ETV Bharat / entertainment

Tiger 3 First Song: ସଲମାନ-ଅରଜିତଙ୍କ ବିବାଦରେ ପୂର୍ଣ୍ଣଚ୍ଛେଦ, ଭାଇଜାନଙ୍କ ପାଇଁ ଗାଇଲେ ଗୀତ

author img

By ETV Bharat Odisha Team

Published : Oct 19, 2023, 7:40 PM IST

ସଲମାନ ଖାନ ଏବଂ ଅରିଜିତ ସିଂଙ୍କ ମଧ୍ୟରେ ବିବାଦ ଏବେ ଶେଷ ହୋଇଛି । ମତଭେଦ ସମାଧାନ ପରେ ଭାଇଜାନଙ୍କ ପାଇଁ 'ଟାଇଗର ୩' ଜରିଆରେ ପ୍ରଥମ ଗୀତ ଗାଇଛନ୍ତି ଅରଜିତ । ଅଧିକ ପଢନ୍ତୁ,

ସଲମାନ ଏବଂ ଅରଜିତଙ୍କ ବିବାଦରେ ପୂର୍ଣ୍ଣଚ୍ଛେଦ, ଭାଇଜାନଙ୍କ ପାଇଁ ପ୍ରଥମ ଗୀତ ଗାଇଲେ ଗାୟକ
ସଲମାନ ଏବଂ ଅରଜିତଙ୍କ ବିବାଦରେ ପୂର୍ଣ୍ଣଚ୍ଛେଦ, ଭାଇଜାନଙ୍କ ପାଇଁ ପ୍ରଥମ ଗୀତ ଗାଇଲେ ଗାୟକ

ହାଇଦ୍ରାବାଦ: ସଲମାନ ଖାନ ଅରିଜିତ ସିଂଙ୍କ ସହ 9 ବର୍ଷ ପୁରୁଣା ବିବାଦ ଉପରେ ସମ୍ପୂର୍ଣ୍ଣ ଶେଷ ହୋଇଛି । 2014ରୁ ଆରମ୍ଭ ହୋଇଥିବା ଉଭୟଙ୍କର ମତଭେଦ ସମାଧାନ ପରେ ବର୍ତ୍ତମାନ ଗାୟକ ଅରିଜିତ ସିଂ ଭାଜନଙ୍କ ଆଗାମୀ ଚଳଚ୍ଚିତ୍ର ଟାଇଗର ୩ ପାଇଁ ଗୀତ ଗାଇଛନ୍ତି । ଅରିଜିତଙ୍କ ଏହି ଗୀତ ସଲମାନଙ୍କ ପାଇଁ ଗାଇଥିବା ପ୍ରଥମ ଗୀତ ଅଟେ । ସୋସିଆଲ ମିଡିଆରେ ସଲମାନ ଖାନ ନିଜେ ଏହାର ସୂଚନା ଦେଇଛନ୍ତି । ଏଥିସହ ସେ ଟାଇଗର 3ର ପ୍ରଥମ ଗୀତ ଏହାର ଟାଇଟଲ ସହ ରିଲିଜ ତାରିଖ ମଧ୍ୟ ଘୋଷଣା କରିଛନ୍ତି।

