ETV Bharat / state

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ଯୌତୁକ ପାଇଁ ହତ୍ୟା ଅଭିଯୋଗ ଆଣିଲେ ବାପା

author img

By ETV Bharat Odisha Team

Published : Jan 30, 2024, 4:33 PM IST

Dowry death
ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

Dowry death: ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଅଞ୍ଚଳରେ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ । ଯୌତୁକ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ବାପା । ଅଧିକ ପଢନ୍ତୁ

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ନିଆଳି: ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଆମଣାକୁଦ ପଞ୍ଚାୟତ କୁଦପାଟଣା ଗ୍ରାମର ପବିତ୍ର ଭୋଇଙ୍କ ପତ୍ନୀ ଲିଜା ରାଣୀ ଦାସ (୨୩)ଙ୍କ ସୋମବାର ଦିନ ସନ୍ଦେହ ଜନକ ଅବସ୍ଥାରେ ମୃତ୍ୟୁ ଘଟିଛି । ମୃତକଙ୍କ ଶାଶୁ ଘର ଲୋକେ ତାଙ୍କୁ ଚିକିତ୍ସା ନିମନ୍ତେ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଯୌତୁକ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ମୃତ ମହିଳାଙ୍କ ବାପା । ଅନ୍ୟପଟେ ଲିଜା ରାଣୀ ଦାସ ନିଜେ ପରିବାରିକ କଳହ ଯୋଗୁ ଜୀବନ ହାରିଥିବା କହିଛନ୍ତି ଲିଜା ରାଣୀଙ୍କ ଶାଶୁଘର ଲୋକେ ।

ଏହାମଧ୍ୟ ପଢନ୍ତୁ.. ଯୌତୁକ ଜୁଇରେ ଜଳିଲା ଜୀବନ, ନବବଧୂକୁ ତଣ୍ଟି ଚିପି ହତ୍ୟା !

ସୂଚନା ଅନୁଯାୟୀ, କଟକ ଜିଲ୍ଲା କସର୍ଦ୍ଦା ପଞ୍ଚାୟତସ୍ଥିତ ବଢିଆସହି ଗ୍ରାମର ଅକ୍ଷୟ ଦାସଙ୍କ ଝିଅ ଲିଜାରାଣୀ ବାଲିପାଟଣା ଥାନା କୁଦପାଟଣା ଗ୍ରାମର ଫକୀର ଭୋଇଙ୍କ ପୁଅ ପବିତ୍ରଙ୍କୁ ୨୦୧୯ ମସିହା ମେ ' ମାସରେ ବିବାହ କରିଥଲେ । ଅଧିକ ଯୌତୁକ ଦାବିରେ ଶାଶୁଘର ଲୋକେ ଝିଅକୁ ବାରମ୍ବାର ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ ବୋଲି ମୃତକଙ୍କ ବାପା ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ।‌ ଅକ୍ଷୟଙ୍କ ଅଭିଯୋଗ ଅନୁସାରେ ମୃତକଙ୍କ ସ୍ୱାମୀ ପବିତ୍ର ଓ ପରିବାର ଲୋକେ ଝିଅକୁ ମାଡମାରି ଘରୁ ବିଦା କରି ଦେଇଥିଲେ । ଭଦ୍ର ଲୋକଙ୍କ ସହାୟତାରେ ସମାଧାନ ହୋଇ ଲିଜାରାଣୀ ବାପ ଘର ବଢିଆସହିରୁ କୁଦପାଟଣା ଶାଶୁ ଘରକୁ ଆସିଥିଲେ ।‌ ଗତ ତିନି ଦିନ ତଳେ ଝିଅକୁ ନିର୍ଯାତନା ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଆଜି ହଠାତ୍ ଖବର ପାଇ ମେଡିକାଲରେ ପହଞ୍ଚି ଥିଲେ ପରିବାର ଲୋକେ ।‌ ହେଲେ ପରିବାର ଲୋକେ ପହଞ୍ଚିବା ବେଳକୁ ଝିଅର ମୃତ୍ୟୁ ହୋଇସାରିଥିଲା ।

ଲିଜାରାଣୀଙ୍କ ମୃତ୍ୟୁକୁ ନେଇ 2 ପରିବାର ମଧ୍ୟରେ ବିବାଦ ଦେଖିବାକୁ ମିଳିଥିଲା । ପାଖାପାଖି 6 ଘଣ୍ଟା ଧରି ମୃତଦେହ ହସ୍ପିଟାଲରେ ପଡିରହିଥିଲା । ଅନ୍ୟପଟେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଲିଜାରାଣୀଙ୍କ କିଭଳି ମୃତ୍ୟୁ ହୋଇଛି ଏବଂ ଶାଶୁ ଘର ଲୋକମାନେ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହିତ ଯୋତିକ ନିର୍ଯାତନା ଦେଉଥିଲେ କି ନାହିଁ ଏହି ଘଟଣାର ବାଲିପାଟଣା ପୋଲିସ୍ ତଦନ୍ତ ଜାରି ରଖିଛି । ବ୍ୟବଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣା ପଡିବ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି ।



ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.