ଓଡିଶା

odisha

ନବଜାତକଙ୍କ ମଧ୍ୟରେ ଦୃଷ୍ଟିହୀନତା : ଭ୍ରାନ୍ତ ଧାରଣା ଓ ସତ୍ୟତା

By

Published : Apr 17, 2021, 3:29 PM IST

ନବଜାତକଙ୍କ ମଧ୍ୟରେ ଦୃଷ୍ଟିହୀନତା : ଭ୍ରାନ୍ତ ଧାରଣା ଓ ସତ୍ୟତା
ନବଜାତକଙ୍କ ମଧ୍ୟରେ ଦୃଷ୍ଟିହୀନତା : ଭ୍ରାନ୍ତ ଧାରଣା ଓ ସତ୍ୟତା ()

ଦୃଷ୍ଟିଶକ୍ତି ନ ଥିଲେ ମଣିଷ ଜୀବନ ସତେଯେମିତି ଅର୍ଥହୀନ ହୋଇପଡେ । ଜୀବନ ଦୁୁର୍ବିସହ ହୁଏ । ସୁନ୍ଦର ସୃଷ୍ଟିକୁ ଦେଖିବାରେ ବଂଚିତ ହୁଏ ମଣିଷ । ଦୃଷ୍ଟିଶକ୍ତିହୀନତା ପିଲା ଓ ମାଆବାପାଙ୍କ ପାଇଁ ଅନେକ ଆହ୍ୱାନ ସୃଷ୍ଟି କରେ ।

ଦୃଷ୍ଟିଶକ୍ତି ହେଉଛି ମଣିଷକୁ ଈଶ୍ୱରଙ୍କ ଅମୂଲ୍ୟ ଦାନ । ଦୃଷ୍ଟିଶକ୍ତି ନ ଥିଲେ ମଣିଷ ଜୀବନ ସତେଯେମିତି ଅର୍ଥହୀନ ହୋଇପଡେ । ଜୀବନ ଦୁୁର୍ବିସହ ହୁଏ । ସୁନ୍ଦର ସୃଷ୍ଟିକୁ ଦେଖିବାରେ ବଂଚିତ ହୁଏ ମଣିଷ । ଦୃଷ୍ଟିଶକ୍ତିହୀନତା ପିଲା ଓ ମାଆବାପାଙ୍କ ପାଇଁ ଅନେକ ଆହ୍ୱାନ ସୃଷ୍ଟି କରେ । ଏ ବାବଦରେ ଇଟିଭି ଭାରତ ସୁଖିଭବଃ ବିଶେଷଜ୍ଞ ଡକ୍ଟର ସୁଷମା ରେଡ୍ଡିଙ୍କ ସହ ଆଲୋଚନା କରିଥିଲା । ନବଜାତ ଛୁଆଙ୍କ ମଧ୍ୟରେ କେଉଁ କାରଣକୁ ଦୃଷ୍ଟିହୀନତା ସୃଷ୍ଟି ହୁଏ ଓ ଏ ନେଇ ରହିଥିବା ଭୁଲ୍ ଧାରଣା ସଂପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି ଡକ୍ଟର ରେଡ୍ଡି ।

ରେଟିନୋପାଥି ଅଫ୍ ପ୍ରିମ୍ୟାଚୁରିଟି ( ଆରଓପି ) – ସାଧାରଣତଃ ସମୟ ପୂର୍ବରୁ ଜନ୍ମ ହୋଇଥିବା ପିଲାମାନଙ୍କୁ ଏହି ଦୃଷ୍ଟିହୀନତା ରୋଗ ହୋଇଥାଏ , ଯାହାର କି ପ୍ରତିକାର ହୋଇପାରିବ ।ଜନ୍ମ ସମୟରେ ଛୁଆର ଓଜନ କମ୍ ରହିଲେ ସେମାନଙ୍କଠାରେ ଆରଓପି ହେବା ଆଶଙ୍କା ଅଧିକ ରହେ । ଠିକ୍ ସମୟରେ ଚିହ୍ନଟ କରାଯାଇ ଚିକିତ୍ସା କରାଇଲେ ଜୀବନବ୍ୟାପୀ ଦୃଷ୍ଟିହୀନତାକୁ ଏଡାଇ ଦେଇ ହେବ । ୩୪ ସପ୍ତାହର ଜେସଟେସନାଲ ବୟସ ପୂର୍ବରୁ ଜନ୍ମ ନେଇଥିବା ଛୁଆ ବା ଜନ୍ମବେଳେ ୨ କେଜିରୁ କମ୍ ଓଜନ ଥିବା ଛୁଆଙ୍କର ପ୍ରଥମ ତିନି ସପ୍ତାହ ମଧ୍ୟରେ ଆରଓପି ସ୍କ୍ରିନିଂ କରିବା ଦରକାର । ଜୀବନର ପ୍ରଥମ ତିନି ସପ୍ତାହ ମଧ୍ୟରେ ଅପରିପକ୍ୱ ଛୁଆଙ୍କ ଚକ୍ଷୁ ପରୀକ୍ଷା କରିବା ଜରୁରୀ ବୋଲି ସେମାନଙ୍କ ମାଆବାପାମାନେ ଅବଗତ ହେବା ଦରକାର । ଆରଓପିର ଶୀଘ୍ର ଚିହ୍ନଟ ଏହାର ପ୍ରଭାବଶାଳୀ ଚିକିତ୍ସାରେ ସହାୟକ ହୁଏ ।

