ETV Bharat / bharat

Karnataka: ଦୀପାବଳିରେ ଲିଭିଗଲା ଗୋଟିଏ ପରିବାରର 4 ଜୀବନ ଦୀପ, ନିର୍ମମ ହତ୍ୟା କରି ଫେରାର ଦୁର୍ବୃତ୍ତ

author img

By ETV Bharat Odisha Team

Published : Nov 12, 2023, 4:33 PM IST

Karnataka: ଗୋଟିଏ ପରିବାରର 4 ଜଣଙ୍କୁ ହତ୍ୟା
Karnataka: ଗୋଟିଏ ପରିବାରର 4 ଜଣଙ୍କୁ ହତ୍ୟା

କର୍ଣ୍ଣାଟକ ଉଡୁପି ଜିଲ୍ଲାରେ ଗୋଟିଏ ପରିବାରର 4 ଜଣଙ୍କୁ ନିର୍ମମ ହତ୍ୟା । ଘରୁ ରକ୍ତାକ୍ତ ମୃତଦେହ ଉଦ୍ଧାର । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ

ବେଙ୍ଗାଲୁରୁ: କର୍ଣ୍ଣାଟକ ଉଡୁପିରେ ଗୋଟିଏ ପରିବାରର 4 ସଦସ୍ୟଙ୍କୁ ନିର୍ମମ ହତ୍ୟା କରାଯାଇଛି । ଗତକାଲି (ଶନିବାର) ରାତିରେ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ଆଜି ସକାଳେ 4 ଜଣଙ୍କ କ୍ଷତାକ୍ତ ମୃତଦେହ ଠାବ ହେବା ପରେ ପୋଲିସକୁ ସୂଚନା ଦିଆଯାଇଥିଲା । ପୋଲିସ ସମସ୍ତ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ପ୍ରାଥମିକ ତଦନ୍ତ ଅନୁସାରେ, ଗତକାଲି ରାତିରେ କେହି ଜଣେ କିମ୍ବା ଏକାଧିକ ଦୁର୍ବୃତ୍ତ ମାରଣାସ୍ତ୍ରରେ ଆକ୍ରମଣ ଏହି ହତ୍ୟାକାଣ୍ଡକୁ ରୂପ ଦେଇଥିବା ସନ୍ଦେହ କରାଯାଉଛି ।

ପ୍ରାଥମିକ ତଦନ୍ତ ପରେ ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମୃତକମାନେ ହେଲେ ଉଡୁପି ଜିଲ୍ଲାର କେମାନୁ ମେଣ୍ଡଳର ବାସିନ୍ଦା 46 ବର୍ଷୀୟା ହସିନା ଓ ତାଙ୍କର 3 ତାଙ୍କର ତିନି ସନ୍ତାନ । ହସିନାଙ୍କ ଶାଶୁ ଏହି ଆକ୍ରମଣରେ ଗୁରୁତର ଥିବା ବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହସିନାଙ୍କ ସ୍ବାମୀ ଆରବରେ କାର୍ଯ୍ୟ କରନ୍ତି । ଘରେ ସେ ତାଙ୍କ ଶାଶୁ ଓ 3 ପିଲାଙ୍କ ସହ ରହୁଥିଲେ । ଗତକାଲି ରାତିରେ କେହି ଦୁର୍ବୃତ୍ତ ଘରେ ପଶି ସମସ୍ତଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା । ଏଥିରେ ହସିନାଙ୍କ ଶାଶୁ ଗୁରୁତର ହୋଇ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଅନ୍ୟ 4 ଜଣ ପ୍ରାଣ ହରାଇଛନ୍ତି । ସମସ୍ତଙ୍କ ଗଳାରେ କ୍ଷତଚିହ୍ନ ରହିଛି । ସେମାନେ ଶୋଇଥିବା ଅବସ୍ଥାରେ ଅତର୍କିତ ଆକ୍ରମଣର ଶିକାର ହୋଇଥିବା ସନ୍ଦେହ କରାଯାଉଛି । ଆଜି ସକାଳୁ ପଡୋଶୀମାନେ ଏ ସମ୍ପର୍କରେ ଜାଣିବା ପରେ ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ । ଏହି ଉଦ୍ଧାର କାର୍ଯ୍ୟ ସମୟରେ ହସିନାଙ୍କ ଶାଶୁ ଜୀବିତ ଥିବା ଜଣାପଡିଥିଲା ।

ଏହା ମଧ୍ୟ ପଢନ୍ତୁ :-କଂଗ୍ରେସକୁ ଝଟକା, ନିର୍ବାଚନ ପୂର୍ବରୁ ହାତ ଛାଡି BRS ରେ ମିଶିଲେ ପଲବାଇ ଶ୍ରାବନ୍ତୀ

ଉଡୁପି ଏସପି ଅରୁଣ କୁମାର ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଏକ ଗଣହତ୍ୟା ମାମଲା ରୁଜୁ ହୋଇଛି । ପୋଲିସ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଛି । ସମସ୍ତ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ନିକଟରେ ଲାଗିଥିବା ସିସିଟିଭି ଫୁଟେଜକୁ ମଧ୍ୟ ପୋଲିସ ସଂଗ୍ରହ କରି ତଦନ୍ତ କରୁଛି । ପଡୋଶୀମାନଙ୍କୁ ମଧ୍ୟ ଏହି ପରିବାର ସମ୍ପର୍କରେ ଓ ସେମାନଙ୍କ କାହା ସହିତ ପୂର୍ବ ଶତ୍ରୁତା ଥିଲା, ସେନେଇ ପଚରା ଉଚରା କରାଯାଉଛି । ଲୁଟପାଟ ଦିଗକୁ ମଧ୍ୟ ତଦନ୍ତ ପରିସରରେ ରଖାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.