ଓଡିଶା

odisha

ଛତିଶଗଡର କିରନ୍ଦୁଲ ମନ୍ଦିରରେ ସ୍ଥାପିତ ହେବ କୋରାପୁଟରେ ନିର୍ମିତ ଜଗନ୍ନାଥ ବିଗ୍ରହ - koraput made jagannath idol

By ETV Bharat Odisha Team

Published : Apr 19, 2024, 7:30 PM IST

Updated : Apr 22, 2024, 10:42 AM IST

Koraput jagannath idol shifted to Chhattisgarh: ଛତିଶଗଡର କିରନ୍ଦୁଲରେ ତିଆରି ହେଉଛି ଜଗନ୍ନାଥ ମନ୍ଦିର । ସ୍ଥାପିତ ହେବ କୋରାପୁଟରେ ନିର୍ମିତ ଜଗନ୍ନାଥ ବିଗ୍ରହ । ଅଧିକ ପଢନ୍ତୁ

koraput made jagannath idol
koraput made jagannath idol

ଛତିଶଗଡର କିରନ୍ଦୁଲ ମନ୍ଦିରରେ ସ୍ଥାପିତ ହେବ କୋରାପୁଟରେ ନିର୍ମିତ ଜଗନ୍ନାଥ ବିଗ୍ରହ

କୋରାପୁଟ:ଶାବର ଶ୍ରୀକ୍ଷେତ୍ରରୁ ଛଡିଶଗଡ ଗଲା ଜଗନ୍ନାଥ ପ୍ରତିମା । କୋରାପୁଟର ଜଗନ୍ନାଥ ମନ୍ଦିର ପରିସରରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କ ନବନିର୍ମିତ ଦିବ୍ୟ ପ୍ରତିମା କୋରାପୁଟରୁ ପଡୋଶୀ ଛତିଶଗଡର ଦନ୍ତେୱାଡ଼ା ଜିଲ୍ଲା ଅନ୍ତର୍ଗତ କିରନ୍ଦୁଲକୁ ଯାଇଛି । ଆସନ୍ତା ମାସ 7 ତାରିଖରୁ 11 ତାରିଖ ପର୍ଯ୍ୟନ୍ତ କିରନ୍ଦୁଲ ଠାରେ ନୂତନ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଅବସରରେ ଚତୁର୍ଦ୍ଧା ମୂର୍ତ୍ତି ରତ୍ନସିଂହାସନରେ ବିରାଜମାନ କରିବେ । ମେ ମାସ 10 ତାରିଖ ମଧ୍ୟରାତ୍ରରେ ପ୍ରାଣପ୍ରତିଷ୍ଠା କରାଯିବ ବୋଲି କିରନ୍ଦୁଲ ଜଗନ୍ନାଥ ସେବା ସମିତିର ଅଧ୍ୟକ୍ଷ ରାମଚନ୍ଦ୍ର ନାହାକ ଜଣାଇଛନ୍ତି ।

ସୂଚନା ଅନୁସାରେ, କିରନ୍ଦୁଲ ଠାରେ 500ରୁ ଊର୍ଦ୍ଧ୍ବ ଓଡ଼ିଆ ପରିବାର ଅଛନ୍ତି ଏବଂ 2007 ମସିହାରୁ ନିରନ୍ତର ଭାବେ ସେଠାକାର ପୁରାତନ ଜଗନ୍ନାଥ ମନ୍ଦିରରେ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହୋଇଥାଏ । ଛତିଶଗଡ଼ ରାଜ୍ୟରେ ଜଗଦଲପୁର ପରେ କିରନ୍ଦୁଲରେ ଅନୁଷ୍ଠିତ ରଥଯାତ୍ରାର ଗୁରୁତ୍ୱ ରହିଛି । କିରନ୍ଦୁଲରେ ବସବାସ କରୁଥିବା ଓଡ଼ିଆଙ୍କ ସମେତ ଅନ୍ୟାନ୍ୟ ଭାଷାଭାଷୀର 20 -25 ହଜାର ଲୋକ ରଥଯାତ୍ରାରେ ଯୋଗ ଦେଇଥାନ୍ତି । ଜଗନ୍ନାଥଙ୍କ ପ୍ରତି ବୃଦ୍ଧି ପାଉଥିବା ଆସକ୍ତି, ଭକ୍ତି ଓ ଆଗ୍ରହକୁ ଆଖିରେ ରଖି କିରନ୍ଦୁଲ ଠାରେ ନୂତନ ଭାବେ ଶ୍ରୀ ଜଗନ୍ନାଥଙ୍କ ଭବ୍ୟ ଶ୍ରୀମନ୍ଦିର ପ୍ରତିଷ୍ଠା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ:ଜଗା ପ୍ରେମରେ ବିଦେଶୀ ନାଗରିକ, ଶାବର ଶ୍ରୀକ୍ଷେତ୍ରରେ କଲେ ମନ୍ତ୍ର ଜପ

