ETV Bharat / state

ଶାବର ଶ୍ରୀକ୍ଷେତ୍ରରେ ପାଳିବ ସୁବର୍ଣ୍ଣ ଜୟନ୍ତୀ, ପ୍ରସ୍ତୁତି ଜୋରଦାର

author img

By ETV Bharat Odisha Team

Published : Oct 16, 2023, 10:27 PM IST

Updated : Oct 17, 2023, 3:03 PM IST

ଆସନ୍ତା ଡିସେମ୍ବର ମାସରେ ଶାବର ଶ୍ରୀକ୍ଷେତ୍ରର ସୁବର୍ଣ୍ଣ ଜୟନ୍ତୀ ପାଇଁ ପ୍ରସ୍ତୁତି । ଜଗନ୍ନାଥ ଚେତନା ଓ ସଂସ୍କୃତିକୁ ପ୍ରଚାର ପ୍ରସାର କରବା ପାଇଁ କୋଟିଏ ଥର ଜଗନ୍ନାଥ ମନ୍ତ୍ର ଜପ ଓ ଲେଖିନୀ କାର୍ଯ୍ୟକ୍ରମର ଆରମ୍ଭ । ଅଧିକ ପଢନ୍ତୁ

ଶାବର ଶ୍ରୀକ୍ଷେତ୍ରରେ ପାଳିତ ହେବ ସୁବର୍ଣ୍ଣ ଜୟନ୍ତୀ
ଶାବର ଶ୍ରୀକ୍ଷେତ୍ରରେ ପାଳିତ ହେବ ସୁବର୍ଣ୍ଣ ଜୟନ୍ତୀ

ଶାବର ଶ୍ରୀକ୍ଷେତ୍ରରେ ପାଳିତ ହେବ ସୁବର୍ଣ୍ଣ ଜୟନ୍ତୀ

କୋରାପୁୁଟ: ଆସନ୍ତା ଡିସେମ୍ବର ମାସରେ ଶାବର ଶ୍ରୀକ୍ଷେତ୍ର ତଥା କୋରାପୁଟ ଜଗନ୍ନାଥ ମନ୍ଦିରର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ କରାଯିବ । ଏହା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଛି । ତେଣୁ ଆଜି ଠାରୁ ମନ୍ଦିର ପରିସର ମଧ୍ୟରେ କୋଟିଏ ଥର ଶ୍ରୀଜଗନ୍ନାଥ ମନ୍ତ୍ରକୁ ଜପ କରିବା ଓ ଲେଖିବା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଏହି ସୁବର୍ଣ୍ଣ ଜୟନ୍ତୀ ଅବସରରେ ପ୍ରବଚନ,ଜଗନ୍ନାଥ ଚେତନାକୁ ନେଇ ଜାତୀୟ କର୍ମଶାଳା,ଯଜ୍ଞ ଏବଂ ପିଲାଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ କରାଯିବ । ଏହି ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିମନ୍ତ୍ରଣ କରାଯାଇଥିବା ସୂଚନା ଦେଇଛନ୍ତି ମନ୍ଦିରର ସମ୍ପାଦକ ଡ଼.ଜଗବନ୍ଧୁ ସାମଲ ।

ସୂଚନା ଯୋଗ୍ୟ ଓଡିଶାର ସର୍ବପୂରାତନ ଜଗନ୍ନାଥ ଚେତନା ଓ ସଂସ୍କୃତିର ବାର୍ତ୍ତାବହ ହେଉଛି କୋରାପୁଟର ଶାବର ଶ୍ରୀକ୍ଷେତ୍ର । ଏହି ଜଗନ୍ନାଥ ମନ୍ଦିରଟି 1972 ମସିହାରେ ପ୍ରତିଷ୍ଠା ହୋଇଥିବା ବେଳେ ଚଳିତ ବର୍ଷ ଏହାର ସୁବର୍ଣ୍ଣ ଜୟନ୍ତୀ ପାଳିତ ହେଉଛି । ପୁରୀର ବିଶିଷ୍ଟ ଜଗନ୍ନାଥ ସଂସ୍କୃତି ଗବେଶକ ତଥା ପଣ୍ଡିତ ସଦାଶିବ ରଥଶର୍ମାଙ୍କ ପୁତ୍ର ସୂର୍ଯ୍ୟନାରାୟଣ ରଥଶର୍ମା କିଛି ମାସ ପୂର୍ବେ ମନ୍ଦିରକୁ ଯାଇ ଜଗନ୍ନାଥଙ୍କ ଦର୍ଶନ କରିବା ସହ ସୁବର୍ଣ୍ଣ ଜୟନ୍ତୀ ପାଳନ ବିଷୟରେ ମନ୍ଦିର ପରିଚାଳନା କମିଟିର ସଦସ୍ୟମାନଙ୍କ ସହିତ ଆଲୋଚନା କରିଥିଲେ ।

