ETV Bharat / entertainment

ପ୍ୟାଚ୍-ଅପ ବର୍ଷ ଥିଲା 2023; ରାଗରୁଷା ଭୁଲି ଏକାଠି ହେଲେ ଏହି ସେଲିବ୍ରିଟି

author img

By ETV Bharat Odisha Team

Published : Dec 28, 2023, 12:25 PM IST

୨୩ରେ ଦୀର୍ଘ ଦିନର ମତଭେଦ ଦୂର କଲେ ଏହି ସେଲିବ୍ରିଟି, ଏକାଠି କଲେ କାମ
୨୩ରେ ଦୀର୍ଘ ଦିନର ମତଭେଦ ଦୂର କଲେ ଏହି ସେଲିବ୍ରିଟି, ଏକାଠି କଲେ କାମ

Bollywood Celebrities Patch-Ups In 2023: ଚଳିତ ବର୍ଷ ସେଲିବ୍ରିଟିଙ୍କ ପାଇଁ ବେଶ ଶୁଭ ପ୍ରତିଫଳନ ହୋଇଛି । ଏହି ବର୍ଷ ତାରକାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନରେ ଅନେକ ପରିବର୍ତ୍ତନ ହୋଇଛି । ଫିଲ୍ମ ଜରିଆରେ ବଡ ପରଦାରେ ଧମାକା କରିବା ସହ ଅନେକ ସେଲିବ୍ରିଟି ଦୀର୍ଘ ଦିନର ମତଭେଦକୁ ଦୂର କରି ଏକାଠି କାମ କରିଛନ୍ତି । ଏହି ତାଲିକାରେ କିଏ କିଏ ଅଛନ୍ତି ଜାଣନ୍ତୁ,

ହାଇଦ୍ରାବାଦ: ଆଉ କିଛି ଦିନ ପରେ ୨୦୨୩କୁ ଅଲବିଦା କହିବେ ଲୋକେ ଏବଂ ୨୦୨୪ ନୂଆ ବର୍ଷକୁ ସ୍ବାଗତ କରିବେ । ତେବେ ଚଳିତ ବର୍ଷ ଅନେକଙ୍କ ଜୀବନ ପରିବର୍ତ୍ତନ କରିଛି । ସେହିପରି ମନୋରଞ୍ଜନ ଜଗତରେ ମଧ୍ୟ ଅନେକ ଲୋକଙ୍କ ଜୀବନରେ ପରିବର୍ତ୍ତନ ହୋଇଛି । ବୃତ୍ତିଗତ ହେଉ ଅବା ବ୍ୟକ୍ତିଗତ ଜୀବନ ଭଲ ପ୍ରତିଫଳନ ହୋଇଥିବା ବେଳେ ଅନେକଙ୍କ ସମ୍ପର୍କରେ ମତଭେଦ ମଧ୍ୟ ଦୂର ହୋଇଛି । ବହୁ ଚର୍ଚ୍ଚିତ ସେଲିବ୍ରିଟି ମତଭେଦକୁ ଭୁଲି ପ୍ୟାଚ୍ ଅପ୍ କରିଛନ୍ତି । ତେବେ ୨୦୨୩କୁ ପ୍ୟାଚ ଅପ୍ ବର୍ଷ ବୋଲି ମଧ୍ୟ କୁହାଯାଇପାରେ । ଏହି ବର୍ଷ ଅନେକ ସେଲିବ୍ରିଟି ସେମାନଙ୍କ ଦୀର୍ଘ ଦିନର ମତଭେଦ ଦୂର କରିଛନ୍ତି । କଣ୍ଠଶିଳ୍ପୀ ଅରଜିତ ସିଂ-ସଲମାନ ଖାନ, ଶାହାରୁଖ ଖାନ-ସନ୍ନି ଦେଓଲ, ଅକ୍ଷୟ କୁମାର-ରବୀନା ଟଣ୍ଡନ ଏବଂ କାର୍ତ୍ତିକ ଆର୍ଯ୍ୟନ-କରଣ ଜୋହର ଭଳି ତାରକା ନିଜ ମଧ୍ୟରେ ଥିବା ମତଭେଦକୁ ଦୂର କରିବା ସହ ପୁଣି ଏକାଠି ହୋଇଛନ୍ତି ।

