ଓଡିଶା

odisha

ଇଦରେ ବଲିଉଡ ହସିନାଙ୍କ ଜଲୱା, ଟ୍ରାଡିସନାଲ୍ ଲୁକରେ ଉଡାଇଲେ ହୋସ୍ - EID 2024

By ETV Bharat Odisha Team

Published : Apr 11, 2024, 5:35 PM IST

Sonakshi-Soha-Huma Latest Pictures: ଦେଶରେ ଆଜି ଇଦର ଧୁମ ଦେଖିବାକୁ ମିଳିଛି । ଏହି ଅବସରରେ ବଲିଉଡ ଅଭିନେତ୍ରୀମାନେ ଧୁମଧାମରେ ଇଦ ପର୍ବ ପାଳନ କରିଥିବା ବେଳେ ଫ୍ୟାନ୍ସଙ୍କୁ ଖାସ୍ ଅନ୍ଦାଜରେ ଶୁଭେଚ୍ଛା ଜଣାଇଛନ୍ତି । ଅଭିନେତ୍ରୀ ସୋନାକ୍ଷୀ ସିହ୍ନା, ହ୍ୟୁମା କ୍ୟୁରେସି ଏବଂ ସୋହା ଅଲ୍ଲି ଖାନ ନିଜ ଲାଟେଷ୍ଟ ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଇଦ ଶୁଭେଚ୍ଛା ଜଣାଇଛନ୍ତି । ଦେଖନ୍ତୁ ଅଭିନେତ୍ରୀଙ୍କ ଲାଟେଷ୍ଟ ଫଟୋ,
ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ସୋସିଆଲ ମିଡିଆ ଜରିଆରେ ଫ୍ୟାନ୍ସଙ୍କୁ ଇଦ ଶୁଭେଚ୍ଛା ଜଣାଇଛନ୍ତି ।
ସୋନାକ୍ଷୀ ନିଜ ଲାଟେଷ୍ଟ ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଇଦ ୱିସ୍ ଜଣାଇଛନ୍ତି ।
ସେୟାର କରିଥିବା ଫଟୋରେ ସୋନାକ୍ଷୀ ମେରୁନ ରଙ୍ଗର ଆଉଟଫିଟରେ ପାରମ୍ପରିକ ଲୁକରେ ନଜର ଆସିଛନ୍ତି ।
ଏହି ଫଟୋ ସେୟାର କରି ସେ ସମସ୍ତଙ୍କୁ ଇଦ ମୁବାରକ ଜଣାଇଛନ୍ତି ।
ସେହିପରି ଅଭିନେତ୍ରୀ ହ୍ୟୁମା କ୍ୟୁରେସି ମଧ୍ୟ ଇଦ ଧୁମଧାମରେ ପାଳନ କରିଛନ୍ତି ଏବଂ ସୋସିଆଲ ମିଡିଆରେ ଏହାର ଝଲକ ଦେଖାଇଛନ୍ତି ।
ହ୍ୟୁମା କ୍ୟୁରେସି ୟେଲୋ ରଙ୍ଗର ସଲୱାରରେ ଖୁବ ସୁନ୍ଦର ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଇଦ ଶୁଭକାମନା ଜଣାଇଛନ୍ତି ।
ହ୍ୟୁମାଙ୍କ ଏହି ପାରମ୍ପରିକ ଲୁକ ସମସ୍ତଙ୍କୁ ଦିୱାନା କରିଛି ।
ନିଜ ପରିବାର ସହ ଧୁମଧାମରେ ଇଦ ପାଳନ କରିଛନ୍ତି ସୈଫ ଅଲ୍ଲି ଖାନଙ୍କ ଉଭଣୀ ସୋହା ଅଲ୍ଲି ଖାନ ।
ସୋହା ଲାଲ ରଙ୍ଗର ସାଲୱାର ସହ ପାରମ୍ପରିକ ଲୁକରେ ନଜର ଆସିଥିବା ବେଳେ ଫ୍ୟାନ୍ସ ଏହାକୁ ବେଶ ପସନ୍ଦ କରିଛନ୍ତି ।

ABOUT THE AUTHOR

...view details