ETV Bharat / state

IAS ସ୍ତରରେ ବଡଧରଣର ଅଦଳବଦଳ; ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ବଦଳିଲେ ୧୭ ଜିଲ୍ଲାପାଳ

author img

By ETV Bharat Odisha Team

Published : Jan 22, 2024, 6:40 PM IST

Updated : Jan 23, 2024, 2:54 PM IST

Major reshuffle in IAS cadre: ବଦଳିଲେ 17 ଜିଲ୍ଲାପାଳ, ସମର୍ଥ ବର୍ମା ଶ୍ରୀମନ୍ଦିର ଅତିରିକ୍ତ ମୁଖ୍ୟ ପ୍ରଶାସକ । ଅଧିକ ପଢନ୍ତୁ

IAS ସ୍ତରରେ ବଡଧରଣର ଅଦଳବଦଳ: ବଦଳିଲେ 15 ଜିଲ୍ଲାପାଳ, ସମର୍ଥ ବର୍ମା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
IAS ସ୍ତରରେ ବଡଧରଣର ଅଦଳବଦଳ: ବଦଳିଲେ 15 ଜିଲ୍ଲାପାଳ, ସମର୍ଥ ବର୍ମା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଭୁବନେଶ୍ବର: ସାଧାରଣ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବାର ମାତ୍ର ଦୁଇମାସ ପୂର୍ବରୁ ଆଜି IAS ସ୍ତରରେ ବଡଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । 17 ଜିଲ୍ଲାପାଳଙ୍କୁ ବଦଳି କରାଯାଇଛି । କିଛି ଜିଲ୍ଲାପାଳଙ୍କୁ ସଚିବ ଭାବେ ପଦୋନ୍ନତି ମଧ୍ୟ ମିଳିଛି । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଶ୍ରୀମନ୍ଦିର ଅତିରିକ୍ତ ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ବ ମିଳିଛି । ସେହିପରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସଙ୍କୁ କେନ୍ଦ୍ରାଞ୍ଚଳ ଆରଡିସି ଭାବେ ବଦଳି କରାଯାଇଛି । ବିଜୟ କୁମାର ଦାସ ପୁରୀର ନୂତନ ଜିଲ୍ଲାପାଳ ହୋଇଛନ୍ତି । ଶ୍ରୀକାନ୍ତ ପୃଷ୍ଟି ଉତ୍ତରାଞ୍ଚଳ ଆରଡିସି ଭାବେ ଦାୟିତ୍ବ ପାଇଛନ୍ତି । ଦକ୍ଷିଣାଞ୍ଚଳ ଆରଡିସି ଥିବା ୨୦୦୦ ବ୍ୟାଚର ଆଇଏଏସ ତେମଜେନୱାପଙ୍ଗ ଆଓଙ୍କୁ ନୂଆ ନିଯୁକ୍ତି ମିଳିଛି । ସେ ଏବେ ପବ୍ଲିକ ଏଣ୍ଟରପ୍ରାଇଜେସ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି ।

IAS ସ୍ତରରେ ବଡ଼ ଧରଣର ଅଦଳବଦଳ
IAS ସ୍ତରରେ ବIAS ସ୍ତରରେ ବଡ଼ ଧରଣର ଅଦଳବଦଳ ଧରଣର ଅଦଳବଦଳ

କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେଙ୍କୁ ମୟୁରଭଞ୍ଜ ଜିଲ୍ଲାପାଳ, ଖୋର୍ଦ୍ଧା ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଲଘୁ ଖଣିଜ ବିଭାଗ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି । କଟକ ମହାନଗର (ସିଏମସି) କମିଶନର ଥିବା ନିଖିଳ ପବନ କଲ୍ୟାଣ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ଦ୍ଦେଶକ ହୋଇଛନ୍ତି । ମୟୁରଭଞ୍ଜ ଜିଲ୍ଲାପାଳ ଭିନୀତ ଭରଦ୍ୱାଜଙ୍କୁ କଟକ ଜିଲ୍ଲାପାଳ ଭାବେ ବଦଳି କରାଯାଇଥିବା ବେଳେ ବରଗଡ଼ ଜିଲ୍ଲାପାଳ ମନୀସା ବାନାର୍ଜୀଙ୍କୁ ସାମାଜିକ କଲ୍ୟାଣ ବିଭାଗର ନୂତନ ନିର୍ଦ୍ଦେଶିକା ହୋଇଛନ୍ତି ।

