ଓଡିଶା

odisha

ଓୟୁଏଟିରେ ପ୍ରଥମ 'ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ', ଚାଷୀଙ୍କୁ ଓଡ଼ିଆରେ ତଥ୍ୟ ପହଞ୍ଚାଇବା ଲକ୍ଷ୍ୟ

By ETV Bharat Odisha Team

Published : Feb 5, 2024, 10:31 PM IST

ବିଶ୍ବବିଦ୍ୟାଳୟ ସ୍ତରୀୟ ସମାରୋହ
ବିଶ୍ବବିଦ୍ୟାଳୟ ସ୍ତରୀୟ ସମାରୋହ

First Odia Language Conference: ଓୟୁଏଟି ପକ୍ଷରୁ 'ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ'ର ବିଶ୍ବବିଦ୍ୟାଳୟ ସ୍ତରୀୟ ସମାରୋହ ପାଳିତ ହୋଇଯାଇଛି । ଚାଷୀମାନଙ୍କ ପାଖରେ ଓଡ଼ିଆରେ ତଥ୍ୟ ପହଞ୍ଚାଇବା ନେଇ ଲକ୍ଷ୍ୟ ରଖାଯାଇଛି । ଅଧିକ ପଢନ୍ତୁ

ଭୁବନେଶ୍ବର:ଓୟୁଏଟିରେ ପ୍ରଥମ 'ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ'। ଚାଷୀମାନଙ୍କ ପାଖରେ ଓଡ଼ିଆରେ ତଥ୍ୟ ପହଞ୍ଚାଇବା ନେଇ ଲକ୍ଷ୍ୟ ରଖାଯାଇଛି । ଓୟୁଏଟି ପକ୍ଷରୁ ବିଶ୍ବବିଦ୍ୟାଳୟ ସ୍ତରୀୟ ସମାରୋହ ପାଳିତ ହୋଇଛି। 'ଭାଷା ଅତୀତର ଅସ୍ଥିତ୍ବ, ଭାଷା ହିଁ ଭବିଷ୍ୟତ' କାର୍ଯ୍ୟକ୍ରମରେ ଓଡି଼ଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ଉପସ୍ଥିତ ରହିଥିଲେ । ସେ କହିଛନ୍ତି , "ଚାଷୀମାନଙ୍କଠୁ ଆମକୁ ଅନେକ ଶିକ୍ଷା ମିଳିପାରୁଛି। ଏଥିପାଇଁ ବିଶ୍ବବିଦ୍ୟାଳୟ ସ୍ତରରେ ମାସିକ ପତ୍ରିକା, ସମାଚାର,ବିଭିନ୍ନ କାର୍ଯ୍ୟକ୍ରମ ଦ୍ବାରା ଚାଷୀଙ୍କ ନିକଟରେ ପହଞ୍ଚିବା ପାଇଁ ଚେଷ୍ଟା ଜାରି ରହିଛି। ଭାଷା ହେଉଛି ଭାବ ବିନିମୟର ମାଧ୍ୟମ। ଏଣୁ ଓଡ଼ିଆ ଭାଷାରେ ଚାଷୀଙ୍କ ପାଖରେ କିପରି ତଥ୍ୟ ଆଦାନପ୍ରଦାନ କରାଯାଇପାରିବ ବିଶ୍ବବିଦ୍ୟାଳୟ ସର୍ବଦା ଏ ଦିଗରେ ତତ୍ପର ରହିଛି।"

