ଓଡିଶା

odisha

ପୁରୀ ଜିଲ୍ଲା ନୂଆ ଏସପି ଓ ଜିଲ୍ଲାପାଳ ହେଲେ ପିନାକ ମିଶ୍ର-ବିଜୟ କୁମାର ଦାସ

By ETV Bharat Odisha Team

Published : Jan 30, 2024, 8:52 PM IST

Puri New Collector: ପୁରୀ ଜିଲ୍ଲାର ନୂଆ ଏସପି ଓ ଜିଲ୍ଲାପାଳ ଭାବେ ଦାୟିତ୍ବ ନେଲେ ପିନାକ ମିଶ୍ର ଓ ବିଜୟ କୁମାର ଦାସ । ଅଧିକ ପଢନ୍ତୁ

Puri New Collector
Puri New Collector

ପୁରୀ:ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଭାବେ ଆଇପିଏସ ପିନାକ ମିଶ୍ରଙ୍କୁ ଦାୟିତ୍ଵ ମିଳିଛି । ଦାୟିତ୍ଵ ନେବା ପୂର୍ବରୁ ସେ ପ୍ରଥମେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ସେହିପରି ଜିଲ୍ଲାପାଳ ଭାବେ ଦାୟିତ୍ଵ ନେଇଛନ୍ତି ବରିଷ୍ଠ ପ୍ରଶାସନିକ ଅଧିକାରୀ ବିଜୟ କୁମାର ଦାସ । ନିଜର ଦାୟିତ୍ବ ସଠିକ ଭାବେ ତୁଲାଇବା ସହିତ ପ୍ରଶାସନିକ କ୍ଷେତ୍ରରେ ପୁରୀବାସୀଙ୍କୁ କିଭଳି ଉତ୍ତମ ସେବା ମିଳିପାରିବେ ସେ ନେଇ ଉଭୟ ଗୁରୁତ୍ବ ଦେବେ ବୋଲି କହିଛନ୍ତି ।

ଦାୟିତ୍ଵ ନେବା ପୂର୍ବରୁ ପିନାକ ପ୍ରଥମେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ପିନାକ ମିଶ୍ର କହିଛନ୍ତି, "ପୁରୀ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଦାୟିତ୍ଵ ପାଇ ବେଶ ଧନ୍ୟ ମନେ କରୁଛି । ପୁରୀ ହେଉଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମ । ସାରା ବିଶ୍ଵରେ କୋଟି କୋଟି ହିନ୍ଦୁଙ୍କ ପ୍ରାଣ କେନ୍ଦ୍ର ଶ୍ରୀକ୍ଷେତ୍ର । ପୁରୀ ସହରକୁ ଆଇନ ଶୃଙ୍ଖଳାରେ କିଭଳି ଉତ୍ତମ ସେବା ଯୋଗାଇ ହେବ ସେ ଦିଗରେ କାର୍ଯ୍ୟ କରିବି । ପୂର୍ବରୁ ରଥ ଯାତ୍ରା ସମୟରେ ଡ୍ୟୁଟିରେ ପୁରୀ ଆସି ଦାୟିତ୍ଵ ନିର୍ବାହ କରିଛି। ତେବେ ଆରକ୍ଷୀ ଅଧିକ୍ଷକ ଭାବେ ପୂର୍ଣ୍ଣ ଭାବେ ଦାୟିତ୍ଵ ମିଳିବା ପରେ ପୁରୀକୁ ଏକ ସୁରକ୍ଷିତ ସ୍ଥାନ କରିବା ପ୍ରାଥମିକତା ରହିବ ।"

