ETV Bharat / bharat

NCP political Crisis: ଭାଇ ସହ କଣ କଳି, ବିଜେପିର ଏ ନାଟ କହିଲେ ସୁପ୍ରିୟା ସୁଲେ

author img

By

Published : Jul 3, 2023, 8:46 AM IST

ମହାରାଷ୍ଟ୍ର ରାଜନୀତିରେ ମହାଡ୍ରାମା ଦେଖିବାକୁ ମିଳିଛି । ଏନସିପି ଦୁଇଫାଳ ହୋଇଛି । ପାୱାର ବନାମ ପାୱାରକୁ ଏବେ ଚର୍ଚ୍ଚା । ପଢନ୍ତୁ ଏନେଇ କଣ କହିଛନ୍ତି ସାଂସଦ ସୁପ୍ରିୟା ସୁଲେ । ଅଧିକ ପଢନ୍ତୁ

Supriya Sule on Ajit Pawar Join Shinde cabinet
NCP political crisis

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତି ଗଣିତ ଓଲଟପାଲଟ ହୋଇଛି । ଏନସିପି ଦୁଇଫାଳ ହୋଇଛି । ସନଣ୍ଡେ ସରପ୍ରାଇଜ ସମସ୍ତଙ୍କୁ ଚକିତ କରିଛି । ଦାଦା ଶରଦ ପାୱାରଙ୍କୁ ଧୋକା ଦେଇ ନାଟକୀୟ ଭାବେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ପୁତୁରା ତଥା ଏନସିପି ନେତା ଅଜିତ ପାୱାର । ବିଜେପି ଓ ଶିବସେନା ସହ ଅଜିତ ପାୱାର ହାତ ମିଳାଇବାକୁ ନେଇ ସୁପ୍ରିୟା କିଛି ନ କହିଲେ ବି ବିଜେପିକୁ ବାଣ ମାରିଛନ୍ତି ଏନସିପି କାର୍ଯ୍ୟକାରିଣୀ ସଭାପତି ତଥା ସାଂସଦ ସୁପ୍ରିୟା ସୁଲେ । ଭାଇ ଅଜିତ ପାୱାରଙ୍କୁ କିଛି ନ କହିଲେ ବି ବିଜେପି ଉପରେ ବର୍ଷିଛନ୍ତି ସୁପ୍ରିୟା ସୁଲେ ।

ସୁପ୍ରିୟା ସୁଲେ କହିଛନ୍ତି, ''ଅଜିତ ପାୱାରଙ୍କର ଏପରି କରିବା କଷ୍ଟଦାୟକ ମାତ୍ର ତାଙ୍କ ସହ ମୋର ସମ୍ପର୍କ ସେହିପରି ରହିବ । ମୋ ଭାଇ ଅଜିତ ପାୱାର ସହ କଣ ଫାଇଟ । ବିଜେପି ହିଁ ଏପରି ପହକ୍ଷେପ ନେଇଛି କାରଣ ସଂଖ୍ୟାଗରିଷ୍ଠତା ପାଇଲେ ବି ସେମାନେ ନିର୍ବାଚନ ଜିତିବା ନେଇ ବିଶ୍ବାସ ନାହିଁ । ଅଜିତ ଦାଦା ସବୁବେଳେ ମୋ ଭାଇ ରହିବେ । ଗଣତନ୍ତ୍ରରେ ସମସ୍ତଙ୍କର ନିଷ୍ପତ୍ତି ନେବାର ଅଧିକାର ଅଛି । ଆଜିର ଘଟଣା କଷ୍ଟ ଦେଲା ମାତ୍ର ସମସ୍ତଙ୍କ ଜୀବନରେ ସଂଘର୍ଷ ଆସେ ଆମେ ଏହି ସମସ୍ୟାରୁ ମୁକୁଳିବାକୁ ବାଟ ଖୋଜିବୁ । ନୂଆ ଆଶା ନେଇ ଦଳକୁ ଗଢିବୁ । ଶରଦ ପାୱାର ଆମ ପ୍ରେରଣା । ଅଜିତ ପାୱାର ଏନସିପି ଛାଡିବା ନେଇ ଆମର ଚିନ୍ତା ନାହିଁ ମାତ୍ର ତାଙ୍କ ଭବିଷ୍ୟତ ନେଇ ଆମେ ଚିନ୍ତିତ । ଅଜିତ ଦାଦା ସର୍ବଦା ମୋର ଭାଇ ହୋଇ ରହିବେ । ସମ୍ପର୍କ ଏବଂ କାର୍ଯ୍ୟରେ କୌଣସି ଭୁଲ ନକରିବା ନେଇ ମୁଁ ଅବଗତ ଅଛି । ବିଜେପି ଏକ ଦୁର୍ନୀତିଗ୍ରସ୍ତ ଦଳ ଯିଏକି ଏନସିପିକୁ ବାରମ୍ବାର ଦୁର୍ନୀତିଗ୍ରସ୍ତ ଦଳ ବୋଲି କହିଆସୁଥିଲା ମାତ୍ର ଏବେ ଏନସିପି ନେତାଙ୍କୁ ମନ୍ତ୍ରୀ କରିଛି । 24x7 ନିର୍ବାଚନ ମୁଡରେ ରହିଛି ବିଜେପି ।''

