ETV Bharat / bharat

ଟ୍ରୁଡୋଙ୍କ ସଭାରେ ଖଲିସ୍ତାନୀ ସ୍ଲୋଗାନ ଘଟଣା; କାନାଡା ରାଷ୍ଟ୍ରଦୂତଙ୍କୁ ସମନ କଲା ଭାରତ - India summons Canada diplomat

author img

By ETV Bharat Odisha Team

Published : Apr 30, 2024, 9:30 AM IST

Updated : Apr 30, 2024, 10:36 AM IST

ଟ୍ରୁଡୋଙ୍କ ସଭାରେ ଖଲିସ୍ତାନୀ ସ୍ଲୋଗାନ ଘଟଣା; କାନାଡା କୂଟନୀତିଜ୍ଞଙ୍କୁ ସମନ କଲା ଭାରତ
ଟ୍ରୁଡୋଙ୍କ ସଭାରେ ଖଲିସ୍ତାନୀ ସ୍ଲୋଗାନ ଘଟଣା; କାନାଡା କୂଟନୀତିଜ୍ଞଙ୍କୁ ସମନ କଲା ଭାରତ

India summons Canada diplomat: କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ସଭାରେ ଖଲିସ୍ତାନୀ ସ୍ଲୋଗାନ ଶୁଭିବା ଘଟଣାରେ ଭାରତର ପ୍ରତିକ୍ରିୟା । କାନାଡା ରାଷ୍ଟ୍ରଦୂତଙ୍କୁ ସମନ କଲା ବୈଦେଶିକ ମନ୍ତ୍ରଣାଳୟ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ସଭାରେ ଖଲିସ୍ତାନୀ ଜିନ୍ଦାବାଦ ସ୍ଲୋଗାନ ଦିଆଯିବା ଘଟଣା । ଏନେଇ ନୂଆଦିଲ୍ଲୀ ସ୍ଥିତ କାନାଡା ରାଷ୍ଟ୍ରଦୂତଙ୍କୁ ସମନ କରିଛି ଭାରତ । ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି, ଏଭଳି ଭାରତ ବିରୋଧୀ କାର୍ଯ୍ୟକଳାପକୁ ଅନୁମତି ଦିଆଯିବା ନେଇ ଭାରତର ଚିନ୍ତା ଓ ଦୃଢ ବିରୋଧ ସମ୍ପର୍କରେ ରାଷ୍ଟ୍ରଦୂତଙ୍କୁ ଅବଗତ କରାଯାଇଛି । ଏହି ଘଟଣା କାନାଡାରେ ବିଚ୍ଛିନ୍ନତାବାଦ, ଉଗ୍ରବାଦ ଏବଂ ହିଂସାକୁ ରାଜନୈତିକ ପ୍ରଶୟ ଦିଆଯାଉଥିବା ପୁଣିଥରେ ଦର୍ଶାଇଛି । ବାରମ୍ବାର କାନାଡାର ଏଭଳି ଆଭିମୁଖ୍ୟ କେବଳ ଦୁଇ ଦେଶର ସମ୍ପର୍କକୁ ପ୍ରଭାବିତ କରୁନାହିଁ ବରଂ କାନାଡା ନିଜ ନାଗରିକଙ୍କ ପାଇଁ ହିଂସା ଏବଂ ଅପରାଧିକ ପରିବେଶ ସୃଷ୍ଟି କରୁଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ଏପ୍ରିଲ ୨୮ରେ କାନାଡାର ଟରୋଣ୍ଟୋ ସହରରେ ଖଲସା ଡେ ପାଳନ ହୋଇଥିଲା । ଏଥିରେ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଯୋଗ ଦେଇଥିଲେ । ଏହି ସମୟରେ ଟ୍ରୁଡୋଙ୍କ ସାମ୍ନାରେ ଖଲିସ୍ତାନ ଜିନ୍ଦାବାଦ ସ୍ଲୋଗାନ ଦିଆଯାଇଥିଲା । କାର୍ଯ୍ୟକ୍ରମରେ ଟ୍ରୁଡୋଙ୍କ ସମ୍ବୋଧନ ବେଳେ ଆରମ୍ଭରୁ ଶେଷ ଯାଏଁ ଖଲିସ୍ତାନ ନାରା ଲାଗିଥିଲା । ସେହିପରି ଟ୍ରୁଡୋ ନିଜର ଉଦବୋଧନରେ ଶିଖ୍ ସମୁଦାୟଙ୍କ ସ୍ବାଧୀନତା ଓ ଅଧିକାରୀର ସୁରକ୍ଷା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ: କାନାଡା ପ୍ରଧାନମନ୍ତ୍ରୀଙ୍କ ଖଲିସ୍ତାନୀ ପ୍ରେମ, ଖଲସା ଡେ’ ପାଳନରେ ହେଲେ ସାମିଲ - Khalsa Day

ପ୍ରଧାନମନ୍ତ୍ରୀ ଟ୍ରୁଡୋ କହିଥିଲେ, ''କାନାଡାରେ ଶିଖ୍ ସମୁଦାୟଙ୍କ ସ୍ବାଧୀନତା ଓ ଅଧିକାରର ସୁରକ୍ଷା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ । ସାରା ଦେଶରେ ପ୍ରାୟ ୮ ଲକ୍ଷ ଶିଖ ସମ୍ପ୍ରଦାୟର କାନାଡା ନାଗରିକଙ୍କ ଅଧିକାର ସୁରକ୍ଷା ସହିତ ଘୃଣା ଓ ବିଭେଦରୁ ସୋମାନଙ୍କୁ ରକ୍ଷା କରିବାକୁ ସରକାର ସର୍ବଦା ତତ୍ପର ।'' ଏହି କାର୍ଯ୍ୟକ୍ରମରେ ଟ୍ରୁଡୋଙ୍କ ସହିତ କଞ୍ଜରଭେଟିଭ ନେତା ପିଏରେ ପୋଇଲିଏଭରେ ଏବଂ ନ୍ୟୁ ଡେମୋକ୍ରାଟିକ ପାର୍ଟି ନେତା ଜଗମିତ ସିଂହ ସାମିଲ ହୋଇଥିଲେ ।

ତେବେ ଟ୍ରୁଡୋଙ୍କ ସଭାରେ ଏଭଳି ଖଲିସ୍ତାନୀ ସ୍ଲୋଗାନ ଦିଆଯିବା ଭାରତ ଓ କାନାଡା ସମ୍ପର୍କକୁ ଆହୁରି ତିକ୍ତ କରିଛି । ପୂର୍ବରୁ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜାର ହତ୍ୟାରେ ଭାରତର ସମ୍ପୃକ୍ତି ନେଇ କାନାଡାର ଅଭିଯୋଗ କୂଟନୈତିକ ବିବାଦ ସୃଷ୍ଟି କରିଥିଲା । ଏବେ ପୁଣିଥରେ ଟ୍ରୁଡୋଙ୍କ ଖଲିସ୍ତାନୀ ପ୍ରେମ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢାଇଛି ।

Last Updated :Apr 30, 2024, 10:36 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.