ଜଣେ ସୁପ୍ରିଶିକ୍ଷିତ ଚକ୍ଷୁ ରୋଗ ବିଶେଷଜ୍ଞ ବା ଯେକୌଣସି ରେଟିନା ସ୍ପେଶାଲିଷ୍ଟ ବା ପେଡିଆଟ୍ରିକ୍‌ଅପଥାମୋଲୋଜିଷ୍ଟ ଦ୍ୱାରା ନବଜାତଙ୍କ ଆରଓପି ସ୍କ୍ରିନିଂ କରାଯାଇପାରିବ । ଯଦି ଆରଓପି ଚିହ୍ନଟ ହୋଇପାରିଲା, ତାହା ହେଲେ ଲେଜର ବା ଇଂଜେକସନ ଦେଇ ଛୁଆର ଚିକିତ୍ସା କରାଯାଇପାରେ । ଆରଓପି ପାଇଁ ସର୍ଜରୀ ବି କରାଯାଇପାରେ । ଆରଓପି କେଉଁ ସ୍ଥିତିରେ ରହିଛି, ତାହା ଉପରେ ଚିକିତ୍ସା ନିର୍ଭର କରେ । ଆରଓପିର କିଛି ସ୍ୱରୂପ ଦ୍ରୁତ ଭାବେ ଅଗ୍ରଗତି କରେ । ଏହା ଦ୍ୱାରା ମାତ୍ର ଦିନ କେଇଟା ମଧ୍ୟରେ ରେଟିନାଲ୍ ଡିଟାଚମେଂଟ ହୋଇପାରେ । ତେଣୁ ଏ ଦୃଷ୍ଟିରୁ ପ୍ରିମ୍ୟାଚୁର ଛୁଆଙ୍କ ଆରଓପି ସ୍କ୍ରିନିଂ କଲା ବେଳେ କିଛି ପ୍ରୋଟକଲ ମାନିବାକୁ ହେବ । ପ୍ରତି ଶିଶୁ ଓ ଚକ୍ଷୁ ବିଶେଷଜ୍ଞମାନେ ଏ ବାବଦରେ ଅବଗତ ରହିବା ଦରକାର ।

ନବଜାତକଙ୍କ ମଧ୍ୟରେ ଆରଓପି ଲକ୍ଷଣ - ଆରଓପିର କୌଣସି ପ୍ରାରମ୍ଭିକ ଲକ୍ଷଣ ପ୍ରକାଶ ପାଏ ନାହିଁ । କେବଳ ଚକ୍ଷୁ ଡାକ୍ତରଙ୍କ ଦ୍ୱାରା ସ୍କ୍ରିନିଂ କରାଗଲେ ଆରଓପି ଚିହ୍ନଟ ହୋଇପାରିବ । ରେଟିନୋବ୍ଲାଷ୍ଟୋମା ( ଆଇ କ୍ୟାନସର ) ଓ କନଜେନସିଆଲ୍ କାଟ୍ରାକ୍ଟ ଭଳି ଅନ୍ୟ ଦୃଷ୍ଟିହୀନତା ରୋଗର ଲକ୍ଷଣ ପ୍ରକାଶ ପାଏ । ଆଖିର କେନ୍ଦ୍ରସ୍ଥଳରେ ହ୍ୱାଇଟ୍ ରିଫ୍ଲେକ୍ସ ଦେଖାଯିବ । ସଂକ୍ରମଣ, ଚକ୍ଷୁଶ୍ଲେଷ ଆଦି ଅତ୍ୟଧିକ ଲାଲ୍ ରୂପ ଧାରଣ କରି ଆଖିକୁ ଆର୍ଦ୍ର କରିବେ । ନବଜାତକର ଯଦି ଅସ୍ୱାଭାବିକ ଭାବେ ବଡ ଆଖି ଥାଏ, ତାହା ହେଲେ କନଜେନସିଆଲ ଗ୍ଲାଉକୋମାର ଆଶଙ୍କା ଥାଏ।

