ETV Bharat / state

ଜଗା ପ୍ରେମରେ ବିଦେଶୀ ନାଗରିକ, ଶାବର ଶ୍ରୀକ୍ଷେତ୍ରରେ କଲେ ମନ୍ତ୍ର ଜପ

author img

By ETV Bharat Odisha Team

Published : Nov 12, 2023, 12:09 PM IST

ଶାବର ଶ୍ରୀକ୍ଷେତ୍ରରେ ଜପ ମାଳା ଧରି ଜଗନ୍ନାଥଙ୍କ ଜପ କଲେ ବିଦେଶୀ ନାଗରିକ । ଅଧିକ ପଢ଼ନ୍ତୁ

devotees Offering Prayers To Lord Jagannath
devotees Offering Prayers To Lord Jagannath

ଜଗା ପ୍ରେମରେ ବିଦେଶୀ ନାଗରିକ

କୋରାପୁଟ: ଜଗା ପ୍ରେମରେ ବିଭୋର ବିଦେଶୀ ନାଗରିକ । ହାତରେ ଜପମାଳା ଧରି ଓଁ ନମୋ ଭଗବତେ ବାସୁଦେବାୟ ଜପ କଲେ ବିଦେଶୀ । କୋରାପୁଟ ସ୍ଥିତ ଜଗନ୍ନାଥ ମନ୍ଦିର ଶାବର ଶ୍ରୀକ୍ଷେତ୍ର ପରିସରରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । 3 ଜଣ ଇଟାଲୀ ନାଗରିକ କାଳିଆ ନାମରେ ଜପ କରିଛନ୍ତି । ଶନିବାର ମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରି ସେଠାରେ ଜପକେନ୍ଦ୍ରରେ ଚାଲିଥିବା କାର୍ଯ୍ୟକ୍ରମକୁ ଦେଖି ଜଣେ ଭକ୍ତଙ୍କୁ ସେ ସମ୍ପର୍କରେ ପଚାରି ବୁଝିଥିଲେ । ଏହାପରେ ନିଜେ ଜପ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ ।

3 ବିଦେଶୀଙ୍କ ମଧ୍ୟରେଦୁଇ ଜଣ ମହିଳା ଓ ଜଣେ ପୁରୁଷ ରହିଛନ୍ତି । ମହିଳା ଭକ୍ତ ଜଣକ ଜପର ଉପକାରିତ ସମ୍ପର୍କରେ ବୁଝାଇଥିଲେ । ଏହାପରେ ଜପ କେନ୍ଦ୍ରକୁ ପଶି ଅନ୍ୟମାନଙ୍କ ଭଳି ଜପ ମାଳିକୁ ହାତରେ ଧରି ସେଠାରେ ଜପ କରିବାକୁ ଆରମ୍ଭ କରିଥିଲେ ବୋଲି ଜଗନ୍ନାଥ ମନ୍ଦିରର ସମ୍ପାଦକ ଜଗବନ୍ଧୁ ସାମଲ ଜଣାଇଛନ୍ତି । ଶାବର ଶ୍ରୀକ୍ଷେତ୍ର ସ୍ଥିତ ଜଗନ୍ନାଥ ମନ୍ଦିରର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନର ପ୍ରାରମ୍ଭିକ କାର୍ଯ୍ୟକ୍ରମ ଭାବେ ମନ୍ଦିର ପରିସର ମଧ୍ୟରେ କୋଟିଏ ଥର ଜଗନ୍ନାଥ ମନ୍ତ୍ରକୁ ଜପ କରିବା ଓ ଲେଖିବା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଆସନ୍ତା ଡିସେମ୍ବର ମାସରେ ମନ୍ଦିରର ସୁବର୍ଣ୍ଣ ଜୟନ୍ତୀ ପାଳନ ହେବା ପର୍ଯ୍ୟନ୍ତ ଏହି ନାମ ଜପର ପ୍ରକ୍ରିୟା ଜାରି ରହିବ । ଜଗନ୍ନାଥ ଚେତନା ଓ ସଂସ୍କୃତିର ବାର୍ତ୍ତାବହ ସାଜିଛି ଶାବର ଶ୍ରୀକ୍ଷେତ୍ର କୋରାପୁଟର ଜଗନ୍ନାଥ ମନ୍ଦିର ପରିସର । ଏହି ମନ୍ଦିରଟି 1972 ମସିହାରେ ପ୍ରତିଷ୍ଠା ହୋଇଥିବା ବେଳେ ଚଳିତ ବର୍ଷ ଏହାର ସୁବର୍ଣ୍ଣ ଜୟନ୍ତି ପାଳିତ ହେଉଛି ।

ଏହା ମଧ୍ୟ ପଢନ୍ତୁ-ଶାବର ଶ୍ରୀକ୍ଷେତ୍ରରେ ପାଳିବ ସୁବର୍ଣ୍ଣ ଜୟନ୍ତୀ, ପ୍ରସ୍ତୁତି ଜୋରଦାର

ମନ୍ଦିରରେ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରା ପୂଜା ପାଉଛନ୍ତି । ଏଠାରେ ଥିବା ମୁଖ୍ୟ ମନ୍ଦିର ବେଢ଼ା, ଯୁଗେ ଯୁଗେ ଜଗନ୍ନାଥ, ଭାରତ ଦର୍ଶନ ଓ ଉତ୍କଳ ଦର୍ଶନ ବେଢ଼ା ଭକ୍ତଙ୍କ ମଧ୍ୟରେ ଜଗନ୍ନାଥଙ୍କ ଭାବ ପ୍ରକାଶ କରିଥାଏ । ଏକ ଛୋଟ ଟିଣ ଛାତ ଘରୁ ଆରମ୍ଭ ହୋଇଥିବା ଏହି ମନ୍ଦିର ଏବେ ଭକ୍ତଙ୍କ ପ୍ରିୟ ସ୍ଥାନ ପାଲଟିଛି । ଦେଶ ତଥା ଦେଶ ବାହାରୁ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଏଠାରେ ଜମିଥାଏ । ଆଦିବାସୀ ପୂଜକ ମାନେ ମୁଖ୍ୟ ପୂଜା ସମ୍ପାଦିତ କରୁଥିବା ବେଳେ ମନ୍ଦିରର ମହାପ୍ରସାଦ ପ୍ରସ୍ତୁତିଠାରୁ ଆରମ୍ଭ କରି ଆନନ୍ଦବଜାରକୁ ନୀତି ଆସୁଥିବା ହଜାର ହଜାର ଭକ୍ତଙ୍କ ସେବାର ଦାୟିତ୍ୱ ତୁଲାଇଥାନ୍ତି । ଏଠାରେ ଜଗନ୍ନାଥଙ୍କୁ ଶବର ମାନଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଉଛି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.