କିରନ୍ଦୁଲ ଜଗନ୍ନାଥ ସେବା ସମିତିର ଅଧ୍ୟକ୍ଷ ରାମଚନ୍ଦ୍ର ନାହାକ କହିଛନ୍ତି, "ଦଣ୍ଡକାରଣ୍ୟ ଅଞ୍ଚଳରେ ଶାବର ଶ୍ରୀକ୍ଷେତ୍ର ଭାବେ ପରିଚିତ କୋରାପୁଟର ଶ୍ରୀ ଜଗନ୍ନାଥ ମନ୍ଦିରକୁ ଅଞ୍ଚଳବାସୀ ବିଶେଷ ଗୁରୁତ୍ୱ ଦେଉଛନ୍ତି । ଏଥିପାଇଁ ଚତୁର୍ଦ୍ଧାମୁରତିଙ୍କ ନୂତନ ବିଗ୍ରହ ଏହିଠାରେ ନିର୍ମାଣ କରିବା ପାଇଁ କିରନ୍ଦୁଲ ଜଗନ୍ନାଥ ସେବା ସମିତି ନିଷ୍ପତ୍ତି ନେଇଥିଲେ । ଆମର ସେଠାରେ ଅନେକ ଓଡିଆ ଲୋକ ରହିଛନ୍ତି । ମେ ମାସ 10 ତାରିଖ ମଧ୍ୟରାତ୍ରରେ ପ୍ରାଣପ୍ରତିଷ୍ଠା କରାଯିବ ।"

କୋରାପୁଟ ଜଗନ୍ନାଥ ମନ୍ଦିରର ସମ୍ପାଦକ ଜଗବନ୍ଧୁ ସାମଲ କହିଛନ୍ତି, "ଶାବର ଶ୍ରୀକ୍ଷେତ୍ରର ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହେବା ପରଠାରୁ 35ରୁ ଉର୍ଦ୍ଧ୍ବ ମନ୍ଦିରକୁ ଏହି ପରିସରରେ ବିଗ୍ରହ ନିର୍ମାଣ କରାଯାଇ ଯୋଗାଇ ଦିଆଯାଇଛି । ବର୍ତ୍ତମାନ କିରନ୍ଦୁଲ ଜଗନ୍ନାଥ ସେବା ସମିତିର ନିଷ୍ପତ୍ତି ଅନୁଯାୟୀ କୋରାପୁଟରୁ ଚତୁର୍ଦ୍ଧା ମୂର୍ତ୍ତିଙ୍କ ବିଗ୍ରହ କିରନ୍ଦୁଲର ନୂତନ ଜଗନ୍ନାଥ ମନ୍ଦିରକୁ ନିଆଯିବା ଫଳରେ ଶାବର ଶ୍ରୀକ୍ଷେତ୍ର ଓ କିରନ୍ଦୁଲ ମଧ୍ୟରେ ଏକ ନୂତନ ସମ୍ପର୍କର ଶୁଭାରମ୍ଭ ହୋଇପାରିଛି ।"

ଇଟିଭି ଭାରତ, କୋରାପୁଟ

Last Updated :Apr 22, 2024, 10:42 AM IST

ABOUT THE AUTHOR

...view details