ଓଡିଶା

odisha

Train Tragedy: ମୃତକଙ୍କ ପରିବାରକୁ 5 ଲକ୍ଷର ଅନୁକମ୍ପା ରାଶି, କାଲି ଦୁର୍ଘଟଣା ସ୍ଥଳକୁ ଯିବେ ରେଳମନ୍ତ୍ରୀ

By

Published : Jan 13, 2022, 8:30 PM IST

Jalpaiguri train derailment: ମୃତକଙ୍କ ପରିବାରକୁ ୫ ଲକ୍ଷର ଅନୁକମ୍ପା, ଯୁଦ୍ଧକଳୀନ ଭିତ୍ତିରେ ଜାରି ରହିଛି ଉଦ୍ଧାର କାର୍ଯ୍ୟ

ଗୌହାଟୀ-ବିକାନେର୍ ଏକ୍ସପ୍ରେସ୍ ଦୁର୍ଘଟଣା ମୃତକଙ୍କୁ ୫ ଲକ୍ଷର ଅନୁକମ୍ପା ରାଶି ଘୋଷଣା । ଯୁଦ୍ଧକଳୀନ ଭିତ୍ତିରେ ଜାରି ରହିଛି ଉଦ୍ଧାର କାର୍ଯ୍ୟ । ପ୍ରଧାନମନ୍ତ୍ରୀଙ୍କୁ ଅବଗତ କଲେ ରେଳମନ୍ତ୍ରୀ । ଆସନ୍ତାକାଲି ଦୁର୍ଘଟଣାସ୍ଥଳ ଗସ୍ତ କରିବେ ରେଳମନ୍ତ୍ରୀ ଅଶ୍ବିନୀ । ଅଧିକ ପଢନ୍ତୁ

କୋଲକାତା:ଗୌହାଟୀ-ବିକାନେର୍ ଏକ୍ସପ୍ରେସ୍ ଲାଇନଚ୍ୟୁତ ହେବା ପରେ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ଉଦ୍ଧାର କାର୍ଯ୍ୟ । ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପରିବାରକୁ 5 ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଓ ଆହତଙ୍କ ପାଇଁ 1 ଲକ୍ଷ ଟଙ୍କାର ସାହାୟତା ଘୋଷଣା କରିଛନ୍ତି ରେଳମନ୍ତ୍ରୀ । ସେହିପରି ସାମାନ୍ୟ ଆହତଙ୍କୁ ମଧ୍ୟ ୨୫ ହଜାର ଟଙ୍କାର ଚିକିତ୍ସା ସହାୟତା ପ୍ରଦାନ କରାଯିବା ନେଇ ଟ୍ବିଟ କରିଛନ୍ତି ରେଳମନ୍ତ୍ରୀ ଅଶ୍ବୀନି ବୈଷ୍ଣବ ।

ଆହୁରି ମଧ୍ୟ ରେଲମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ଦୁର୍ଘଟଣା ସମ୍ପର୍କରେ ସେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ଦୁର୍ଘଟଣା ପରେ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟର ସୂଚନା ପ୍ରଦାନ କରିଛନ୍ତି । ସେ ଆସନ୍ତାକାଲି ନିଜେ ଦୁର୍ଘଟଣା ସ୍ଥଳ ଗସ୍ତ କରି ସମୀକ୍ଷା ମଧ୍ୟ କରିବେ । ରେଳମନ୍ତ୍ରୀ କହିଛନ୍ତି, ସେଠାରେ ବର୍ତ୍ତମାନ NDRF ଟିମ ମୂତୟନ ହେବା ସହ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଫସି ରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ (NDRF) ଦୁଇଟି ଟିମ ସେଠାରେ କାର୍ଯ୍ୟ ଜାରି ରଖିଛନ୍ତି ।

ଆଜି (ଗୁରୁବାର) ପଶ୍ଚିମବଙ୍ଗର ଜଲପାଇଗୁଡି ନିକଟରେ ଗୌହାଟୀ-ବିକାନେର ଏକ୍ସପ୍ରେସ (15633) ଲାଇନଚ୍ୟୁତ ହୋଇଥିଲା । ଆକଳନ ଅନୁଯାୟୀ 12 ଟି କୋଚ୍ କ୍ଷୟକ୍ଷତି ହୋଇଛି । ଫସି ରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ (NDRF) ଦୁଇଟି ଦଳକୁ ଘଟଣାସ୍ଥଳକୁ ପ୍ରେରଣ କରାଯାଇଛି । ଆହତମାନଙ୍କୁ ସ୍ଥାନୀୟ ଜାଲପାଇଗୁଡି ଜିଲ୍ଲା ଡାକ୍ତରଖାନା ଏବଂ ନୂଆ ମୋଇନାଗୁଡି ଜିଲ୍ଲା ଡାକ୍ତରଖାନାକୁ ନିଆଯାଇଛି ।

ରାଜସ୍ଥାନର ବିକାନେରରୁ ଆସିଥିବା ଏହି ଟ୍ରେନ୍ ପାଟନା ଦେଇ ଆସାମର ଗୌହାଟି ଅଭିମୁଖେ ଯାଉଥିଲାବେଳେ ଆଜି (ଗୁରୁବାର) ସଂନ୍ଧ୍ୟା ପ୍ରାୟ 5 ଟା ସମୟରେ ଜଲପାଇଗୁଡିର ଡୋମୋହାନି ନିକଟରେ ଏହି ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ 5 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଛନ୍ତି । ଏପଟେ ଦୁର୍ଘଟଣା ପରେ ରେଳବାଇ ପକ୍ଷରୁ ଜରୁରୀକାଳୀନ ଫୋନ ନମ୍ବର ଜାରି ହୋଇଛି । 0361-2731623 । 0361-2731622 ।

@ANI

ABOUT THE AUTHOR

...view details