ପୁରୀ ସହରରେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ସେ ସେବାୟତ, ବୁଦ୍ଧିଜୀବୀ, ସାମ୍ବାଦିକ, ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରି ପଦକ୍ଷେପ ନେବେ ବୋଲି ପୁରୀର ନୂଆ ଏସପି ଭାବେ ଦାୟିତ୍ଵ ନେଇଥିବା ପିନାକ ମିଶ୍ର କହିଛନ୍ତି । ଆଇପିଏସ ପିନାକ ମିଶ୍ର ପୂର୍ବରୁ କଟକର ଡିସିପି ଭାବେ ବେଶ ସଫଳତାର ସହ କାର୍ଯ୍ୟ କରିଛନ୍ତି । ପୂର୍ବରୁ ପୁରୀ ଏସପି ଥିବା କନୱର ବିଶାଲ ସିଂଙ୍କୁ କଟକ ଡିସିପି ଭାବେ ବଦଳି କରାଯାଇଛି । ସେପଟେ ପୁରୀର ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ଵ ନେଇଛନ୍ତି ବରିଷ୍ଠ ପ୍ରଶାସନିକ ଅଧିକାରୀ ବିଜୟ କୁମାର ଦାଶ ।

ଏହା ବି ପଢନ୍ତୁ- IAS ସ୍ତରରେ ବଡଧରଣର ଅଦଳବଦଳ; ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ବଦଳିଲେ ୧୭ ଜିଲ୍ଲାପାଳ

ଏନେଇ ବିଜୟ କହିଛନ୍ତି, "ଆଗାମୀ ଦିନରେ ନିର୍ବାଚନ ଅଛି । ଏହା ଏକ ଗୁରୁ ଦାୟିତ୍ଵ । ନିର୍ବାଚନ ଯେଭଳି ମୁକ୍ତ, ଅବାଧ, ନିରପେକ୍ଷ ହୋଇପାରିବ ସେ ନେଇ ସ୍ଵତନ୍ତ୍ର ଧ୍ୟାନ ରହିବ । ସେହିପରି ରାଜ୍ୟ ସରକାରଙ୍କ ଅନେକ ଜନକଲ୍ୟାଣ ଯୋଜନା ଥିବା ବେଳେ ଏହା ଲୋକଙ୍କ ନିକଟରେ ଠିକରେ ପହଞ୍ଚି ପାରୁଛିକି ନାହିଁ ସେଥିପ୍ରତି ବିଶେଷ ଧ୍ୟାନ ରହିବ । ଏ ନେଇ ପ୍ରତି ସପ୍ତାହରେ ସମୀକ୍ଷା ହେବ । ମହାପ୍ରଭୁଙ୍କ ରଥଯାତ୍ରା କିଭଳି ସୁରୁଖୁରୁରେ ଆୟୋଜନ ହୋଇପାରିବ ସେ ନେଇ କାର୍ଯ୍ୟ କରିବି। ମହାପ୍ରଭୁ ଶ୍ରୀଜଗନ୍ନାଥ ନିଜେ ହିଁ ତାଙ୍କର ରଥଯାତ୍ରା କରନ୍ତି । ଆମେ କେବଳ ନିମିତ୍ତ ମାତ୍ର । ପୁରୀ ଲୋକଙ୍କ ସହଯୋଗ ନେଇ ରଥଯାତ୍ରାକୁ ସୁରୁଖୁରୁରେ ଆୟୋଜନ ନେଇ ସବୁ ବ୍ୟବସ୍ଥା ହେବ ।"

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସରିଥିବା ବେଳେ ଏହାକୁ କିଭଳି ଯତ୍ନ ନିଆଯାଇ ପାରିବ ସେ ଦିଗରେ ମଧ୍ୟ କାର୍ଯ୍ୟ ହେବ । ଶ୍ରୀମନ୍ଦିର ଚାରି ଦ୍ବାର ଭକ୍ତଙ୍କ ପାଇଁ ଖୋଲାଯିବ କି ଏହି ପ୍ରଶ୍ନର ଉତ୍ତର ଦେଇ ନୂଆ ଜିଲ୍ଲାପାଳ କହିଛନ୍ତି ଏ ନେଇ ସରକାରୀ ସ୍ତରରେ ଆଲୋଚୋନା ପରେ ଯାହା କିଛି କହିବେ । ସେ ଏ ନେଇ ଅବଗତ ନାହାନ୍ତି ବୋଲି କହିଛ୍ତି । ସେହିପରି ପୁରୀ ଜିଲ୍ଲାର ବିଭିନ୍ନ ସମସ୍ୟାକୁ ଜନଶୁଣାଣିରେ ସମାଧାନ ପାଇଁ ସେ ଉଦ୍ୟମ କରିବେ ବୋଲି କହିଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details