ETV Bharat / bharat

Maharashtra politics: NCP ଦୁଇଫାଳ, ଶରଦଙ୍କ କାର୍ଯ୍ଯାନୁଷ୍ଠାନକୁ ଅପେକ୍ଷା

author img

By

Published : Jul 2, 2023, 8:46 PM IST

Updated : Jul 2, 2023, 10:54 PM IST

ମହାରାଷ୍ଟ୍ରରେ ରାଜନୈତିକ ମହାଡ୍ରାମା ଆରମ୍ଭ । ଅଜିତଙ୍କ ବିଦ୍ରୋହ ପରେ ଏନସିପି ଦୁଇଫାଳ । ରାଜ୍ୟରେ ଏବେ 3 ମୁଖ୍ୟମନ୍ତ୍ରୀ । ଶରଦ ପାଓ୍ବାର କହିଲେ କାର୍ଯ୍ୟାନୁଷ୍ଠାନ ହେବ । ଅଧିକ ପଢନ୍ତୁ

Maharashtra politics: NCP ଦୁଇଫାଳ, ଶରଦଙ୍କ କାର୍ଯ୍ଯାନୁଷ୍ଠାନକୁ ଅପେକ୍ଷା
Maharashtra politics: NCP ଦୁଇଫାଳ, ଶରଦଙ୍କ କାର୍ଯ୍ଯାନୁଷ୍ଠାନକୁ ଅପେକ୍ଷା

Maharashtra: NCP ଦୁଇଫାଳ, କେତେ ଦିନ ଚାଲିବ ତ୍ରିପଲ ଇଞ୍ଜିନ ସରକାର !

ମୁମ୍ବାଇ: ମହାରାଷ୍ଟ୍ରରେ ମାତ୍ର କେଇ ଘଣ୍ଟା ମଧ୍ୟରେ ଯୋଡି ହୋଇଗଲା ଆଉ ଜଣେ ଉପମୁଖ୍ୟମନ୍ତ୍ରୀଙ୍କ ନାମ । ଦାଦାଙ୍କ କ୍ୟାମ୍ପ ବିରୋଧରେ ବିଦ୍ରୋହ କଲେ ପୁତୁରା । ଅବଶ୍ୟ ଏ ଘଟଣା ନାଟକୀୟ ଥିଲେ ସୁଦ୍ଧା ସଙ୍କେତ ବହୁପୂର୍ବରୁ ମିଳିସାରିଥିଲା । ଏନସିପି ସୁପ୍ରିମୋ ଶରଦ ପାଓ୍ବରଙ୍କ ପୁତୁରା ତଥା ମହାରାଷ୍ଟ୍ର ବିରୋଧୀ ଦଳ ନେତା ଅଜିତ ପାଓ୍ବାର ବିରେଧୀ ଦଳ ନେତାରୁ ସିଧା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ତାଙ୍କ ସହ ଅନ୍ୟ 8 ଜଣ ମଧ୍ୟ ମନ୍ତ୍ରୀ ପଦରେ ଶପଥ ନେଇଛନ୍ତି । ତେବେ ମହାରାଷ୍ଟ୍ର ରାଜନୀତିର ଭୀଷ୍ମ ପିତାମହ କୁହାଯାଉଥିବା ଶରଦ ପାଓ୍ବାରଙ୍କ ପରବର୍ତ୍ତୀ ଗୋଟି ଚାଳନା ଏନସିପିକୁ ବଞ୍ଚାଇ ପାରିବ ନାଁ ଶିବସେନା ପରି ଦଳର ବିଭାଜନ ହୋଇଯିବ ସେନେଇ ଆଶଙ୍କା ପ୍ରକାଶ ପାଇଲାଣି ।

ଅଜିତ ପାୱାରଙ୍କ ସହ ଏନସିପିର ବରିଷ୍ଠ ନେତା ଛଗନ ଭୁଜବଳ, ଦିଲୀପ ୱାଲସେ ପାଟିଲ, ହାସନ ମୁଶ୍ରିଫ, ରାମରାଜ ନିମ୍ବଲକର, ଧନଞ୍ଜୟ ମୁଣ୍ଡେ, ଆଦିତ୍ୟ ଟାଟକେରେ, ସଞ୍ଜୟ ବନସୋଡେ ଏବଂ ଅନିଲ ଭାଇଦାସ ପାଟିଲ ମଧ୍ୟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ପୂର୍ବରୁ ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ଉମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବରେ ଥିବା ବେଳେ ଏବେ ରାଜ୍ୟରେ ଉପମୁଖ୍ୟମନ୍ତ୍ରୀ ସଂଖ୍ୟା ଦୁଇରେ ପହଞ୍ଚିଛି । ଅନ୍ୟ ଏକ ବଡ କଥା ହେଉଛି ଶରଦଙ୍କ ବେଶ ବିଶ୍ବସ୍ତ କୁହାଯାଉଥିବା ଓ ନିକଟରେ ଏନସିପିର କାର୍ଯ୍ୟକାରୀ ସଭାପତି ହୋଇଥିବା ପ୍ରଫୁଲ୍ଲ ପଟେଲ ମଧ୍ଯ ଅଜିତଙ୍କ ସହ ଶରଦଙ୍କ ବିରୋଧୀ କ୍ୟାମ୍ପକୁ ଚାଲିଯାଇଛନ୍ତି ।

