ଓଡିଶା

odisha

ଅଚିହ୍ନା ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ମୃତଦେହ ଉଦ୍ଧାର କଲା ପାହାଳ ଥାନା ପୋଲିସ - suspicious death of young man

By ETV Bharat Odisha Team

Published : Mar 24, 2024, 8:58 PM IST

ଅଚିହ୍ନା ଯୁବକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର

Suspicious Death Of Young Man:ନିଆଳି: ଅଚିହ୍ନା ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ରାଜଧାନୀ ଉପକଣ୍ଠ ତଥା ଖୋର୍ଦ୍ଧା ଜିଲ୍ଲା ପାହାଳ ଥାନା ଅନ୍ତର୍ଗତ ଜଗନ୍ନାଥପୁର ଓ ଗୋହଳ ଗ୍ରାମକୁ ସଂଯୋଗ କରିଥିବା ରାସ୍ତା ପାର୍ଶ୍ବରେ ଥିବା ଏକ ଗଛରେ ଜଣେ ଅଚିହ୍ନା ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହକୁ ପାହାଳ ଥାନା ପୋଲିସ ଜବତ କରିଛି । ଯୁବକଙ୍କ ପରିଚୟ ମିଳିନଥିବା ବେଳେ ହାତ ଦୁଇଟି ପଛ ପଟରେ ଏକ ଗାମୁଛା ସାହାଯ୍ୟରେ ବନ୍ଧା ଯାଇଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାଇ ଆଜି(ରବିବାର) ଦିନ ୧୨ଟା ସମୟରେ ଜଗନ୍ନାଥପୁର ଗ୍ରାମର କିଛି ଲୋକ ତାଙ୍କ ଜମିକୁ ଗାଈ ବାନ୍ଧିବା ପାଇଁ ଯାଉଥିବା ବେଳେ ରାସ୍ତା ପାର୍ଶ୍ବରେ ଥିବା ରବିନ୍ଦ୍ର ପାଲଙ୍କ ଜମିରେ ଏକ ପଟାସ ଗଛରେ ଜଣେ ଅଚିହ୍ନା ଯୁବକକୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ ।ଏନେଇ ସେମାନେ ପାହାଳ ଥାନାକୁ ଜଣାଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପୋଲିସ, ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । 

ଏହା ମଧ୍ୟ ପଢନ୍ତୁ....ପୁଅ ସାଜିଲା ପିଶାଚ, ବାପା-ମାଆଙ୍କୁ ଟାଙ୍ଗିଆ ହାଣି କଲା ହତ୍ୟା

ସେହିପରି ପୋଲିସ ଏକ ଅପମୃତ୍ୟୁ ମାମଲା ନଂ- ୮/୨୪ ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ  ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି । ଯୁବକ ଜଣକ ସ୍ଥାନୀୟ ଜଗନ୍ନାଥପୁର ଗ୍ରାମରେ ଆଜି ଦିନ ୧୦ଟା ସମୟରେ ବୁଲୁଥିବା ସ୍ଥାନୀୟ ଲୋକ ଦେଖିଥିବା ବେଳେ କିପରି ଦିନ ସମୟରେ ଗଛରେ ଝୁଲନ୍ତା ଅବସ୍ଥାରେ ହାତ ଦୁଇଟି ପଛ ପଟୁ ବନ୍ଧା ଯାଇଥିଲା । ତାହା ସ୍ଥାନୀୟ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ଜଣା ପଡୁନଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ହିଁ ମୃତ୍ୟୁର କାରଣ ଜଣାପଡିବ ବୋଲି ଜୋନ୍ ୪ ଭାରପ୍ରାପ୍ତ ଏସିପି ଅମିତାଭ ମହାପାତ୍ର କହିଛନ୍ତି । 

ଇଟିଭି ଭାରତ, ନିଆଳି

ABOUT THE AUTHOR

...view details