  • ସଲମାନ ଖାନ-ଅରଜିତ ସିଂ

ଚଳିତ ବର୍ଷ ବଲିଉଡ ଭାଇଜାନ ଏବଂ କଣ୍ଠଶିଳ୍ପୀ ଅରଜିତ ସିଂ ଦୀର୍ଘ ୯ ବର୍ଷର ଝଗଡା ବା ମତଭେଦକୁ ଦୂର କରିଛନ୍ତି । 2014ରେ ଏକ ପୁରସ୍କାର ବିତରଣ ଉତ୍ସବରେ ସଲମାନ ଖାନ ଏବଂ ଅରଜିତ ସିଂଙ୍କ ମଧ୍ୟରେ ଝଗଡ଼ା ହୋଇଯାଇଥିଲା । ଏହା ବେଶ ଉଗ୍ରରୂପ ନେଇଥିଲା । ଏପରିକି ସଲମାନଙ୍କ କୌଣସି ଫିଲ୍ମ ପାଇଁ ଅରଜିତଙ୍କୁ ଗାଇବାକୁ ଦିଆଯାଇନଥିଲା । 'ସୁଲତାନ' ଏବଂ 'ବଜରଙ୍ଗୀ ଭାଇଜନ' ସମେତ ସଲମାନଙ୍କ ଅନେକ ଚଳଚ୍ଚିତ୍ରରୁ ଅରଜିତ ସିଂଙ୍କ ଗୀତ ହଟାଯାଇଥିଲା । ପରେ ଅରଜିତ ନିଜ ଭୁଲକୁ ମାନି ଭାଇଜାନଙ୍କୁ ଅନେକ ଥର କ୍ଷମା ମାଗିଥିଲେ । ହେଲେ ସଲମାନ ତାଙ୍କୁ କ୍ଷମା ଦେଇନଥିଲେ । ତେବେ ଚଳିତ ବର୍ଷ ସଲମାନଙ୍କ ରିଲିଜ ହୋଇଥିବା ଫିଲ୍ମ 'ଟାଇଗର ୩' ପାଇଁ ଗୀତ ଗାଇଥିଲେ ଅରଜିତ । ଏହି ଫିଲ୍ମ ସହ ପ୍ରଥମ ଥର ସଲମାନଙ୍କ ପାଇଁ ଗୀତ ଗାଇଛନ୍ତି ଅରଜିତ । ଏଥିରୁ ଉଭୟଙ୍କ ଭିତରେ ଥିବା ସବୁ ମତଭେଦ ଦୂର ହୋଇଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ: ସଲମାନ-ଅରଜିତଙ୍କ ବିବାଦରେ ପୂର୍ଣ୍ଣଚ୍ଛେଦ, ଭାଇଜାନଙ୍କ ପାଇଁ ଗାଇଲେ ଗୀତ

