ଓଡିଶା

odisha

ନୂଆଦିଲ୍ଲୀରେ ପହଞ୍ଚିଲେ ଇଜିପ୍ଟ ରାଷ୍ଟ୍ରପତି, ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ହେବେ ସାମିଲ

By

Published : Jan 25, 2023, 7:56 AM IST

ନୂଆଦିଲ୍ଲୀରେ ପହଞ୍ଚିଲେ ଇଜିପ୍ଟ ରାଷ୍ଟ୍ରପତି, ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ହେବେ ସାମିଲ

ନୂଆଦିଲ୍ଲୀରେ ପହଞ୍ଚିଲେ ଇଜିପ୍ଟ ରାଷ୍ଟ୍ରପତି ଅବଦ୍ଦଲ ଫତେହ ଇଲ-ସିସି । ଚଳିତବର୍ଷ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ହେବେ ସାମିଲ । ଅଧିକ ପଢନ୍ତୁ

ନୂଆଦିଲ୍ଲୀରେ ପହଞ୍ଚିଲେ ଇଜିପ୍ଟ ରାଷ୍ଟ୍ରପତି

ହାଇଦ୍ରାବାଦ:ନୂଆଦିଲ୍ଲୀରେ ପହଞ୍ଚିଛନ୍ତି ଇଜିପ୍ଟ ରାଷ୍ଟ୍ରପତି ଅବଦ୍ଦଲ ଫତେହ ଇଲ-ସିସି । ଆଜି ସେ ବିଳମ୍ବିତ ଅପରାହ୍ନରେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିଛନ୍ତି । ଚଳିତ (2023) ସାଧାରଣତନ୍ତ୍ର ଦିବସରେ ସେ ମୁଖ୍ୟ ଅତିଥି ଭାବେ ସେ ଅଂଶଗ୍ରହଣ କରିବେ । ସେ ସାଧାରଣତନ୍ତ୍ର ଦିବସ ପରେଡରେ ଅଂଶଗ୍ରହଣ କରିବା ସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ସହ ମଧ୍ୟ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ଇଜିପ୍ଟ ରାଷ୍ଟ୍ରପତି ଅବଦ୍ଦଲ ଫତେହ ଇଲ-ସିସି (Abdel Fattah El-Sisi)ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ କରିଥିଲେ । ସେ କର୍ତ୍ତବ୍ୟପଥରେ ଆୟୋଜିତ ପରେଡରେ ମୁଖ୍ୟ ଅତିଥି ଭାବେ ଅଂଶଗ୍ରହଣ କରିବେ । ଚଳିତଥର ରାଷ୍ଟ୍ରପତି ସହ ଇଜିପ୍ଟ ସେନାର ଏକ ସ୍ବତନ୍ତ୍ର କଣ୍ଟିନଜେଣ୍ଟ ମଧ୍ୟ ଭାରତ ଆସୁଛନ୍ତି । ଏହି କଣ୍ଟିନଜେଣ୍ଟ ଭାରତୀୟ ଶସସ୍ତ୍ର ବଳ ସହ କର୍ତ୍ତବ୍ୟପଥରେ ପରଡେରେ ମଧ୍ୟ ଅଂଶଗ୍ରହଣ କରିବ । ତେବେ ଆରବ ରିପବ୍ଲିକ ଅଫ ଇଜିପ୍ଟର ରାଷ୍ଟ୍ରମୁଖ୍ୟଙ୍କୁ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରିବାରେ ଏହା ପ୍ରଥମ ଘଟଣା ।

ଅତିଥି ରାଷ୍ଟ୍ରପତିଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ମଧ୍ୟ ନୂଆଦିଲ୍ଲୀ ଆସିଛନ୍ତି । ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମ ପରେ ଉଭୟ ପ୍ରଧାନମନ୍ତ୍ରୀ ସିସି ଓ ମୋଦିଙ୍କ ମଧ୍ୟରେ ଆଲୋଚନା କାର୍ଯ୍ୟକ୍ରମ ରହିଛି । ଦୁଇ ଦେଶର ପାରସ୍ପରିକ ପ୍ରସଙ୍ଗ ସହ ଅନ୍ୟ କିଛି ବୈଶ୍ବିକ ପ୍ରସଙ୍ଗରେ ଉଭୟ ରାଷ୍ଟ୍ରମୁଖ୍ୟ ମତ ବିନିମୟ କରିବେ । ସେହିପରି କିଛି ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଏକ ଗୋଷ୍ଠୀ ସହ ଇଜିପ୍ଟ ରାଷ୍ଟ୍ରପତି ଓ ତାଙ୍କ ପ୍ରତିନିଧି ଦଳ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏଥିରେ 50ରୁ ଅଧିକ ପ୍ରତିଷ୍ଠିତ ଭାରତୀୟ କମ୍ପାନୀର ପ୍ରତିନିଧି ସାମିଲ ହେବେ । 68 ବର୍ଷୀୟ ରାଷ୍ଟ୍ରପତି 2016ରେ ଆୟୋଜିତ ଇଣ୍ଡିଆ-ଆଫ୍ରିକା ଫୋରମ ସମ୍ମିଳନୀରେ ମଧ୍ୟ ଅଂଶଗ୍ରହଣ କରିବା ପାଇଁ ନୂଆଦିଲ୍ଲୀ ଆସିଥିଲେ ।

ସାଧାରଣତନ୍ତ୍ର ଦିବସ ପାଳନ କରିବା ପାଇଁ ରାଜଧାନୀ ନୂଆଦିଲ୍ଲୀରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଭାରତୀୟ ତିନି ସଶସ୍ତ୍ର ବଳ ଓ ଅର୍ଦ୍ଧସାମରିକ ବାହିନୀ ରାଜଧାନୀ କର୍ତ୍ତବ୍ୟପଥରେ ଆୟୋଜିତ ପରେଡରେ ଭାରତର ସାର୍ବଭୌମତ୍ବ, ଅଖଣ୍ଡତା ଓ ସାମର୍ଥ୍ୟର ପ୍ରଦର୍ଶନ କରିବେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡରେ ଅଭିବାଦନ ଗ୍ରହଣ କରିବେ । ପରେ ଦେଶର କଳା, ସଂସ୍କୃତି ଓ ଐତିହର ପ୍ରତୀକ ଭାବେ ବିଭିନ୍ନ ରାଜ୍ୟର ପ୍ରଜ୍ଞାପନ ମେଢ ମଧ୍ୟ ପ୍ରଦର୍ଶିତ ହେବ । ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସରେ କେହି ଜଣେ କିମ୍ବା ଏକାଧିକ ବିଦେଶୀ ରାଷ୍ଟ୍ରମୁଖ୍ୟ ଅତିଥି ଭାବେ ନିମନ୍ତ୍ରିତ ହେବାର ପରମ୍ପରା ରହି ଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details