ଓଡିଶା

odisha

Amarinder Singh joins BJP: ପଦ୍ମ ଧରିଲେ କ୍ୟାପଟେନ, BJP ରେ ବିଲୟ ହେଲା PLC

By

Published : Sep 19, 2022, 7:07 PM IST

Amarinder Singh joins BJP: ପଦ୍ମ ଧରିଲେ କ୍ୟାପଟେନ, BJP ରେ ବିଲୟ ହେଲା PLC

ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ (Amarinder Singh joins BJP)। ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓ କିରଣ ରିଜଜୁଙ୍କ ଉପସ୍ଥିତିରେ କ୍ୟାପଟେନ ଅମରିନ୍ଦର ପଦ୍ମ ଧରିଛନ୍ତି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ:ଲାଗି ରହିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇ ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ (Amarinder Singh joins BJP) । ସେ ଆଜି (ସୋମବାର) ବିଜେପି ମୁଖ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, କେନ୍ଦ୍ରମନ୍ତ୍ରୀ କିରଣ ରିଜଜୁଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି । ଏହା ସହ ତାଙ୍କ ଦଳ ପଞ୍ଜାବ ଲୋକ କଂଗ୍ରେସ (PLC) ମଧ୍ୟ ବିଜେପିରେ ବିଲୟ ହୋଇଛି । (Amarinder Singh merges his PLC with BJP)। କେନ୍ଦ୍ରମନ୍ତ୍ରୀ ତୋମାର କ୍ୟାପଟେନ ସିଂଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିବା ସହ ଦଳର ପ୍ରାଥମିକ ସଦସ୍ୟତା ପ୍ରଦାନ କରିଛନ୍ତି । ପଞ୍ଜାବ ବିଧାନସଭା ନିର୍ବାଚନ ଫଳାଫଳ ପରେ କ୍ୟାପଟେନ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ସେ ନିଜେ ମଧ୍ୟ ଦିଲ୍ଲୀ ଆସି ଏକାଧିକ ବରିଷ୍ଠ ବିଜେପି ନେତାଙ୍କୁ ସାକ୍ଷାତ କରିଥିଲେ । ନିକଟରେ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ଭେଟି ଦୀର୍ଘ ସମୟର ଆଲୋଚନା ପରେ ସେ ଖୁବଶୀଘ୍ର ବିଜେପିରେ ମିଶିବା ଚର୍ଚ୍ଚା ଘନୀଭୂତ ହୋଇଥିଲା ।

ଶେଷରେ ଆଜି ସମସ୍ତ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି କ୍ୟାପଟେନ ସିଂ (Amarinder Singh joins BJP )। ଆଜି ଏହି ମିଶ୍ରଣ କାର୍ଯ୍ୟକ୍ରମରେ ନିକଟରେ କଂଗ୍ରେସ ଛାଡି ବିଜେପିରେ ମିଶିଥିବା ବରିଷ୍ଠ ନେତା ସୁନୀଲ ଜାଖର ଓ ପଞ୍ଜାବ ପ୍ରଦେଶ ବିଜେପି ଅଧ୍ୟକ୍ଷ ଅଶ୍ବିନୀ ଶର୍ମା ମଧ୍ୟ ଉପସ୍ଥିତ ଥିଲେ । କଂଗ୍ରେସରେ ଦଳୀୟ କନ୍ଦଳ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ କ୍ୟାପଟେନ ସିଂ । ପରେ ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ । କୌଣସି ଦଳକୁ ନଯାଇ ପଞ୍ଜାବ ଲୋକ କଂଗ୍ରେସ ନାମରେ ଏକ ଦଳ ଗଢି ରାଜ୍ୟ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଥିଲେ । ହେଲେ ଉକ୍ତ ନର୍ବାଚନର ଫଳାଫଳ ରାଜ୍ୟ ରାଜନୀତିର ଇତିହାସ ହିଁ ବଦଳାଇ ଦେଇଥିଲା ।

ଶାସନରେ ଥିବା କଂଗ୍ରେସ ମଧ୍ୟ କ୍ଷମତାରୁ ବେଦଖଲ ହୋଇଥିଲା ବେଳେ ବିଜେପି, କ୍ୟାପଟେନଙ୍କ ଲୋକ କଂଗ୍ରେସ ସମେତ ଅନ୍ୟ କିଛି ଦଳ AAP ଲହରରେ ଧରାଶାୟୀ ହୋଇଥିଲେ । ରାଜ୍ୟରେ କେଜ୍ରିଓ୍ବାଲ ନେତୃତ୍ବାଧୀନ AAP ସରକାର ଗଠନ କରିବା ସହ ଭାଗଓ୍ବାନ୍ତ ମାନ ମୁଖ୍ୟମନ୍ତ୍ରୀ ହୋଇଥିଲେ । ସେବେଠାରୁ କ୍ୟାପଟେନ ଅମରିନ୍ଦର ସିଂ ବିଜେପିରେ ସାମିଲ ହେବା ଚର୍ଚ୍ଚା ଲାଗି ରହିଥିବା ବେଳେ ତାହା ଆଜି ବାସ୍ତବରେ ପରିଣତ ହୋଇଛି । ଏହି ଅବସରରେ କ୍ୟାପଟେନଙ୍କୁ ପ୍ରଂଶସା କରିବା ସହ ତାଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟରେ ସେ ଜାତୀୟ ସ୍ବାର୍ଥକୁ ରାଜନୀତି ଠାରୁ ଊର୍ଦ୍ଧ୍ବରେ ରଖିଥିବା କହିଥିଲେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details