  • କାର୍ତ୍ତିକ ଆର୍ଯ୍ୟନ-କରଣ ଜୋହର

ଚଳିତ ବର୍ଷ ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଏବଂ ନିର୍ମାତା କରଣ ଜୋହରଙ୍କ ମଧ୍ୟ ପ୍ୟାଚ ଅପ୍ ହୋଇଛି । କାର୍ତ୍ତିକଙ୍କ ଜନ୍ମଦିନରେ କରଣ ତାଙ୍କ ସହ ଏକ ଫିଲ୍ମ ଘୋଷଣା କରି ଫ୍ୟାନ୍ସଙ୍କୁ ଚକିତ କରିଥିଲେ । ଫଳରେ ଉଭୟଙ୍କ ମତଭେଦ ଦୂର ହୋଇଥିବା ଜଣାପଡିଥିଲା । କରଣ ଘୋଷଣା କରି କହିଥିଲେ ଯେ, '' ଧର୍ମା ପ୍ରଡକ୍ସନ ଏବଂ ବାଲାଜି ମୋସନ୍ ପିକ୍ଚର୍ସ ଏକ ଫିଲ୍ମ ପାଇଁ ଏକାଠି ହେଉଛନ୍ତି । ଯାହା ସନ୍ଦୀପ ମୋଦfଙ୍କ ଦ୍ୱାରା ନିର୍ଦ୍ଦେଶିତ ହେବ । ମୁଁ ଏଥିପାଇଁ ମଧ୍ୟ ଗର୍ବିତ ଯେ ଏହି ଚଳଚ୍ଚିତ୍ର ପାଇଁ ଆମେ ସର୍ବାଧିକ ପ୍ରତିଭାବାନ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କୁ ମନୋନୀତ କରିଛୁ । ତେବେ ଏହି ଚଳଚ୍ଚିତ୍ର 15 ଅଗଷ୍ଟ 2025ରେ ମୁକ୍ତିଲାଭ କରିବ ।''

ସୂଚନା ଥାଉ କି, ୨୦୨୧ ମସିହାରେ କରଣଙ୍କ ସହ କାର୍ତ୍ତିକ ଦୋସ୍ତାନା-2ରେ ଏକାଠି କାମ କରୁଥିଲେ । ଦୋସ୍ତାନା-2ରେ କାର୍ତ୍ତିକ ଜାହ୍ନବୀ କପୁରଙ୍କ ସହ ଅଭିନୟ କରିବାକୁ ଯାଉଥିଲେ, କିନ୍ତୁ ଅଭିନେତା ଏହି ପ୍ରୋଜେକ୍ଟରୁ ଓହରି ଯାଇଥିଲେ । ଏହି ପ୍ରଚାର ପରେ କରଣ ଜୋହରଙ୍କ ପ୍ରଡକ୍ସନ୍ ହାଉସ୍ ଧର୍ମା ପ୍ରଡକ୍ସନ୍ସ କାର୍ତ୍ତିକଙ୍କ ଫିଲ୍ମରୁ ବିଦାୟ ନେଇଥିବା ଘୋଷଣା କରିଥିଲା ।

ଏହା ମଧ୍ୟ ପଢନ୍ତୁ: କାର୍ତ୍ତିକଙ୍କ ଜନ୍ମଦିନରେ ଫ୍ୟାନ୍ସଙ୍କୁ ଭେଟି, ଅଭିନେତାଙ୍କ ସହ ପ୍ରଥମ ଫିଲ୍ମର ଘୋଷଣା କଲେ କରଣ

