତି ଦାବିରେ ବିକ୍ଷୋଭବହୁଭାଷୀ କନିଷ୍ଠ ଶିକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତି ଦାବିରେ ବିକ୍ଷୋଭ

ସରକାରଙ୍କ ନିୟମ ଅନୁଯାୟୀ ଜଣେ ଶିକ୍ଷା ସହାୟକ 3ବର୍ଷ କାର୍ଯ୍ୟ କଲା ପରେ କନିଷ୍ଠ ଶିକ୍ଷକ ଏବଂ ଉପଯୁକ୍ତ ଯୋଗ୍ୟତା ତଥା ଡ଼ି.ଏଲ.ଇଡ଼ି (ସି.ଟି/ବି.ଏଡ୍) ସହିତ ଓଟିଇଟି ପାସ କରି ଭାବେ ୬ ବର୍ଷ କାର୍ଯ୍ୟ କଲା ପରେ ନିୟମିତ ଶିକ୍ଷକ ମାନ୍ୟତା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । କିନ୍ତୁ ସମସ୍ତ ଯୋଗ୍ୟତା ହାସଲ କରି ମଧ୍ୟ ଆଦିବାସୀ ବୋଲି ବହୁଭାଷୀ ଶିକ୍ଷା ସହାୟକଙ୍କୁ ଅବେହଳା କରାଯାଉଥିବା ସଂଘ ଅଭିଯୋଗ ଆଣିଛି ।

ବହୁଭାଷୀ ଶିକ୍ଷା ସହାୟକଙ୍କୁ ନିୟମିତ ପ୍ରସଙ୍ଗରେ ସଂଘ ବାରମ୍ବାର ବିଭାଗୀୟ ମନ୍ତ୍ରୀ ଏବଂ ସଚିବଙ୍କୁ ଲିଖିତ ଆକାରରେ ଅଭିଯୋଗ କରିଆସିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିପାରି ନାହିଁ। ଫଳରେ ଶିକ୍ଷକମାନେ ଦରଦାମ ବୃଦ୍ଧି ସମୟରେ ମାସିକ ମାତ୍ର ୬,୫୧୨ ଟଙ୍କା ପାରିଶ୍ରମିକ ପାଇ ମାନସିକ ତାପରେ ପରିବାର ପ୍ରତିପୋଷଣ କରିବାକୁ ବାଧ୍ୟ ହେଉଛନ୍ତି । ସରକାର ତୁରନ୍ତ ଓଟିଇଟି ସିଟି ପାସ କରିଥିବା ଯୋଗ୍ୟ ଶିକ୍ଷା ସହାୟକଙ୍କୁ ନିୟମିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବା ଦାବି କରି ଜିଲ୍ଲା ବହୁଭାଷୀ ଶିକ୍ଷା ସହାୟକ ସଂଘ ଆଜି ଏକ ରାଲିରେ ବାରିପଦାର ଛଉପଡ଼ିଆରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details