ଓଡିଶା

odisha

ଯୌତୁକ ପାଇଁ ନବବଧୂ ହତ୍ୟା ମାମଲା; ଏସପିଙ୍କୁ ଫେରାଦ ହେଲେ ପରିବାରବର୍ଗ

By ETV Bharat Odisha Team

Published : Feb 5, 2024, 10:52 PM IST

Family members appeal at public grievance redressal camp : ଯୌତୁକ ପାଇଁ ହତ୍ୟାର ଶିକାର ହୋଇଥିବା ନବବଧୂଙ୍କୁ ନ୍ୟାୟ ପାଇଁ ଏସପିଙ୍କୁ ଫେରାଦ ହୋଇଛନ୍ତି ପରିବାର ବର୍ଗ । ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ଏସପିଙ୍କୁ ଭେଟିଛନ୍ତି ପରିବାର ଲୋକ । ଅଧିକ ପଢନ୍ତୁ

ଯୌତୁକ ପାଇଁ ନବବଧୂ ହତ୍ୟା ମାମଲା ; ଏସପିଙ୍କୁ ଫେରାଦ ହେଲେ ପରିବାରବର୍ଗ
ଯୌତୁକ ପାଇଁ ନବବଧୂ ହତ୍ୟା ମାମଲା ; ଏସପିଙ୍କୁ ଫେରାଦ ହେଲେ ପରିବାରବର୍ଗ

ଯୌତୁକ ପାଇଁ ନବବଧୂ ହତ୍ୟା ମାମଲା ; ଏସପିଙ୍କୁ ଫେରାଦ ହେଲେ ପରିବାରବର୍ଗ

ନବରଙ୍ଗପୁର: ଯୌତୁକ ପାଇଁ ହତ୍ୟାର ଶିକାର ହୋଇଥିବା ନବବଧୂଙ୍କୁ ନ୍ୟାୟ ପାଇଁ ଏସପିଙ୍କୁ ଫେରାଦ ହୋଇଛନ୍ତି ପରିବାର ବର୍ଗ । ଆଜି (ସୋମବାର) ନବରଙ୍ଗପୁର ଜିଲ୍ଲାରେ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଆୟୋଜିତ ହୋଇଥିଲା । ଜିଲ୍ଲାରେ ଲୋକମାନଙ୍କ ଅଭିଯୋଗର ଶୁଣାଣି ସମୟରେ ୬ ମାସର ନବବଧୂକୁ ଶଶୁର ଘରଲୋକ ତଣ୍ଟିଚିପି ହତ୍ୟା କରିଥିବା ଅଭିଯୋଗ ଘଟଣାରେ ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ଏସପିଙ୍କୁ ଭେଟିଛନ୍ତି ପରିବାର ଲୋକ ।

ପରିବାର ଲୋକଙ୍କ କହିବା ମୁତାବକ ମାଲକାନଗିରି ଜିଲ୍ଲା ସଦରର ରାମ ସେଠୀଙ୍କ ଝିଅ ଗୀତା ସେଠୀଙ୍କୁ ୨୦୨୩ ମସିହା ଜୁଲାଇ ମାସ ୧୧ ତାରିଖ ଦିନ ପାପଡାହାଣ୍ଡି ଗ୍ରାମର ବନମାଳୀ ସେଠୀଙ୍କ ପୁଅ ସୁଦାମ ସେଠୀ ବିବାହ କରିଥିଲେ । ହେଲେ ବିବାହର ୬ ମାସ ମଧ୍ୟରେ ଶ୍ୱଶୁର ଘର ଲୋକେ ଅଧିକ ଯୌତୁକ ପାଇଁ ଗୀତାଙ୍କୁ ଅକଥନୀୟ ନିର୍ଯାତନା ଦେବା ଆରମ୍ଭ କରିଥିଲେ । ନିର୍ଯାତନା ବିଷୟରେ ଗୀତା ନିଜ ବାପା ଘର ଲୋକଙ୍କୁ କହିବା ସହ ଆଉ ସ୍ୱାମୀ ପାଖକୁ ଯିବିନାହିଁ ବୋଲି ମଧ୍ୟ କହିଥିଲେ, କିନ୍ତୁ ବାପଘର ଲୋକ ଧୀରେ ଧୀରେ ସବୁ ଠିକ ହୋଇଯିବ କହି ଗୀତାଙ୍କୁ ବୁଝାଇ ଶଶୁର ଘରକୁ ପଠେଇଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ ... ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ଯୌତୁକ ପାଇଁ ହତ୍ୟା ଅଭିଯୋଗ ଆଣିଲେ ବାପା


ତେବେ ମୃତ୍ୟୁ ପୂର୍ବରୁ ଅର୍ଥାତ ଗତ ୧୯ ତାରିଖ ଦିନ ସକାଳରେ ଗୀତା ନିଜ ମଝିଆ ଭଉଣୀ ମାନସୀଙ୍କୁ ଫୋନକରି ସ୍ୱାମୀ ସୁଦାମ ତାଙ୍କୁ ମାଡ଼ମାରୁଛନ୍ତି ବୋଲି କହିଥିଲେ । ଏହି ଘଟଣାର ଠିକ ୧ ଘଣ୍ଟା ମଧ୍ୟରେ ୧.୫୪ ସମୟରେ ସୁଦାମ ଗୀତାଙ୍କ ଘରଲୋକଙ୍କୁ ଫୋନ କରି ଗୀତା ବେକରେ ରସି ଲଗାଇ ଆତ୍ମହତ୍ୟା କରିଦେଇଛି ବୋଲି କହିଥିଲା । ଏହାକୁ ଗୀତାଙ୍କ ପରିବାର ବିଶ୍ବାସ ନ କରି ସ୍ୱାମୀ ସୁଦାମ, ଶାଶୁ, ନଣନ୍ଦ, ଭଣଜାଙ୍କ ନାଁରେ ଯୌତୁକ ନିର୍ଯାତନା ସହ ହତ୍ୟା କରିଥିବା ନେଇ ଏକ ଲିଖିତ ଅଭିଯୋଗ ପାପଡାହାଣ୍ଡି ଥାନାରେ ଦେଇଥିଲେ ।

ପୋଲିସ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିଥିଲେ ମଧ୍ୟ ଅନ୍ୟ ତିନି ଅଭିଯୁକ୍ତ ଶାଶୁ ରାସ ସେଠୀ, ଭଉଣୀ ନଳିନୀ ସିଂ ଓ ଭଣଜା ରାହୁଲ ସିଂକୁ ଗିରଫ କରାଯାଇନାହିଁ । ଏଣୁ ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ପାଇଁ ଦାବି କରିଛନ୍ତି । ଅନ୍ୟପଟେ ପୋଲିସ ତାଙ୍କ ପରିବାରକୁ ଧମକ ଦେଉଥିବା କହିଛନ୍ତି ଗୀତାଙ୍କ ପରିବାର ଲୋକ । ଏସପି ରୋହିତ ବର୍ମାଙ୍କୁ ଭେଟିବା ପରେ ଅଭିଯୋଗର ସଠିକ ତଦନ୍ତ କରିବା ପାଇଁ ଏସପି ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବା ଓ ନିଜେ ଏହି ଘଟଣାକୁ ତଦନ୍ତ କରିବେ ବୋଲି ପରିବାର ଲୋକଙ୍କୁ ଏସପି କହିଛନ୍ତି ।

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details