  • ଶାହାରୁଖ ଖାନ-ସନ୍ନି ଦେଓଲ

୧୬ ବର୍ଷର ମତଭେଦକୁ ଭୁଲି ପୁଣି ଏକଠି ହୋଇଛନ୍ତି ସନ୍ନି ଦେଓଲ ଏବଂ ଶାହାରୁଖ ଖାନ । ଚଳିତ ବର୍ଷ ଏହି ଚର୍ଚ୍ଚିତ ସେଲିବ୍ରିଟି ମଧ୍ୟ ପ୍ୟାଚ ଅପ କରିଛନ୍ତି । ୧୯୯୩ରେ ରିଲିଜ ହୋଇଥିବା ଫିଲ୍ମ 'ଦର' ସହ ଉଭୟଙ୍କ ମଧ୍ୟରେ ମତଭେଦ ଆରମ୍ଭ ହୋଇଥିଲା । ଯେଉଁଥିରେ ସନ୍ନି ମୁଖ୍ୟ ନାୟକ ଭାବେ ନଜର ଆସିଥିବା ସତ୍ତ୍ବେ ଶାହାରୁଖ ଲାଇମଲାଇଟକୁ ଆସିଥିଲେ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ସନ୍ନି । ସେବେଠାରୁ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ବନ୍ଦ ରହିଥିଲା । ଚଳିତ ବର୍ଷ ସନ୍ନି ଗଦର-୨ ସହ ପରଦାକୁ ଫେରିଥିଲେ । ଏହି ଫିଲ୍ମ ବେଶ ଲୋକପ୍ରିୟତା ହାସଲ କରିବା ସହ ବମ୍ପର କଲେକ୍ସନ କରିଥିଲା । ଫିଲ୍ମର ସଫଳତାକୁ ନେଇ ସନ୍ନି ଦେଓଲ ଏକ ପାର୍ଟିର ଆୟୋଜନ କରିଥିଲେ । ଯେଉଁଥିରେ ଆମୀର ଖାନ, ସଲମାନ ଖାନ, ଶାହାରୁଖ ଖାନ ସମେତ ଅନେକ ବି-ଟାଉନ ତାରକା ନଜର ଆସିଥିଲେ । ତେବେ ଏହି ସମୟରେ ଶାହାରୁଖ ସନ୍ନିଙ୍କୁ ହଗ୍ କରି ଶୁଭେଚ୍ଛା ଜଣାଇଥିଲେ । ଯାହାର ଭିଡିଓ ବେଶ ଭାଇରାଲ ହୋଇଥିଲା ଏବଂ ଉଭୟଙ୍କ ମତଭେଦ ଦୂର ହୋଇଥିବା ଜଣାପଡିଥିଲା ।

ଏହା ମଧ୍ୟ ପଢନ୍ତୁ: ଫିଲ୍ମ ସଫଳତା ପାର୍ଟି ଦେଲେ ସନ୍ନି ଦେଓଲ, ଯୋଗ ଦେଲେ ନାମିଦାମୀ କଳାକାର

  • ସୋନୁ ନିଗମ-ଭୂଷଣ କୁମାର

୩ ବର୍ଷର ଝଗଡା ପରେ ଶେଷରେ ଚଳିତ ବର୍ଷ ଲୋକପ୍ରିୟ କଣ୍ଠଶିଳ୍ପୀ ସୋନୁ ନିଗମ ଏବଂ ଟି-ସିରିଜ ନିର୍ମାତା ଭୂଷଣ କୁମାର ସେମାନଙ୍କ ମତଭେଦକୁ ଦୂର କରିଛନ୍ତି । ୨୦୨୦ରେ ସୋନୁ କାହାର ନାଁ ନ ନେଇ ମ୍ୟୁଜିକ ମାଫିଆ ବିଷୟରେ ସୋସିଆଲ ମିଡିଆରେ ଖୋଲାଖୋଲି ଭାବେ କଥାବାର୍ତ୍ତା କରିଥିଲେ । ଯାହାପରେ ସେ ଭୂଷଣ କୁମାରଙ୍କୁ ଟାର୍ଗେଟ କରି କହୁଥିବା କୁହାଯାଉଥିଲା । ଏହା ଉଗ୍ର ରୂପ ନେଇଥିଲା । ପରେ ଉଭୟ ପରସ୍ପରକୁ ପରୋକ୍ଷ ଭାବେ ସୋସିଆଲ ମିଡିଆରେ ମାଧ୍ୟମରେ ଟାର୍ଗେଟ କରିଥିଲେ । କିନ୍ତୁ ଚଳିତ ବର୍ଷ ଉଭୟ ନିଜ ଭୁଲ ବୁଝାମଣାକୁ ଦୂର କରିଥିବା କୁହାଯାଉଛି ।