ଓଡ଼ିଆ ଭାଷାରେ ତଥ୍ୟ ଦିଆଗଲେ ଚାଷୀ ମାନେ ଅଧିକରୁ ଅଧିକ ଲାଭବାନ ହୋଇପାରିବେ ଚାଷ କ୍ଷେତ୍ରରେ ଅଧିକ କାମ କରିପାରିବେ ବୋଲି କୁହାଯାଇଛି । ଅନ୍ୟପଟେ ସମ୍ପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟର ଅଧ୍ୟକ୍ଷ ପ୍ରଫେସର ପ୍ରସନଜିତ ମିଶ୍ର କହିଛନ୍ତି ଯେ, ଚାଷୀଙ୍କୁ କିପରି ସରଳ ଓ ଓଡ଼ିଆ ଭାଷାରେ ବୁଝେଇ ହେବ, ତଥ୍ୟ ପ୍ରଦାନ କରିହେବ ସେନେଇ ପ୍ରୟାସ ଚାଲିଛି। ଚାଷୀଙ୍କୁ ତାଙ୍କ କଥିତ ଭାଷାରେ ବୁଝାଇଲେ ଏହାର ଉପାଦେୟତା, ଗ୍ରହଣୀୟତା ବୃଦ୍ଧିପାଇବ । ଏହି କାର୍ଯ୍ୟକ୍ରମରେ କୃଷି ଲେଖକ ମଧୁସୂଦନ ଦାସ, କୃଷି ସ୍ତମ୍ଭକାର ନଟବର ଖୁଣ୍ଟିଆ, ଜନପ୍ରିୟ କୃଷି ବିଜ୍ଞାନ ଲେଖକ ଡ଼. ପ୍ରମୋଦ କୁମାର ପଣ୍ଡା, ଜନପ୍ରିୟ ପ୍ରାଣୀ ବିଜ୍ଞାନ ସ୍ତମ୍ଭକାର ଡ଼. ବୀରକିଶୋର ପରିଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ...ଉନ୍ନତ କୃଷି ପାଇଁ ଉନ୍ନତ ମାନର ବିହନ ଉତ୍ପାଦନ କରିବା ଆମର ପ୍ରୟାସ: କେନ୍ଦ୍ର କୃଷିମନ୍ତ୍ରୀ


ସେହିପରି ଓୟୁଏଟି ମାସିକ ପତ୍ରିକାର ଲୋକାର୍ପଣ ହୋଇଛି । ଏହା କୃଷିଭିତ୍ତିକ ପୁସ୍ତକ 'ଜୈବିକ ଉପାୟରେ ଫସଲରେ ରୋଗପୋକ ଦମନ', 'ଯେଉଁଠି ପଶୁ ଡାକ୍ତର ପାଖରେ ନାହାନ୍ତି', 'ଅନେକ ସମସ୍ୟାର ଏକକ ସମାଧାନ : ପୁଷ୍ଟି ଶସ୍ୟ', 'ପ୍ରାଣୀମାନଙ୍କର ସାଧାରଣ ସମସ୍ୟା ଓ ପ୍ରତିକାର', 'ଭୂମିହୀନ କୃଷକଙ୍କ ପାଇଁ ଲାଭଜନକ ବେଉସା', 'ଜଳବାୟୁ ପରିବର୍ତ୍ତନ ଓ କୃଷି', 'ପ୍ରାକୃତିକ କୃଷି ପଦ୍ଧତି', 'ଉଦ୍ୟାନ କୃଷିର ଅଭିନବ ଦିଗନ୍ତ' ଓ 'ଔଷଧୀୟ ବୃକ୍ଷଲତା' ଆଦି ଉନ୍ମୋଚନ କରାଯାଇଛି । ପରିଶେଷରେ କୃଷି କ୍ଷେତ୍ରର ବିଭିନ୍ନ ଦିଗକୁ ନେଇ ଆଲୋଚନା କରାଯାଇଛି । ସେହିପରି କୃଷି ସାହିତ୍ୟର ବିକାଶ ଧାରା, 'ଓଡ଼ିଆ ପୁସ୍ତକରେ କୃଷିର ସ୍ବର, କୃଷି କ୍ଷେତ୍ରରେ ରହିଥିବା ସ୍ବଦେଶୀ ଜ୍ଞାନକୌଶଳ ଓ କୃଷି ଗୀତିକା ଉପରେ ଆଲୋଚନା କରାଯାଇଛି।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details