ETV Bharat / bharat

ଉତ୍ତରାଖଣ୍ଡରେ ବ୍ୟାନ ହେଲା ୧୪ ପତଞ୍ଜଳି ପ୍ରଡକ୍ଟ - Patanjali Licenses cancelled

author img

By ETV Bharat Odisha Team

Published : Apr 30, 2024, 12:35 PM IST

ଉତ୍ତରାଖଣ୍ଡରେ ବ୍ୟାନ ହେଲା ୧୪ ପତଞ୍ଜଳି ପ୍ରଡକ୍ଟ
ଉତ୍ତରାଖଣ୍ଡରେ ବ୍ୟାନ ହେଲା ୧୪ ପତଞ୍ଜଳି ପ୍ରଡକ୍ଟ

14 Patanjali products licenses cancelled: ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ପତଞ୍ଜଳିକୁ ବଡ ଝଟକା । ଉତ୍ତରାଖଣ୍ଡରେ ବ୍ୟାନ ହେଲା ୧୪ ପତଞ୍ଜଳି ପ୍ରଡକ୍ଟ । ଜାଣନ୍ତୁ ସେଗୁଡିକ କ'ଣ

ଡେରାଡୁନ: ସୁପ୍ରିମକୋର୍ଟଙ୍କ ଭତ୍ସନା ପରେ ପତଞ୍ଜଳିକୁ ଆଉ ଏକ ବଡ ଝଟକା । ଉତ୍ତରଖଣ୍ଡରେ ବ୍ୟାନ ହେଲା ପତଞ୍ଜଳି ପ୍ରଡକ୍ଟ । ଉତ୍ତରାଖଣ୍ଡ ସରକାର ବାବା ରାମଦେବଙ୍କ ପତଞ୍ଜଳି କମ୍ପାନିର ଦିବ୍ୟ ଫାର୍ମାସି ଦ୍ବାରା ଉତ୍ପାଦିତ ହେଉଥିବା ୧୪ଟି ପ୍ରଡକ୍ଟର ଲାଇସେନ୍ସ ରଦ୍ଦ କରିଛନ୍ତି । ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ରାଜ୍ୟ ଔଷଧ ନିୟନ୍ତ୍ରଣ ଓ ଅନୁମୋଦନ ପ୍ରାଧିକରଣ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ବ୍ୟାନ ହୋଇଥିବା ପ୍ରଡକ୍ଟ ଗୁଡିକ ହେଲା, ଦିବ୍ୟ ଫାର୍ମାସିର ଆଇ ଡ୍ରପ (Eye Drop), ଶ୍ବସାରି ଗୋଲ୍ଡ (Swasari Gold), ସ୍ବଶାରି ବଟୀ (Swasari Vati), ବ୍ରୋନକୋମ (Bronchom), ଶ୍ବସାରି ପ୍ରବାହୀ (Swasari Pravahi), ଶ୍ବସାରି ଅବାଲେହ (Swasari Avaleh), ମୁକତା ବଟୀ ଏକ୍ସଟ୍ରା ପାୱାର (Mukta Vati Extra Power), ପିସିଡମ, ବିପି ଗ୍ରିଟ (BP Grit), ମଧୁଗ୍ରିଟ, ମଧୁନାସିନି ବଟୀ ଏକ୍ସଟ୍ରା ପାୱାର, ଲିଭାମ୍ରିତ ଆଡଭାନ୍ସ, ସିଭୋଗ୍ରିଟ ଓ ଆଇ ଗ୍ରିଟ ଗୋଲ୍ଡ । ଏହିସବୁ ପ୍ରଡକ୍ଟ ଉପରେ ୧୯୪୫ର ନିୟମ ୧୫୯ (୧) ଅନୁଯାୟୀ ବ୍ୟାନ ଲାଗିଛି ।

ପ୍ରକାଶ ଥାଉକି, ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ସୁପ୍ରିମକୋର୍ଟ ବାବା ରାମଦେବଙ୍କୁ ଭତ୍ସନା କରିଥିଲେ । ରାମଦେବ ଏବଂ ତାଙ୍କର ସହଯୋଗୀ ଆଚାର୍ଯ୍ୟ ବାଳକୃଷ୍ଣଙ୍କ ଦ୍ବାରା ପ୍ରକାଶିତ କ୍ଷମା ପ୍ରର୍ଥନା ସମ୍ପର୍କିତ ମାମଲାର ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ । ଏହାପୂର୍ବରୁ ଉତ୍ତରାଖଣ୍ଡର ରାଜ୍ୟ ଔଷଧ ନିୟନ୍ତ୍ରଣ ଓ ଅନୁମୋଦନ ପ୍ରାଧିକରଣ ୧୪ଟି ପତଞ୍ଜଳି ପ୍ରଡକ୍ଟର ଲାଇସେନ୍ସ ରବ୍ଦ କରିଥିବା ଅଦାଲତକୁ ସୂଚୀତ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ବିଜ୍ଞାପନ ବିବାଦ: ପତଞ୍ଜଳିର ସାର୍ବଜନୀନ କ୍ଷମାପ୍ରାର୍ଥନା, ସୁପ୍ରିମକୋର୍ଟରେ ପହଞ୍ଚିଲେ ରାମଦେବ - Patanjali Misleading Ad Case


ଗତ ଏପ୍ରିଲ ୨୩ରେ ଶୁଣାଣି ସମୟରେ ସୁପ୍ରିମକୋର୍ଟ ଖବରକାଗଜରେ ନିଜର କ୍ଷମାପ୍ରର୍ଥନା ପ୍ରମୁଖ ଭାବେ ନ ଦର୍ଶାଇବାକୁ ନେଇ ପତଞ୍ଜଳି ଉପରେ ବର୍ଷିଥିଲେ । ଖବରକାଗଜରେ ଯେମିତି ଫୁଲ ପେଜ ବିଜ୍ଞାପନ ଦିଆଯାଇଥିଲା, ସେହି ଆକାରରେ କ୍ଷମାପତ୍ର ଦିଆଯାଇଛି କି ? ପ୍ରଶ୍ନ କରିଥିଲେ କୋର୍ଟ । ଉତ୍ତରରେ ପତଞ୍ଜଳି ପକ୍ଷରୁ କୁହାଯାଇଥିଲା ଯେ, ୬୭ ଖବରକାଗଜରେ କ୍ଷମାପ୍ରର୍ଥନା ପ୍ରକାଶିତ ହୋଇଥିଲା ଏବଂ କମ୍ପାନି ଅଦାଲତର ସମ୍ମାନ କରେ ଓ ଭବିଷ୍ୟତରେ ଏଭଳି ଭୁଲ ଆଉ ହେବ ନାହିଁ । ଏଥିସହ କୋର୍ଟଙ୍କ ରାୟ ପରେ ପତଞ୍ଜଳି ପୂର୍ବାପେକ୍ଷା ଅଧିକ ବଡ ଆକାରର କ୍ଷମାପ୍ରାର୍ଥନା ଖବରକାଗଜରେ ପ୍ରକାଶିତ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.