ETV Bharat / state

ସମ୍ପତ୍ତି ଲୋଭରେ ବାପା ମା'ଙ୍କୁ ପୁଅ ବୋହୂଙ୍କ ନିର୍ଦ୍ଧୁମ ମାଡ଼ : ଥାନାର ଦ୍ୱାରସ୍ଥ ବୃଦ୍ଧ ଦମ୍ପତି

author img

By ETV Bharat Odisha Team

Published : Sep 13, 2023, 7:56 PM IST

ସମ୍ପତ୍ତି ଲୋଭରେ ବାପା ମା'ଙ୍କୁ ନିର୍ଦ୍ଧୁମ ମାଡ଼ ମାରିଛନ୍ତି ଦୁଇ ପୁଅ ବୋହୂ । ଅସହାୟ ଅବସ୍ଥାରେ ଥାନାର ଦ୍ୱାରସ୍ଥ ବୃଦ୍ଧ ଦମ୍ପତି ଥାନାର ଦ୍ବାରସ୍ଥ ହୋଇଥିବା ଜଣାପଡିଛି। ଅଧିକ ପଢନ୍ତୁ

ସମ୍ପତ୍ତି ଲୋଭରେ ବାପା ମାଙ୍କୁ ମାଡ଼
ସମ୍ପତ୍ତି ଲୋଭରେ ବାପା ମାଙ୍କୁ ମାଡ଼

ସମ୍ପତ୍ତି ଲୋଭରେ ବାପା ମାଙ୍କୁ ମାଡ଼

ଖୋର୍ଦ୍ଧା : ସମ୍ପତ୍ତି ପାଇଁ ବାପା ମାଆଙ୍କୁ ମାଡ଼ ମାରିବାକୁ ପଛାଇଲେନି ପୁଅ ବୋହୂ । ଏପରି ଏକ ସମ୍ବେଦନଶୀଳ ଘଟଣା ଘଟିଛି ବେଗୁନିଆ ଥାନା ଅନ୍ତର୍ଗତ କଣ୍ଟାବାଡ଼ ପଞ୍ଚାୟତର କେନ୍ଦୁପଲ୍ଲୀ ଗ୍ରାମରେ । ସମ୍ପତ୍ତି ପାଇଁ ମାଡ଼ ମାରି ଲହୁଲୁହାଣ କରିଛି ପୁଅ । ଏନେଇ ଆହତ ବାପା ଓ ମାଆ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଆଜି ବେଗୁନିଆ ଥାନାର ଦ୍ବାରସ୍ଥ ହୋଇଛନ୍ତି । ଦୁଇ ପୁଅ ଓ ବୋହୂଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଲୁହଭରା ଆଖି ଓ କୋହ ଭରାରେ କଣ୍ଠରେ ନିବେଦନ କରିଛନ୍ତି । ସେପଟେ ବେଗୁନିଆ ପୋଲିସ ଅଭିଯୋଗ ଗ୍ରହଣ କରିବା ପରେ ସେମାନଙ୍କୁ ଚିକିତ୍ସା ପାଇଁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ତଦନ୍ତ ଜାରି ରଖିଛି ।

ସୂଚନା ଅନୁସାରେ, ବେଗୁନିଆ ବ୍ଲକ ଅନ୍ତର୍ଗତ କଣ୍ଟାବାଡ଼ ପଞ୍ଚାୟତ କେନ୍ଦୁପଲ୍ଲୀ ଗ୍ରାମର ବଳଭଦ୍ର ନାୟକଙ୍କର ତିନି ପୁଅଙ୍କ ମଧ୍ୟରେ ସମ୍ପତ୍ତି ଭାଗ ବଣ୍ଟାକୁ ନେଇ ବଚସା ଲାଗି ରହୁଥିଲା । ପୈତୃକ ସମ୍ପତ୍ତିରୁ ଭାଗ ନେବା ପାଇଁ ବଡ଼ ଓ ମଝିଆଁ ଦୁଇ ପୁଅ ଜିଦ କରି ପୂର୍ବରୁ ଅଡ଼ି ବସିଥିଲେ । ଏନେଇ ଥାନାରେ ମାମଲା ମଧ୍ୟ ହୋଇଥିଲା । ଏହାପରେ ବର୍ଷାଋତୁ ପରେ ବଣ୍ଟନ ହେବ ବୋଲି ଗାଁ ସରପଞ୍ଚଙ୍କ ମାଧ୍ୟମରେ ସମାଧାନ ହୋଇଥିଲା । ସମୟ ସୀମା ସରି ନଥିବାବେଳେ ଦୁଇ ପୁଅ ଆଜି କେତେକ ଘର ସାମଗ୍ରୀ ନେବାକୁ ଦାବି କରିଥିଲେ । ହେଲେ ବଳଭଦ୍ର ସେସବୁ ଦେବାକୁ ରାଜି ହୋଇନଥିଲେ । ଯାହା ଫଳରେ ଉତ୍ୟକ୍ତ ହୋଇ ଦୁଇ ପୁଅ ଓ ବୋହୁ ମିଶି ବାପା ମାଆଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଛି।

ଏହା ବି ପଢନ୍ତୁ...ହତାଦାର କଲେ ଦୁଇ ପୁଅ, ଥାନାର ଦ୍ବାରସ୍ଥ ବୃଦ୍ଧ ବାପା

ଏକ ଠେଙ୍ଗାରେ ବଳଭଦ୍ରଙ୍କୁ ଆକ୍ରମଣ କରିଥିବାବେଳେ ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି । ସେପଟେ ବଳଭଦ୍ରଙ୍କ ପତ୍ନୀ ମଧ୍ୟ ଲହୁ ଲୁହାଣ ହୋଇ କୋହଭରା କଣ୍ଠରେ ପୁରା ଘଟଣା ବିଷୟରେ ବଖାଣିଛନ୍ତି । ପୁଅ ବିରୁଦ୍ଧରେ ଅଭିଯୋଗ କରିବାକୁ ଥାନାକୁ ଆସିଛନ୍ତି ଉଭୟ ବାପା ଓ ମା' । ଏହି ବୃଦ୍ଧ ପିତାମାତା ଦୁଇ ଜଣ ପୁଅ ବୋହୂଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇପଡ଼ିଛନ୍ତି । ସାହାରା ଦେବା ବଦଳରେ ବୃଦ୍ଧ ପିତା ମାତାଙ୍କୁ ସମ୍ପତ୍ତି ଲୋଭରେ ପୁଅମାନେ ମାଡ଼ ମାରିବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସେପଟେ ଏହି ଘଟଣାକୁ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଇଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.