ଓଡିଶା

odisha

ନିମାପଡାରେ ତେଜିଲା ଟିକେଟ ବିବାଦ, ସମୀରଙ୍କୁ ପୁଣି ଟିକେଟ ଦେବାକୁ ସମର୍ଥକଙ୍କ ଦାବି - Nimapara Assembly Constituency

By ETV Bharat Odisha Team

Published : Apr 18, 2024, 5:25 PM IST

Dissatisfaction In BJD Over Nimapara Ticket: ନିମାପଡ଼ା ଆସନରୁ ବିଜେଡି ହେଭିୱେଟ ନେତା ସମୀର ରଞ୍ଜନ ଦାସଙ୍କ ବଦଳରେ ଦିଲ୍ଲୀପ ନାୟକଙ୍କୁ ଟିକେଟ ଦେଇଛି । ଯାହାକୁ ନେଇ ବିଜେଡି ନେତା ଓ କର୍ମୀ ମାନେ ଏକାଠି ହୋଇ ନିଷ୍ପତ୍ତି ବଦଳାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଅଧିକ ପଢନ୍ତୁ

ନିମାପଡାରେ ତେଜିଲା ଟିକେଟ ବିବାଦ, ସମୀରଙ୍କୁ ପୁଣି ଟିକେଟ ଦେବାକୁ ସମର୍ଥକଙ୍କ ଦାବି
ନିମାପଡାରେ ତେଜିଲା ଟିକେଟ ବିବାଦ, ସମୀରଙ୍କୁ ପୁଣି ଟିକେଟ ଦେବାକୁ ସମର୍ଥକଙ୍କ ଦାବି

ନିମାପଡାରେ ତେଜିଲା ଟିକେଟ ବିବାଦ, ସମୀରଙ୍କୁ ପୁଣି ଟିକେଟ ଦେବାକୁ ସମର୍ଥକଙ୍କ ଦାବି

ନିମାପଡ଼ା: ଗତକାଲି ପଞ୍ଚମ ପର୍ଯ୍ୟାୟରେ ବିଜେଡି ନିଜର ୯ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ତେବେ ନିମାପଡ଼ା ଆସନ ପାଇଁ ନିରାଶ ହୋଇଛନ୍ତି ୩ ଥରର ବିଧାୟକ ସମୀର ରଞ୍ଜନ ଦାସ । ଦଳ ଏଥର ନିମାପଡ଼ା ପାଇଁ ଆମଦାନୀ ନେତା ଦିଲ୍ଲୀପ ନାୟକଙ୍କୁ ଟିକେଟ ଦେଇଛି । ଯାହାକୁ ନେଇ ନିମାପଡ଼ାରେ ବିଜେଡି ସଂଗଠନରେ ଅସନ୍ତୋଷର ବହ୍ନି ଜଳି ଉଠିଛି । ନିମାପଡ଼ାରେ ମେଳି ବାନ୍ଧି ସମୀର ରଞ୍ଜନ ଦାସଙ୍କ ସମର୍ଥକ ମୁଖ୍ୟମନ୍ତ୍ରୀଙ୍କୁ ନିମାପଡ଼ା ଟିକେଟ ନେଇ ପୁନଃ ବିଚାର ପାଇଁ ଦାବି କରିଛନ୍ତି ।

ଆଜି ନିମାପଡ଼ା ଗ୍ରୀନଲ୍ୟାଣ୍ଡ କଲ୍ୟାଣ ମଣ୍ଡପରେ ଏ ନେଇ ଏକ ଦଳୀୟ ସଭା ଆୟୋଜନ କରାଯାଇଥିଲା । ଏହି ସଭାରେ ନିମାପଡ଼ା ,ଗୋପ ଓ ନିମାପଡ଼ା NACର ଅଧ୍ୟକ୍ଷ ,ସରପଞ୍ଚ, ନୋମିନ, ଜିଲ୍ଲା ପରିଷଦ ,ବିଭିନ୍ନ ପଞ୍ଚାୟତ ଓ ବ୍ଲକର ସଭାପତି, ମହିଳା ସଙ୍ଗଠନର ନେତୃତ୍ଵମାନେ ସାମିଲ ହୋଇ ବିଜେଡି ସୁପ୍ରିମୋ ନିମାପଡ଼ାରେ ଟିକେଟକୁ ନେଇ ପୁନଃ ବିଚାର କରନ୍ତୁ ବୋଲି ଦାବି ରଖିଛନ୍ତି । ନିମାପଡ଼ାରେ ବିଜେଡି ସଙ୍ଗଠନକୁ ସମୀର ଦାଶ ଏକଜୁଟ କରି ରଖିଥିଲା ବେଳେ କିଭଳି ସମୀରଙ୍କ ପ୍ରତି ଅନ୍ୟାୟ କରି ଦିଲ୍ଲୀପ ନାୟକଙ୍କୁ ଟିକେଟ ପ୍ରଦାନ କରାଗଲା ବୋଲି ପ୍ରଶ୍ନ କରିଛନ୍ତି ନିମାପଡ଼ା ବ୍ଲକ ବିଜେଡି ସଭାପତି। ଆସନ୍ତା ୨୦ ତାରିଖରେ ନିମାପଡ଼ାରେ କୋଡିଏ ହଜାର ସମର୍ଥକଙ୍କୁ ଧରି ଶକ୍ତି ପ୍ରଦର୍ଶନ କରି ବିଜେଡି ସୁପ୍ରିମୋଙ୍କ ଉପରେ ଚାପ ପକାଇବା ପାଇଁ ସମୀରଙ୍କ ସମର୍ଥକ ପ୍ରତିବାଦ ସଭା ଆୟୋଜନ କରିବାର ଯୋଜନା ରହିଛି ।

