ଓଡିଶା

odisha

'ବାରବାଟୀ ନିର୍ମାତା ଭୈରବ ମହାନ୍ତିଙ୍କୁ ନଭୁଲନ୍ତୁ ସରକାର କି ଓସିଏ'

By ETV Bharat Odisha Team

Published : Feb 24, 2024, 10:03 PM IST

Barabati Stadium Issue: ବାରବାଟୀ ଷ୍ଟାଡିୟମକୁ ଭାଙ୍ଗି ଏହାର ନବକଳେବର ପାଇଁ ସରକାର ନେଇଥିବା ନିଷ୍ପତ୍ତି ବିରୋଧରେ ତେଜୁଛି ସ୍ବର । ବିଧାୟକ ମହମ୍ମଦ ମୋକିମଙ୍କ ପରେ ଭୈରବ ଚନ୍ଦ୍ର ମହାନ୍ତି ସ୍ମୃତି ସଂସଦ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଛି । ଅଧିକ ପଢ଼ନ୍ତୁ

Barabati Stadium Issue
Barabati Stadium Issue

Barabati Stadium Issue

କଟକ: ବାରବାଟୀ ଷ୍ଟାଡିୟମ ନବକଳେବର ବିବାଦରେ ପଡୁନି ପୂର୍ଣ୍ଣଚ୍ଛେଦ । ଷ୍ଟାଡିୟମକୁ ସମ୍ପୂର୍ଣ୍ଣ ଭାଙ୍ଗି ନୂତନ ଭାବେ ଏହାକୁ ଗଢ଼ି ତୋଳିବା ପାଇଁ ସରକାରଙ୍କ ନିଷ୍ପତ୍ତିକୁ ସବୁଆଡ଼ୁ ବିରୋଧ କରାଯାଉଛି । ନିକଟରେ କଂଗ୍ରେସର ବାରବାଟୀ ବିଧାୟକ ମହମ୍ମଦ ମୋକିମ ପ୍ରେସମିଟ୍‌ ଜରିଆରେ ଏହାର ବିରୋଧ କରିଥିଲେ । ଏବେ ଏହି ଐତିହାସିକ ଷ୍ଟାଡିୟମକୁ ନଭାଙ୍ଗିବା ପାଇଁ ଦାବି ଉଠାଇଛି ଭୈରବ ଚନ୍ଦ୍ର ମହାନ୍ତି ସ୍ମୃତି ସଂସଦ । ଷ୍ଟାଡିୟମ ଭାଙ୍ଗି ନୂଆ ରୂପ ଦେବା ପାଇଁ ରାଜ୍ୟ ସରକାର, ବିସିସିଆଇ ଏବଂ ଓସିଏ ମିଶି ଯେଉଁ ପ୍ରୟାସ ଆରମ୍ଭ କରିଛନ୍ତି, ତାହା କେବେ ବି ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ଭୈରବ ଚନ୍ଦ୍ର ମହାନ୍ତି ସ୍ମୃତି ସଂସଦ ସଭାପତି ମହମ୍ମଦ ସକିଲ ।

