ଓଡିଶା

odisha

ସାମାନ୍ୟ କଳିରୁ କରୁଣ ପରିଣତି; ଶାଶୁଙ୍କୁ କେନାଲରେ ଠେଲିଦେଲା ବୋହୂ

By ETV Bharat Odisha Team

Published : Feb 6, 2024, 12:20 PM IST

Updated : Feb 6, 2024, 1:01 PM IST

Brutal torture on old woman: ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅଞ୍ଚଳରେ ସାମାନ୍ୟ ବଚସାକୁ କେନ୍ଦ୍ର କରି ଶାଶୁକୁ କେନାଲରେ ଠେଲିଦେଲା ବୋହୂ । ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ବୃଦ୍ଧାଙ୍କୁ ଉଦ୍ଧାର କରିବା ସହ ବୋହୂକୁ ଗିରଫ କରିଛି। ଅଧିକ ପଢନ୍ତୁ

ସାମାନ୍ୟ ଝଗଡା ପାଇଁ ଶାଶୂକୁ କେନାଲରେ ଠେଲିଲା ବୋହୂ
ସାମାନ୍ୟ ଝଗଡା ପାଇଁ ଶାଶୂକୁ କେନାଲରେ ଠେଲିଲା ବୋହୂ

Brutal torture on old woman

ସମ୍ବଲପୁର: ଶାଶୁ-ବୋହୂ କଳିର କରୁଣ ପରିଣତି । ସାମାନ୍ୟ ବଚସାକୁ କେନ୍ଦ୍ର କରି ବୃଦ୍ଧା ଶାଶୁକୁ କେନାଲରେ ଠେଲିଦେଲା ନିର୍ଦ୍ଦୟ ବୋହୂ । ଏଭଳି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅଞ୍ଚଳରୁ l ତେବେ ବିଳମ୍ବିତ ରାତିରେ ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ବୃଦ୍ଧାଙ୍କୁ କେନାଲରୁ ଉଦ୍ଧାର କରିବା ସହ ହସ୍ପିଟାଲରେ ଭର୍ତ୍ତି କରିଛି । ଏହି ଘଟଣାରେ ଅଭିଯୁକ୍ତ ବୋହୂକୁ ଗିରଫ କରାଯାଇଛି ।

ସୂଚନା ମୁତାବକ, ଗତ ରବିବାର ରାତିରେ ଖାଦ୍ୟ ବାଢ଼ିବାକୁ ନେଇ ବୁର୍ଲା ଥାନା ମାଝୀପାଲିର ଟେମ୍ପୋରାରି କଲୋନିରେ ରହୁଥିବା ଲୟ ଭୁଏ(୬୮) ଙ୍କ ସହ ତାଙ୍କ ବୋହୂ ସବିତା ଭୁଏଙ୍କର ଝଗଡ଼ା ହୋଇଥିଲା । ଏନେଇ ସବିତାଙ୍କୁ ତାଙ୍କ ସ୍ବାମୀ ରାଧେଶ୍ୟାମ ଭୁଏ ବୁଝାଇବାକୁ ଚେଷ୍ଟା କରିଥିଲେ | ମାତ୍ର ସବିତା ରାଗିଯାଇ ରାତି ପ୍ରାୟ ୧୧ଟାରେ ତାଙ୍କ ଶାଶୁ ଲୟଙ୍କୁ ଘରୁ ବାହାରକୁ ଟାଣି ଆଣିଥିଲେ । ବାହାରପଟୁ ତାଲା ଦେଇ ସ୍ୱାମୀଙ୍କୁ ଘରେ ବନ୍ଦ କରିଦେଲେ l ଏହାପରେ ନିଜ ଶାଶୁଙ୍କୁ ମାଡ଼ ମାରିବା ସହ ପାୱାର୍ ଚ୍ୟାନେଲ୍‌କୁ ଫିଙ୍ଗି ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ - ସମ୍ପତ୍ତି ଲୋଭରେ ବାପା ମା'ଙ୍କୁ ପୁଅ ବୋହୂଙ୍କ ନିର୍ଦ୍ଧୁମ ମାଡ଼ : ଥାନାର ଦ୍ୱାରସ୍ଥ ବୃଦ୍ଧ ଦମ୍ପତି

ଏହା ମଧ୍ୟ ପଢନ୍ତୁ - ଖାଦ୍ୟରେ ନିଶା ଦେଇ ବୋହୂ ଫେରାର; ପୁଅକୁ ଛାଡ଼ିଦେଇ ଝିଅକୁ ନେଇଗଲେ, ଚିନ୍ତାରେ ପରିବାର

ବୃଦ୍ଧା ପାଣିରେ ଭାସିଯାଉଥିବା ବେଳେ ପାଖରେ ଥିବା ଏକ ଲୁହା ବ୍ରିଜ୍‌ର ଗୋଟିଏ ଖମ୍ବକୁ ଧରି ଅଟକି ରହିବା ସହ ବଞ୍ଚାଇବାକୁ ଡାକ ଛାଡ଼ିଥିଲେ । ତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପହଞ୍ଚିବା ସହ ପୋଲିସକୁ ଖବର ଦେଇଥିଲେ । ବୁର୍ଲା ଥାନାଧିକାରୀ ଅନିଲ ପ୍ରଧାନ, ଏସ୍‌ଆଇ ଦେବାଶିଷ ଖିଲାର ଓ ଅନ୍ୟ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଯୁବକଙ୍କ ସହାୟତାରେ ଲୟ ଭୁଏଙ୍କୁ ଉଦ୍ଧାର କରି ଭୀମ୍‌ସାରରେ ଭର୍ତ୍ତି କରାଯାଇଛି । ଲୟ ଏବେ ସେଠାରେ ଚିକିତ୍ସାଧୀନ ଅଛନ୍ତି । ତାଙ୍କ ପୁଅ ରାଧେଶ୍ୟାମ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି l ସେପଟେ ଅଭିଯୁକ୍ତ ବୋହୂ ବୁର୍ଲା ବୋର୍ଡ କଲୋନୀର ଜଣେ ସମ୍ପର୍କୀୟଙ୍କ ଘରେ ଲୁଚିଥିବା ବେଳେ ପୋଲିସ ତାଙ୍କୁ ଗିରଫ କରିଛି l

ଇଟିଭି ଭାରତ, ସମ୍ବଲପୁର

Last Updated :Feb 6, 2024, 1:01 PM IST

ABOUT THE AUTHOR

...view details