ଏହା ମଧ୍ୟ ପଢନ୍ତୁ: ପୁଣି ସୋନୁଙ୍କ ଉପରେ ରାଗିଲେ ଭୂଷଣଙ୍କ ପତ୍ନୀ, ଆଣିଲେ ଏହି ଅଭିଯୋଗ

  • ଅକ୍ଷୟ କୁମାର-ରବୀନା ଟଣ୍ଡନ

ଅକ୍ଷୟ କୁମାର ଏବଂ ରବୀନା ଟଣ୍ଡନ ପରସ୍ପରକୁ ଡେଟ କରୁଥିବା ଚର୍ଚ୍ଚା ହୋଇଥିଲା । ଚଳିତ ବର୍ଷ ଉଭୟ ଗୋଟିଏ ଫିଲ୍ମ ପାଇଁ ଏକାଠି କାମ କରୁଛନ୍ତି । ଅକ୍ଷୟ ଏବଂ ରବୀନା ଆଗାମୀ କମିକ୍ ଫିଲ୍ମ 'ୱେଲକମ୍ ଟୁ ଦି ଜଙ୍ଗଲ'ରେ ଏକାଠି ନଜର ଆସିବେ । ୱେଲକମ୍ ଟୁ ଦ ଜଙ୍ଗଲ ୱେଲକମ୍ ଫ୍ରାଞ୍ଚାଇଜର ତୃତୀୟ ସିକ୍ୱେଲ୍‌ ଅଟେ । ଅହମ୍ମଦ ଖାନଙ୍କ ନିର୍ଦ୍ଦେଶିତ ଓ ଫିରୋଜ ଏ. ନାଡିୟାଡୱାଲାଙ୍କ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରରେ ରବୀନା ଟଣ୍ଡନ୍, ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍, ଦିଶା ପଟାନୀ, ସଞ୍ଜୟ ଦତ୍ତ, ସୁନୀଲ ଶେଟ୍ଟୀ, ଅର୍ଶଦ ବାରସୀ, ପରେଶ ରାୱଲ, ଜନି ଲିଭର, ରାଜପାଲ ଯାଦବ, ତୁଷାର କପୁର, ଶ୍ରେୟାସ ତାଲପଡେ, କୃଷ୍ଣ ଅଭିଷେକ ଅଭିନୟ କରିଛନ୍ତି । ଏମାନଙ୍କ ବ୍ୟତୀତ କିକୁ ଶାରଦା, ଦଲେର ମେହଦୀ, ମିକା ସିଂ, ସୟାଜୀ ସିନ୍ଦେ, ମୁକେଶ ତିୱାରୀ, ଜାକିର ହୁସେନ୍, ଯଶପାଲ ଶର୍ମା ଏବଂ ବୃହୀ କୋଡୱାରା ମଧ୍ୟ ନଜର ଆସିବେ । ଫିଲ୍ମର ରିଲିଜ ତାରିଖ ଏ ପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ ।

ଏହା ମଧ୍ୟ ପଢନ୍ତୁ: ଯେବେ ଖିଲାଡିଙ୍କ ରଙ୍ଗୀନ ଦୁନିଆର ପର୍ଦ୍ଦାଫାଶ କରିଥିଲେ ରବୀନା...

  • ଗୋବିନ୍ଦା ଏବଂ ଦାଭିଡ ଧୱନ

ଗୋବିନ୍ଦା ଏବଂ ଦାଭିଡ ଧୱନ ୨୦୧୦ର ମଧ୍ୟଭାଗରେ ୨୦୦୯ର କମେଡି ଫିଲ୍ମ 'ଡୁ ନୋଟ୍ ଡିସଷ୍ଟବ' ସୁଟିଂ ପରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏହାପରେ ନିର୍ମାତା ୫ଟି ଫିଲ୍ମ ତିଆରି କରିଥିଲେ, ଯେଉଁଥିରେ ଗୋବିନ୍ଦାଙ୍କୁ କାଷ୍ଟ କରାଯାଇନଥିଲା । ତେବେ ୨୦୨୩ରେ ଉଭୟ ସବୁ କିଛି ଭୁଲି ମତଭେଦ ଦୂର କରିଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.