ଏହା ମଧ୍ୟ ପଢନ୍ତୁ...Durga Puja Special: ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା' ଭଗବତୀ, ନବରାତ୍ରରେ ପଡେ ମାଛ ବଳି

ଶାବର ଶ୍ରୀକ୍ଷେତ୍ରର ବିଶେଷତ୍ୱ ହୋଉଛି ଏଠାରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକାକାର । ମନ୍ଦିରର ପଣ୍ଡାଙ୍କ ସହ କାନ୍ଧରେ କାନ୍ଧ ମିଳାଇ ଆଦିବାସୀ ପୂଜକମାନେ ମଧ୍ୟ ମୁଖ୍ୟ ପୂଜା ସମ୍ପାଦିତ କରିଥାନ୍ତି । ଏହା ସହ ମହାପ୍ରସାଦ ପ୍ରସ୍ତୁତି ଠାରୁ ଆରମ୍ଭ କରି ଆନନ୍ଦ ବଜାର ଯାଏଁ ସବୁକାର୍ଯ୍ୟ କରୁଥାନ୍ତି । ପ୍ରଥମେ ସବର ରାଜା ବିଶ୍ୱାବଶୁ ପ୍ରଥମେ ଏଠାରେ ଜଗନ୍ନାଥଙ୍କୁ ପ୍ରତିଷ୍ଠା କରିଥିଲେ ଏବଂ ଶବରମାଙ୍କୁ ଦ୍ୱାରା ପୂଜାର୍ଚ୍ଚନା କରାଇଥିଲ । ତେଣୁ ଏଠାରେ ଶବରମାନେ ମଧ୍ୟ ପୂଜା କରିବାର ବିଧି ରହିଛି । ଶାବର ଶ୍ରୀକ୍ଷେତ୍ର ସମଗ୍ର ଅଞ୍ଚଳରେ ଜଗନ୍ନାଥ ସଂସ୍କୃତିକୁ ପ୍ରସାର କରାଇବା ମେରୁଦଣ୍ଡ ସାଜିଛି ।

ଜଗନ୍ନାଥ ସଂସ୍କୃତିରେ ନାମ ଜପର ମାହାତ୍ମ୍ୟ ରହିଥିବା ଯୋଗୁଁ ଆଜି ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ କୋଟିଏ ଥର ଶ୍ରୀଜଗନ୍ନାଥ ମନ୍ତ୍ରକୁ ଜପ କରିବା ଓ ଲେଖିବା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି ।ଆଦିବାସୀଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରା ମୁଖ୍ୟ ମନ୍ଦିରରେ ପୂଜା ପାଉଥିବା ବେଳେ ଏଠାରେ ଥିବା ମୁଖ୍ୟ ମନ୍ଦିର ବେଢ଼ା, ଯୁଗେ ଯୁଗେ ଜଗନ୍ନାଥ,ଭାରତ ଦର୍ଶନ ଓ ଉତ୍କଳ ଦର୍ଶନ ବେଢ଼ା ଭକ୍ତଙ୍କ ମଧ୍ୟରେ ଜଗନ୍ନାଥଙ୍କ ଜଗତବ୍ୟାପୀ ଉପସ୍ଥିତିର ଭାବ ପ୍ରକାଶ କରିଥାଏ ।




ଇଟିଭି ଭାରତ,କୋରାପୁଟ

Last Updated : Oct 17, 2023, 3:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.