ଏହା ମଧ୍ୟ ପଢନ୍ତୁ...ପଞ୍ଚମ ପର୍ଯ୍ୟାୟରେ 9 ପ୍ରାର୍ଥୀ ଦେଲା BJD: କଣ୍ଟାବାଞ୍ଜିରୁ ଲଢ଼ିବେ ନବୀନ, ବଦଳିଲା ପ୍ରସନ୍ନ-ରୋହିତଙ୍କ ଆସନ - BJD CANDIDATE LIST

ଦଳୀୟ ନେତୃତ୍ଵ ସମୀରଙ୍କୁ ବାଦ ଦେଇ କିଛିଦିନ ତଳେ ବିଜେଡ଼ି ଯୋଗ ଦେଇଥିବା ଦିଲ୍ଲୀପଙ୍କ ଟିକେଟ ପରିବର୍ତ୍ତନ କରା ନ ଗଲେ ଆଗାମୀ ଦିନରେ ବିଜେଡ଼ିରୁ ସମୂହ ଇସ୍ତଫା ଦେବା ପାଇଁ ଧମକ ଦେଇଛନ୍ତି ସମୀର ଦାସଙ୍କ ସମର୍ଥକ । ସମୀରଙ୍କ ପ୍ରତି ନିମାପଡ଼ା ଓ ଗୋପ ଅଞ୍ଚଳରେ ଥିବା ନେତୃତ୍ଵଙ୍କ ଭରସା ରହିଥିବା ବେଳେ ସମୀରଙ୍କ ଟିକେଟ କାଟି ନିମାପଡ଼ାରେ ବାରୁଦ ଗଦାରେ ନିଆଁ ଲଗାଇ ଦେଇଛନ୍ତି ରାଜ୍ୟ ନେତୃତ୍ଵ ବୋଲି ମତ ରଖିଛନ୍ତି ନିମାପଡ଼ା ଓ ଗୋପ ବିଜେଡିର ନେତୃମଣ୍ଡଳୀ । ଅନ୍ୟ ପଟେ ନିମାପଡ଼ାରେ ବିଜେଡି ଯାହାକୁ ଟିକେଟ ପ୍ରଦାନ କରିଛି ସିଏ ନିର୍ବାଚନ ବୈତରଣୀ ପାର ହୋଇଛି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଶଙ୍ଖ ଚିହ୍ନ ଉପରେ ଲୋକଙ୍କ ଭରସା ରହିଛି । ଏଥିରେ ଭୋଟରଙ୍କ ପ୍ରତି କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ଏଥରର ପ୍ରାର୍ଥୀ ଦିଲ୍ଲୀପ ନାୟକଙ୍କ ସମର୍ଥକ କହିଛନ୍ତି ।

ସୂଚନାଯୋଗ୍ୟ ଯେ ବିଧାୟକ ସମୀର ରଞ୍ଜନ ଦାସ ୨୦୦୯ ରୁ ୨୦୧୯ ଯାଏଁ କ୍ରମାଗତ ଭାବେ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ଗତଥର ନିର୍ବାଚନରେ ସମୀର ଦାସ ୩୨୦୦୮ ଭୋଟ ବାବଧାନରେ ବିଜେପିର ପ୍ରଭାତୀ ପରିଡାଙ୍କୁ ପରାସ୍ତ କରିଥିଲେ । ବିଜେଡିର ଗଡ଼ କୁହାଯାଉଥିବା ନିମାପଡ଼ାରେ ବିଜେଡି ଟିକେଟ ପରିବର୍ତ୍ତନ ପରେ ସୃଷ୍ଟି ହୋଇଛି ବିବାଦ, ଏ ବିବାଦ ଆଗକୁ କେଉଁ ରୂପ ନେଉଛି ତାହା ଆସନ୍ତା ୨୦ ତାରିଖ ପ୍ରତିବାଦ ସଭା ପରେ ସ୍ପଷ୍ଟ ହେବ।

ଇଟିଭି ଭାରତ, ନିମାପଡ଼ା

ABOUT THE AUTHOR

...view details