ସେ କହିଛନ୍ତି, "ପ୍ରତ୍ୟକ ଓଡ଼ିଆ ମାନଙ୍କ ବିଶ୍ବାସ ଓ ଐତିହ କୀର୍ତ୍ତିରାଜି ସହିତ ଜଡିତ ରହିଛି ଏହି ବାରବାଟୀ ଷ୍ଟାଡିୟମ । ବାରବାଟୀ ଷ୍ଟାଡିୟମର ଐତିହ୍ୟ ଓ କୀର୍ତ୍ତିରାଜିକୁ ଅକ୍ଷୁର୍ଣ୍ଣ ରଖି ରୂପାନ୍ତିକରଣ କରାଗଲେ ଏହା ଠିକ ହେବ ।" ଏହା ସହିତ ଷ୍ଟାଡିୟମର ଯିଏ ନିର୍ମାତା, ସ୍ବର୍ଗତ ଭୈରବ ଚନ୍ଦ୍ର ମହାନ୍ତିଙ୍କର ଏକ ବଡ଼ ପ୍ରତିମୂର୍ତ୍ତି ଷ୍ଟାଡିୟମ ନିକଟରେ ରଖିବା ପାଇଁ ମଧ୍ୟ ଦାବି କରିଛନ୍ତି ସ୍ମୃତି ସଂସଦର କର୍ମକର୍ତ୍ତା । ୧୯୫୦ ମସିହାରେ ନିର୍ମିତ ହୋଇଥିଲା ଏହି ଐତିହାସିକ ବାରବାଟୀ ଷ୍ଟାଡିୟମ । ସରକାରୀ ଅନୁଦାନ ବିନା ଏହି ଷ୍ଟାଡିୟମକୁ ଗଢ଼ିବା ପାଇଁ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ଭୈରବ ଚନ୍ଦ୍ର ମହାନ୍ତିଙ୍କର ଅବଦାନ ଓ ବଳିଦାନ ଓଡ଼ିଆ ଜାତି ପାଖରେ ଚିରସ୍ମରଣୀୟ ରହିଛି । ଷ୍ଟାଡିୟମ ନିର୍ମାଣ ପାଇଁ ସେତେବେଳ 'ବାଉବାଟା ରାଫେଲ୍‌' ନାମରେ ଏକଟଙ୍କିଆ ଟିକେଟ୍‌ କରି ଉଦ୍ୟୋକ୍ତାମାନେ ସାଇକେଲରେ ଦୁଆର ଦୁଆର ବୁଲି ଟିକେଟ୍‌ ବିକ୍ରି କରି ଲବ୍ଧ ଅର୍ଥରୁ ଏହି ଷ୍ଟାଡିୟମ ନିର୍ମାଣ କରିଥିବାରୁ ଏହାକୁ ଟଙ୍କିକିଆ ଷ୍ଟାଡିୟମ ମଧ୍ୟ କୁହାଯାଏ ବୋଲି ସ୍ପଷ୍ଟ କରିଛି ସଂସଦ ।

ଏହା ମଧ୍ୟ ପଢ଼ନ୍ତୁ...ବାରବାଟୀ ନଭାଙ୍ଗି ସମ୍ପ୍ରସାରଣ କର, ନହେଲେ ଐତିହ ହେବ ଧୂଳିସାତ: ମୋକିମ

ଭୈରବ ଚନ୍ଦ୍ର ମହାନ୍ତି ସ୍ମୃତି ସଂସଦର ସଭାପତି କହିଛନ୍ତି, "ରାଜ୍ୟ ସରକାର, ବିସିସିଆଇ ଏବଂ ଓସିଏ ଏହି ଦିଗରେ ପୁନଃ ଚିନ୍ତା କରିବାର ଆବଶ୍ୟକତା ରହିଛି । କାରଣ ଓଡ଼ିଶାର ଗର୍ବ ଗୌରବ ତଥା ଅନେକ କ୍ରୀଡ଼ାବିତ୍‌ମାନଙ୍କର ଏନ୍ତୁଡ଼ିଶାଳ ଭାବେ ପରିଚିତ ବାରବାଟୀ ଷ୍ଟାଡିୟମ ଓ ଏହାର ହୃଦଗୌରବ, ଇତିହାସ ସହିତ ସାଢ଼େ ଚାରିକୋଟି ଓଡ଼ିଆଙ୍କର ଭାବାବେଗ ଜଡ଼ିତ ରହିଛି ।" ଇତିହାସର ଏହି ମୂକସାକ୍ଷୀକୁ ଅକ୍ଷୁର୍ଣ୍ଣ ରଖି ଏହାର ରୂପାରିକରଣ କରିବା ପାଇଁ ନିବେଦନ କରିଛି ଭୈରବ ଚନ୍ଦ୍ର ମହାନ୍ତି ସ୍ମୃତି ସଂସଦ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details