ଏହା ବି ପଢନ୍ତୁ...Maharashtra: ଅଜିତ ପାଓ୍ବର ମହାରାଷ୍ଟ୍ରର ନୂଆ ଉପମୁଖ୍ୟମନ୍ତ୍ରୀ, NDA ରେ ସାମିଲ ହୋଇ ନେଲେ ଶପଥ

ଏହା ବି ପଢନ୍ତୁ...Maharashtra politics: NCP ଦୁଇଫାଳ, ଶରଦଙ୍କ କାର୍ଯ୍ଯାନୁଷ୍ଠାନକୁ ଅପେକ୍ଷା

ସୁପ୍ରିୟା ସୁଲେ ଆହୁରି କହିଛନ୍ତି, ''ମୁଁ ସବୁବେଳେ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି ଏନସିପି ଓ ସତ୍ୟ ସହିତ ରହିବି । ମୁଁ ପ୍ରତିଦିନ ଏହିପରି ଚ୍ୟାଲେଞ୍ଜର ସମ୍ନା କରୁଛି । ଅଜିତ ପାୱାରଙ୍କ ସିନ୍ଦେ ସରକାରରେ ସାମିଲ ହେବା ମୋ ପାଇଁ ଏକ ନୂଆ ଚ୍ୟାଲଞ୍ଜ । ଦାଦା ଓ ମୋ ଭିତରେ କୌଣସି ତିକ୍ତତା ନଥିଲା । ଅଜିତ ଦାଦାଙ୍କ ଏହି ନିଷ୍ପତ୍ତି ପଛରେ ବିଜେପି ରହିଛି । ବିଜେପି ହିଁ ଏହି ପଦକ୍ଷେପ ନେଇଛି ।

ପ୍ରକାଶଥାଉ କି, ଗତକାଲି (ରବିବାର) ଏନସିପି ଛାଡି ଅଜିତ ପାୱାର ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ଏନସିପିର 8 ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଦେବେନ୍ଦ୍ର ଫଡନାଭିସଙ୍କ ଉପସ୍ଥିତିରେ ରାଜଭବନରେ ସମସ୍ତେ ଶପଥ ନେଇଛନ୍ତି । ମହାରାଷ୍ଟ୍ର ରାଜନୀତିର ଘଟଣାକ୍ରମ ଏପରି ଅଚାନକ ବଦଳିବ କେହି କେବେ ଭାବି ନଥିଲେ । ଏନସିପି ନେତା ଅଜିତ ପାୱାର ସିନ୍ଦେ ସରକାରରେ ସାମିଲ ହେବା ସମସ୍ତଙ୍କୁ ଆଚମ୍ବିତ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.