ଓଡିଶା

odisha

ସଞ୍ଜୟ ରାଉତଙ୍କ ବଡ ବୟାନ, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସ୍ଥାନ ନେବେ ଅଜିତ ପାୱାର

By

Published : Jul 3, 2023, 12:13 PM IST

ଏନସିପି ନେତା ଅଜିତ ପାୱାର ଖୁବ୍ ଶୀଘ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସ୍ଥାନ ନେବେ ବୋଲି ଦାବି କରିଛନ୍ତି ସଞ୍ଜୟ ରାଉତ । ଅଧିକ ପଢନ୍ତୁ

Eknath Shinde will be replaced as Maharashtra CM
Eknath Shinde will be replaced as Maharashtra CM

ମୁମ୍ବାଇ:ସାରା ଦେଶକୁ ଛୁଇଁଛି ମୌସୁମୀ । ବିଭିନ୍ନ ସ୍ଥାନରେ ପାଗ ଥଣ୍ଡା ଥିବାବେଳେ ମହାରାଷ୍ଟ୍ରରେ ରାଜନୈତିକ ପାଗ ପୁରା ସରଗରମ ରହିଛି । ସିନ୍ଦେ ସରକାରରେ ସାମିଲ ହୋଇ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଏନସିପି ବରିଷ୍ଠ ନେତା ଅଜିତ ପାୱାର । ଏହାରି ମଧ୍ୟରେ ଶିବସେନା ନେତା ସଞ୍ଜୟ ରାଉତ ଦେଇଛନ୍ତି ବଡ ବୟାନ । ଏନସିପି ନେତା ଅଜିତ ପାୱାର ଖୁବ୍ ଶୀଘ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସ୍ଥାନ ନେବେ ବୋଲି ଦାବି କରିଛନ୍ତି ସଞ୍ଜୟ ।

ସେ କହିଛନ୍ତି, ‘‘ଆଜି ମୁଁ କ୍ୟାମେରା ଆଗରେ କହୁଛି, ଖୁବ ଶୀଘ୍ର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ହେବାକୁ ଯାଉଛନ୍ତି । ଏକନାଥ ସିନ୍ଦେଙ୍କୁ ହଟାଇ ଦିଆଯିବ । ଏକନାଥ ସିନ୍ଦେ ଏବଂ ତାଙ୍କ 16 ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରାଯିବ ।’’ ଏନସିପି ନେତା ଅଜିତ ପାୱାର ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ସଞ୍ଜୟ ରାଉତ ଏହି ମନ୍ତବ୍ୟ ଦେଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, ‘‘ଶିବସେନା, କଂଗ୍ରେସ, ଏନସିପି ଏକଜୁଟ ହୋଇ ମହାରାଷ୍ଟ୍ରରେ ଲଢେଇ କରିବେ । ବିଜେପି ଏହି ତିନି ଦଳକୁ ଭାଙ୍ଗିବାକୁ ଚେଷ୍ଟା କରୁଛି । କିନ୍ତୁ ତାହା କେବେବି ଫଳପ୍ରଦ ହେବନାହିଁ । ମହାରାଷ୍ଟ୍ରରେ ଆମେ ଏକାଠି ଲଢିବୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ, ଏନସିପି ନେତା ମାନେ ଦୁର୍ନୀତିରେ ବୁଡିକି ରହିଛନ୍ତି । କିନ୍ତୁ ବର୍ତ୍ତମାନ ସେହି ନେତା ରାଜଭବନରେ ଶପଥ ଗ୍ରହଣ କରିଛନ୍ତି ।’’

ଏହା ମଧ୍ୟ ପଢନ୍ତୁ-NCP political Crisis: ଭାଇ ସହ କଣ କଳି, ବିଜେପିର ଏ ନାଟ କହିଲେ ସୁପ୍ରିୟା ସୁଲେ

ରବିବାର ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ପୁତୁରା ତଥା ମହାରାଷ୍ଟ୍ର ବିରୋଧୀ ଦଳ ନେତା ଅଜିତ ପାଓ୍ବାର ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ଏଥିସହ ଏନସିପିର 8 ବିଧାୟକ ମନ୍ତ୍ରୀ ଭାବେ ଶପଥ ମଧ୍ୟ ନେଇଥିଲେ । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଦେବେନ୍ଦ୍ର ଫଡନାଭିସଙ୍କ ଉପସ୍ଥିତିରେ ରାଜଭବନରେ ଶପଥ ଗ୍ରହଣ କରିଥିଲେ ଏନସିପିର 8 ନେତା । ଅଜିତ ପାୱାର ସିନ୍ଦେ ସରକାରରେ ସାମିଲ ହେବା ସମସ୍ତଙ୍କୁ ଚକିତ କରିଥିଲା । ଯେଉଁମାନେ ଏପରି କରିଛନ୍ତି ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ଏନସିପି ମୁଖ୍ୟ ଶରଦ ପାଓ୍ବାର ।

ଦଳ ଛାଡି ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟରେ ସାମିଲ ହୋଇଥିବା 9 ନେତାଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ଏନସିପି ବାଚସ୍ପତିଙ୍କ ନିକଟରେ ଏକ ପିଟିସନ ଦାୟର କରିଛି । ଏନସିପି ଛାଡୁଛନ୍ତି ବୋଲି କାହାକୁ ଅବଗତ କରାଇ ନଥିବାରୁ ପିଟିସନ ଦାୟର ହୋଇଥିବା କହିଥିଲେ ଏନସିପି ନେତା ଜୟନ୍ତ ପାଟିଲ ।

ABOUT THE AUTHOR

...view details