ଶପଥ ଗ୍ରହଣ କରିବା ପରେ ଅଜିତ ପାଓ୍ବାର କହିଛନ୍ତି ପୁରା ଏନସିପି ତାଙ୍କ ସହ ରହିଛି । ସେ ଏନସିପି ଚିହ୍ନରେ ହିଁ ଆଗାମୀ ସମସ୍ତ ନିର୍ବାଚନ ଲଢିବେ । ଶରଦ ପାଓ୍ବାର କହିଛନ୍ତି, ଯେଉଁମାନେ ଏପରି କରିଛନ୍ତି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ । ତାଙ୍କର 80 ଦଶକରେ ଏପରି ବିଦ୍ରୋହ ସାମ୍ନା କରିବାର ଅଭିଜ୍ଞତା ରହିଛି । ଏବେ ମଧ୍ୟ ସେ ଦଳର ପୁନଃନିର୍ମାଣ କରିବେ ଓ ରାଜ୍ୟକୁ ନୂଆ ନେତୃତ୍ବ ଦେବେ ।

ସହିପରି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି ଶରଦ । କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ମହାରାଷ୍ଟ୍ରର ସମବାୟ ବ୍ୟାଙ୍କରେ ବ୍ୟାପକ ଦୁର୍ନୀତି ହୋଇଥିବା ପ୍ରସଙ୍ଗ ଉଠାଇଥିଲେ । କହିଥିଲେ ଏନସିପି ଦଳ ଦୁର୍ନୀତିରେ ଜଡିତ । ତେବେ ଏବେ ସେହି ଦୁର୍ନୀତିଗ୍ରସ୍ତ ଦଳର ନେତା ଶାସକ ମେଣ୍ଟରେ ସାମିଲ ହେଉଛନ୍ତି । ଏହାର ଅର୍ଥ ପ୍ରଧାନମନ୍ତ୍ରୀ ଆଣିଥିବା ଅଭିଯୋଗ ସତ୍ୟ ନୁହେଁ ବୋଲି ଶରଦ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:-Maharashtra politics:‘ଆମ ସହ ପୁରା NCP ରହିଛି, ଦଳର ନାମ ଓ ଚିହ୍ନ ଆମର’

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଅଜିତ ଗୋଷ୍ଠୀଙ୍କୁ ସ୍ବାଗତ କରିବାରେ କୌଣସି ଅବସର ଛାଡିନାହାନ୍ତି । ରାଜ୍ୟରେ ଏବେ ଟ୍ରିପଲ ଇଞ୍ଜିନ ସରକାର ଆରମ୍ଭ ହେଲା । ଏବେ ଜଣେ ମୁଖ୍ୟମନ୍ତ୍ରୀ ଓ 2 ଜଣ ମୁଖ୍ୟମନ୍ତ୍ରୀ ରହିଛନ୍ତି । ବୁଲେଟ ଟ୍ରେନ ସ୍ପିଡରେ ବିକାଶ ଚାଲିବ ବୋଲି ସିନ୍ଦେ କହିଛନ୍ତି । ତେବେ ଏହାରି ମଧ୍ୟରେ ବିଜେପିର ରଣନୀତି କିଛି ବୁଝାପଡୁଥିବା ବେଳେ ସିନ୍ଦେ ଗୋଷ୍ଠୀ ପ୍ରତି ସର୍ବାଧିକ ବିପଦ ଥିବା ଚର୍ଚ୍ଚା ମଧ୍ୟ ହେଲାଣି । ରାଜ୍ୟରେ ଆଉ ଜଣେ ମୁଖ୍ଯମନ୍ତ୍ରୀ ଖୁବଶିଘ୍ର ଦାୟିତ୍ବ ନେବେ ବୋଲି କହିଛନ୍ତି ଶିବସେନା ଉଦ୍ଧବ ଗୋଷ୍ଠୀ ନେତା ସଞ୍ଜୟ ରାଉତ । ଏହି ନୂଆ ସମୀକରଣ ଏକନାଥ ସିନ୍ଧେ ଓ ତାଙ୍କ ସମର୍ଥିତ ବିଧାୟକଙ୍କୁ ମହଙ୍ଗା ପଡିବ ବୋଲି କହିଛନ୍ତି ସଞ୍ଜୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Jul 2, 2023, 10:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.