ଓଡିଶା

odisha

ଟ୍ରକରେ ଆସିଥିଲା ମୃତ୍ୟୁ ! ଘରେ ପହଞ୍ଚିବା ପୂର୍ବରୁ ଚାଲିଗଲା 5 ଜୀବନ - Bagalkote Accident

By ETV Bharat Odisha Team

Published : Apr 15, 2024, 10:27 AM IST

Updated : Apr 15, 2024, 12:18 PM IST

Bagalkote Accident: ରାସ୍ତା କଡରେ ଛିଡା ହୋଇଥିବା ବେଳେ ଲୋକଙ୍କ ଉପରେ ଓଲଟିଲା ମାଟି ବୋଝେଇ ଟ୍ରକ । ଗୋଟିଏ ପରିବାରର 5 ମୃତ । ଅଧିକ ପଢନ୍ତୁ

Bagalkote Accident
Bagalkote Accident

ବେଙ୍ଗାଲୁରୁ:ରାସ୍ତା କଡରେ ଛିଡା ହୋଇଥିଲେ 5ଜଣ ବ୍ୟକ୍ତି । ହଠାତ ମାଡି ଆସିଲା ମୃତ୍ୟୁର ଗାଡି । କାଳ ରାତ୍ରୀରେ ଲିଭିଗଲା ଗୋଟିଏ ପରିବାରର 5ଜଣ ବ୍ୟକ୍ତିଙ୍କ ଜୀବନ । ମାଟି ବୋଝେଇ ଟିପ୍ପର ଓଲଟିବା କାରଣରୁ 5ଜଣଙ୍କ ମୃତ୍ୟୁ ହୋଇଛି । ବାଲାକୋଟର ବିଲାଗି ତାଲୁକ ଅଞ୍ଚଳରେ ହୋଇଛି ଏଭଳି ଦୁର୍ଘଟଣା । ଏଭଳି ଭୟଙ୍କର ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳର ଶୋକର ଛାୟା ଖେଳି ଯାଇଛି ।

ମୃତ୍ୟୁବରଣ କରିଥିବା ବ୍ୟକ୍ତି ହେଲେ ୟେଙ୍କାପା ଶିବାପ୍ପା ତୋଲାମାତି(72), ତାଙ୍କ ସ୍ତ୍ରୀ ୟେଲାଭା ୟେଙ୍କାପା ତୋଲାମାତି(66), ତାଙ୍କ ପୁଅ ପୁଣ୍ଡାଲିକା ୟେଙ୍କାପା ତୋଲାମାତି(40), ଝିଅ ନାଗାଭା ଅଶୋକ ବାମାନାଭାରା, ତାଙ୍କ ସ୍ବାମୀ ଏବଂ ୟାଙ୍କାପାଙ୍କର ଜ୍ବାଇଁ ବଦାରଦିନି ଗ୍ରାମର ଅଶୋକ ନିଙ୍ଗାପା ବାମାନାଭାରା(48) ।

ଏହା ମଧ୍ୟ ପଢନ୍ତୁ:ଶ୍ରମିକଙ୍କ ଉପରେ ଖସିଲା ମକା ବସ୍ତା; ୭ ଜଣଙ୍କ ମୃତ୍ୟୁ, ଉଦ୍ଧାର କାର୍ଯ୍ୟ ଜାରି

ସୂଚନା ଅନୁସାରେ, ଗୋଟିଏ ପରିବାରର 5ଜଣ ବ୍ୟକ୍ତି କ୍ଷେତରେ କାମ କରି ଗାଁକୁ ଫେରିବା ପାଇଁ ରାସ୍ତା କଡରେ ଛିଡା ହୋଇଥିଲେ । ଏହି ସମୟରେ ଆସୁଥିବା ଏକ ମାଟି ବୋଝେଇ ଟ୍ରକର ଟାୟାର ଫାଟି ଯାଇଥିଲା । ଫଳରେ ଟିପ୍ପର ଭାରସାମ୍ୟ ହରାଇ ରାସ୍ତାକଡରେ ଛିଡା ହୋଇଥିବା 5ଜଣଙ୍କ ଉପରେ ଓଲଟି ପଡିଥିଲା । ଫଳରେ ଘଟଣାସ୍ଥଳରେ ହିଁ 5ଜଣଙ୍କ ମୃତ୍ୟୁ ହୋଇଥିଲା । ତେବେ ଦୁର୍ଘଟଣା ପରେ ଗାଡି ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ତେବେ ଦୁର୍ଘଟଣା ପରେ ଖବର ପାଇଁ ବଦାରଦିନି ଏବଂ ୟତନାତିର ଶହଶହ ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ । ଯଦି 10 ମିନିଟ୍‌ ଗଡି ଯାଇଥାନ୍ତା ତେବେ ସେମାନେ ନିଜ ଘରେ ପହଞ୍ଚିଥାନ୍ତେ ବୋଲି ସ୍ଥାନୀୟ ଲୋକେ କହିଥିଲେ । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ:Karnataka: ଦୀପାବଳିରେ ଲିଭିଗଲା ଗୋଟିଏ ପରିବାରର 4 ଜୀବନ ଦୀପ, ନିର୍ମମ ହତ୍ୟା କରି ଫେରାର ଦୁର୍ବୃତ୍ତ

ତେବେ ଏନେଇ ଜିଲ୍ଲା ପୋଲିସ ଅଧୀକ୍ଷକ ପ୍ରସନ୍ନ ଦେଶାଇ କହିଛନ୍ତି, "ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ବିଭାଗର ଟିମ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ । ଏହାସହ ବ୍ୟବଚ୍ଛେଦ ପାଇଁ ସମସ୍ତଙ୍କୁ ତାଲୁକ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ବରାଗି ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ । "

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Apr 15, 2024, 12:18 PM IST

ABOUT THE AUTHOR

...view details