ଅନ୍ୟାନ୍ୟ ସଂକେତ

ଖୁବ୍ ଶୀଘ୍ର ଆଖିପତା ଉପରୁ ତଳକୁ ବା ଗୋଟିଏ ପାଶ୍ୱର୍ରୁ ଅନ୍ୟ ପାଶ୍ୱର୍କୁ ପଡିଥାଏ

ଉଜ୍ଜ୍ୱଳ ଆଲୋକ ବା ଟଟ ର୍ଲାଇଟ୍‌ରେ ଆଇ ବ୍ଲିକିଂର ଅନୁପସ୍ଥିତି

ଆଖି ଡୋଳା ଖସିବା

କନଜେନସିଆଲ ମାଲଫଙ୍କସନ

ଚକ୍ଷୁ ସ୍ୱାସ୍ଥ୍ୟ ଓ ଆହାର ଜନିତ ଧାରଣା

ଧାରଣା ୧ –ଗାଜର ଖାଇଲେ ଦୃଷ୍ଟିଶକ୍ତି ଭଲ ହେବ

ମାଆବାପାମାନେ ଅନେକ ସମୟରେ ପ୍ରଶ୍ନ କରନ୍ତି ଯେ,ସେମାନଙ୍କ ପିଲାମାନେ ପ୍ରତିଦିନ ଗାଜର ରସ ପିଅନ୍ତି । କିନ୍ତୁ ଭଲ ଦିଶିବା ପାଇଁ ସେମାନେ ଚଷମା ପିନ୍ଧନ୍ତି । ଏମିତି କାହିଁକି ହୁଏ ବୋଲି ଅନେକ ମାଆବାପା ପ୍ରଶ୍ନ କରନ୍ତି ।

ଏହା ସତ ଯେ, ଗାଜରରେ ଭିଟାମିନ ଏ ପ୍ରଚୁର ପରିମାଣରେ ଥାଏ । କିନ୍ତୁ କେବଳ ଗାଜର ଖାଇଲେ ହିଁ ଦୃଷ୍ଟିଶକ୍ତି ଜନିତ ସମସ୍ୟାର ସମଧାନ ହୋଇପାରିବ ନାହିଁ । ଗାଜର ସାମଗ୍ରିକ ଭାବେ ଆଖିର ସ୍ୱାସ୍ଥ୍ୟ ପାଇଁ ଉପକାରୀ । କିନ୍ତୁ ଏହାର ଅର୍ଥ ନୁହେଁ ଯେ, ଆଖି ସମସ୍ୟାର ଉପଚାର କରିପାରିବ ଗାଜର ।

ଧାରଣା ୨ –ମାଆ କ୍ଷୀର ଆଖି ସଂକ୍ରମଣର ଚିକିତ୍ସା କରିପାରେ

ଅନେକଙ୍କର ବିଶ୍ୱାସ ଯେ, ମାଆ କ୍ଷୀରରେ ଥିବା ସୁରକ୍ଷାତ୍ମକ ଉପାଦାନ ଛୁଆର ଆଖି ସଂକ୍ରମଣ ଦୂର କରେ । କିନ୍ତୁ ଏହା ଭୁଲ୍ ଧାରଣା । ଛୁଆ ଆଖିରେ ମାଆ କ୍ଷୀରର ବୁନ୍ଦା ପକାଇଲେ ଆଖି ସଂକ୍ରମଣ ଭଲ ହୋଇଯାଏ ବୋଲି କେହି ବି ଡାକ୍ତର ସୁପାରିଶ କରନ୍ତି ନାହିଁ । ଅସ୍ୱଚ୍ଛ ଓ ଅପରିଷ୍କାର ଭାବେ ମାଆସ୍ତନରୁ କ୍ଷୀର କାଢିବାଟା ହିଁ ସଂକ୍ରମଣର ଏକ ଉତ୍ସ ହୋଇଥାଏ । ଛୁଆଙ୍କ ଆଖି ଗୋଲାପୀ ଦେଖାଦେଲେ ଡାକ୍ତରଙ୍କ ସହ ପରାମର୍ଶ କରିବା ଦରକାର । କାରଣ ବେଳେ ବେଳେ ସାଧାରଣ ଦେଖାଯାଉଥିବା ଗୋଲାପୀ ଆଖି ପରବର୍ତ୍ତୀ ସମୟରେ ଗୁରୁତର ଆକାର ଧାରଣ କରିବା ଆଶଙ୍କା ରହିଥାଏ । ଡାକ୍ତରଙ୍କ ବିନା ପରାମର୍ଶରେ ନବଜାତକଙ୍କ ଆଖିରେ କୌଣସି ବୁନ୍ଦା ପକାଇବା ଉଚିତ ନୁହେଁ ।

ଧାରଣା ୩- ଅଧିକ ପରିମାଣର ଭିଟାମିନ ଏ ଅନ୍ଧତ୍ୱ ଦୂର କରେ

ଏହା ମଧ୍ୟ ଏକ ଭୁଲ୍ ଧାରଣା । ଅଧିକାଂଶ ମାଆବାପାଙ୍କର ଧାରଣା ଯେ, କେବଳ ଭିଟାମିନ ଏ ଦ୍ୱାରା ହିଁ ଦୃଷ୍ଟିଶକ୍ତି ଜନିତ ସମସ୍ୟାର ସମାଧାନ ହୋଇପାରିବ । ତେଣୁ ସେମାନେ ଭିଟାମିନ ଏ ଇଂଜେକସନ ଉପରେ ଅଧିକ ନିର୍ଭରଶୀଳ ହୋଇଥାଆନ୍ତି। କିନ୍ତୁ ଅତ୍ୟଧିକ ଭିଟାମିନ ଏ ଇଂଜେକସନ ଆଖି ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ ।

ABOUT THE AUTHOR

...view details