ଖୋର୍ଦ୍ଧା: ଜବରଦଖଲ ଜମିକୁ ଉଚ୍ଛେଦ ନିମନ୍ତେ ଗ୍ରାମବାସୀଙ୍କ ଧାରଣା । ପ୍ରଶାସନର ଟାଳଟୁଳ ନୀତି ବିରୁଦ୍ଧରେ ତହସିଲଦାରଙ୍କ ଅଫିସ ସମ୍ମୁଖରେ ଗ୍ରାମବାସୀଙ୍କ ଆମରଣ ଅନଶନ । ସୂଚନାଯୋଗ୍ୟ ଯେ ଖୋର୍ଦ୍ଧା ଜିଲା ବୋଲଗଡ ତହସିଲ ଅନ୍ତର୍ଗତ ଠଣାପଲ୍ଲୀ ଗ୍ରାମରେ ଗ୍ରାମ କମିଟି ନିଷ୍ପତ୍ତି ଅନୁସାରେ ଗ୍ରାମବାସୀମାନେ ସରକାରୀ ଜାଗା ଛାଡିଦେଇଥିଲେ । କିନ୍ତୁ ଠଣାପଲ୍ଲୀ ଗ୍ରାମରେ ଜଣେ ମହିଳା ଭଡାଟିଆ ଗୁଣ୍ଡାମାନଙ୍କ ସହାୟତାରେ ଗ୍ରାମର ଗୋଚର ଜମିକୁ କବଜା କରିବା ସହିତ ପୋଖରୀ ହୁଡ଼ାରେ ଦୁଇଟି ପ୍ଲଟକୁ ଜବରଦଖଲ କରି ଦୀର୍ଘ ବର୍ଷ ଧରି ରହୁଛନ୍ତି । ଉକ୍ତ ଜବରଦଖଲ ଜାଗାରେ ପୂର୍ବରୁ ଗ୍ରାମବାସୀ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଯୁବକମାନେ ଖେଳକୁଦରେ ବ୍ୟବହାର କରୁଥିଲେ । ଏବେ ଏହି ସ୍ଥାନ ଜବରଦଖଲ ହେବା ଦ୍ବାରା ଗ୍ରାମବାସୀ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଏହା ମଧ୍ୟ ପଢନ୍ତୁ...କେନ୍ଦ୍ର ସରକାରଙ୍କ କୃଷିନୀତିକୁ ବିରୋଧ, ସମ୍ବଲପୁରରେ ଚାଷୀ ସଂଗଠନର ଟ୍ରାକ୍ଟର ରାଲି
ଗତବର୍ଷ ଏପ୍ରିଲ ମାସରେ ଆରଆଇ ଅଫିସ ଆଗରେ ଗ୍ରାମବାସୀ ଧାରଣା ଦେଇଥିଲେ କିନ୍ତୁ ଆରଆଇ ଗ୍ରାମବାସୀଙ୍କ ନାଁ ରେ କେସ୍ ଦେଇଥିଲେ । ଯେଉଁଥି ପାଇଁ ୫୧ ଜଣ ମହିଳା ଏବଂ ପୁରୁଷଙ୍କୁ ପୋଲିସ ଗିରଫ କରିଥିଲା । ଏହି ସ୍ଥାନକୁ ଜବରଦଖଲ ମୁକ୍ତ କରିବା ପାଇଁ ଗ୍ରାମବାସୀ ବିଭିନ୍ନ ସମୟରେ ସ୍ଥାନୀୟ ତହସିଲଦାରଙ୍କୁ ଜଣାଇ ନିରାଶ ହେବାପରେ ରାଜ୍ୟ ସରକାରଙ୍କ OPLE act ଅନୁଯାୟୀ ଉପଜିଲାପାଳଙ୍କ ନିକଟରେ ମାମଲା କରିଥିଲେ ।