IAS ସ୍ତରରେ ବଡ଼ ଧରଣର ଅଦଳବଦଳ
IAS ସ୍ତରରେ ବଡ଼ ଧରଣର ଅଦଳବଦଳ

କୋରାପୁଟ ଜିଲ୍ଲାପାଳ ଥିବା ଅବଦଲ ଅଖତରଙ୍କୁ ଅନୁଗୁଳ ଜିଲ୍ଲାପାଳ ଭାବେ ବଦଳି କରାଯାଇଥିବା ବେଳେ କେନ୍ଦ୍ରାପଡା ଜିଲ୍ଲାପାଳ ଅମୃତ ଋତୁରାଜ ଶ୍ରମ କମିଶନର ଭାବେ ଦାୟିତ୍ବ ପାଇଛନ୍ତି । ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କୁ ହସ୍ତଶିଳ୍ପ ଯୁଗ୍ମସଚିବ ଓ ମାଲକାନଗିରି ଜିଲ୍ଲାପାଳ ବିଶାଳ ସିଂଙ୍କୁ କେନ୍ଦୁଝର ଜିଲ୍ଲାପାଳ ଭାବେ ନୂତନ ଦାୟିତ୍ବ ମିଳିଛି । ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣାଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ, ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କୁ ସିଏମସି କମିଶନର, ରାୟଗଡା ଜିଲ୍ଲାପାଳ ସ୍ଵଧା ଦେବ ସିଂହଙ୍କୁ ନୟାଗଡ ଜିଲ୍ଲାପାଳ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଯୁଗ୍ମସଚିବ ଭାବେ ବଦଳି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ :- ବ୍ୟର୍ଥ ଯିବନି ଶ୍ରଦ୍ଧାଳୁଙ୍କ ଦାନ, ଶ୍ରୀମନ୍ଦିର କାର୍ଯ୍ୟାଳୟରେ ସ୍ବତନ୍ତ୍ର ବ୍ୟବସ୍ଥା

ସେହିପରି କେନ୍ଦ୍ରାପଡା ଜିଲ୍ଲାପାଳ ଭାବେ ବିଏମସି ଅତିରିକ୍ତ କମିଶନର ସୂର୍ଯ୍ୟବଂଶୀ ମୟୁର ବିକାଶ ଦାୟିତ୍ବ ଗ୍ରହଣ କରିବେ । ରାଉରକେଲା ମହାନଗର କମିଶନର ଶୁଭଙ୍କର ମହାପାତ୍ରଙ୍କୁ ଯାଜପୁର ଜିଲ୍ଲାପାଳ, ଅକ୍ଷୟ ସୁନୀଲଙ୍କୁ ସମ୍ୱଲପୁର ଜିଲ୍ଲାପାଳ, କୀର୍ତ୍ତି ଭାଶନଙ୍କୁ କୋରାପୁଟ ଜିଲ୍ଲାପାଳ, ଆଦିତ୍ୟ ଗୋୟଲଙ୍କୁ ବରଗଡ଼ ଜିଲ୍ଲାପାଳ, ଅନନ୍ୟା ଦାସଙ୍କୁ ସୋନପୁର ଜିଲ୍ଲାପାଳ ଓ ବ୍ରହ୍ମପୁର ମ୍ୟୁନିସିପାଲ କର୍ପୋରେସନ କମିଶନର ଜେ. ସୋନାଲଙ୍କୁ ବୌଦ୍ଧ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି ।

ପି. ସଚିନ ପ୍ରକାଶଙ୍କୁ ମାଲକାନଗିରି, ଗୌରବ ଶିବାଜୀ ଇସାଲୱାରଙ୍କୁ ବଲାଙ୍ଗୀର ଜିଲ୍ଲାପାଳ ଓ ମନୋଜ ମହାଜନଙ୍କୁ ରାୟଗଡା ଜିଲ୍ଲାପାଳ ଭାବେ ଦାୟିତ୍ବ ମିଳିଛି । କେ.ଆଶୁତୋଷଙ୍କୁ ରାଉରକେଲା ମ୍ୟୁନିସିପାଲଟି କମିଶନର ହୋଇଛନ୍ତି । ବାଲିଗୁଡା ଉପଜିଲ୍ଲାପାଳ ମଧୁମିତା ବ୍ରହ୍ମପୁର ମହାନଗର ନିଗମର କମିଶନର ହୋଇଛନ୍ତି । କୁଚିଣ୍ଡା ଉପଜିଲ୍ଲାପାଳ ବିଭୁତି ଭୂଷଣ ନାୟକଙ୍କୁ ମୟୁରଭଞ୍ଜ ଅତିରିକ୍ତ ମାଜିଷ୍ଟ୍ରେଟ ଭାବେ ବଦଳି କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Jan 23, 2024, 2:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.