ସଲମାନ ଖାନ ନିଜ ଇନଷ୍ଟାଗ୍ରାମରେ ଫିଲ୍ମ ପ୍ରଥମ ଗୀତର ପୋଷ୍ଟର ସେୟାର କରିଛନ୍ତି । ଯେଉଁଥିରେ ସଲମାନ ଏବଂ କ୍ୟାଟ୍ରିନାଙ୍କୁ ଅନ୍ୟ ଡ୍ୟାନ୍ସରଙ୍କ ସହ ଦେଖିବାକୁ ମିଳିଛି । ସଲମାନ ଖାନ ଏହାକୁ ସେୟାର କରି କ୍ୟାପସନରେ ଲେଖିଛନ୍ତି, 'ଟାଇଗର ୩ର ପ୍ରଥମ ଗୀତ ଆପଣଙ୍କ ପାଖକୁ ଆସୁଛି 'ଲେକେ ପ୍ରଭୁ କା ନାମ' । ଅକ୍ଟୋବର 23ରେ ଏହି ଗୀତ ରିଲିଜ ହେବ । ଟାଇଗର 3 ଏହି ଦିପାବଳୀ ଅବସର ନଭେମ୍ବର 12ରେ ପ୍ରେକ୍ଷାଳୟରେ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ମୁକ୍ତିଲାଭ କରିବ । ପୋଷ୍ଟରରେ, ସଲମାନ ବ୍ଲାକ ପ୍ୟାଣ୍ଟ, ସାର୍ଟରେ ନଜର ଆସିଥିବା ବେଳେ ଲାଲ ଏବଂ ହ୍ବାଇଟ ଆଉଟଫିଟରେ କ୍ୟାଟ୍ରିନା ଖୁବ ସୁନ୍ଦର ଲାଗୁଛନ୍ତି । ସଲମାନଙ୍କ ଏହି ଘୋଷଣା ପରେ ପ୍ରଶଂସକମାନେ ଉତ୍ସାହର ସହ ଗୀତକୁ ଅପେକ୍ଷା କରିଛନ୍ତି ।

ସଲମାନ ଖାନ ଏବଂ ଅରିଜିତ ସିଂଙ୍କ ମଧ୍ୟରେ ପୁରୁଣା ବିବାଦ କ’ଣ ?

2014ରେ ଏକ ପୁରସ୍କାର ବିତରଣ ଉତ୍ସବରେ ସଲମାନ ଖାନ ଏବଂ ଅରିଜିତ ସିଂଙ୍କ ମଧ୍ୟରେ ଝଗଡ଼ା ହୋଇଯାଇଥିଲା । ଏହି କାର୍ଯ୍ୟକ୍ରମ ସଲମାନଙ୍କ ଦ୍ୱାରା ଆୟୋଜିତ ହୋଇଥିଲା । ଯେତେବେଳେ କାଜୁଆଲ୍ ଏବଂ ଫ୍ଲିପ୍ ଫ୍ଲପ୍ ଡ୍ରେସ ପିନ୍ଧି ଅରିଜିତ୍ ପୁରସ୍କାର ନେବାକୁ ମଞ୍ଚକୁ ଆସିଥିଲେ, ସଲମାନ ଥଟ୍ଟା କରି ତାଙ୍କୁ ପଚାରିଥିଲେ, 'ତୁମେ ଶୋଇଥିଲ କି?' ଏନେଇ ଅରିଜିତ ସିଂ ମଧ୍ୟ ଉତ୍ତର ଦେଇ କହିଥିଲେ, ତୁମେମାନେ ମୋତେ ଶୁଆଇ ଦେଇଛ । ଭାଇଜାନ୍ ଏହା ପରେ କହିଥିଲେ, ଯଦି 'ତୁମ୍ ହି ହୋ' ପରି ଗୀତ ବଜାଯାଏ ତେବେ ଏହା ତାଙ୍କର ଦୋଷ ନୁହେଁ । ମଜାକ କରୁଛି ।

ଏହା ମଧ୍ୟ ପଢନ୍ତୁ: ଆସିଲା ଦମଦାର ଟ୍ରେଲର, ସଲମାନ ଏବଂ କ୍ୟାଟ୍ରିନାଙ୍କ ପାୱାରପ୍ୟାକ୍ ଲୁକ୍‌ ଦେଖି ଉଡିଯିବ ହୋସ୍

ଏହା ପରେ ଉଭୟଙ୍କ ମଧ୍ୟରେ ମତଭେଦ ହୋଇଥିବା ଖବର ସାମ୍ନାକୁ ଆସିଲା । ଏପରିକି ସଲମାନଙ୍କ କୌଣସି ଫିଲ୍ମ ପାଇଁ ଅରଜିତଙ୍କୁ ଗାଇବାକୁ ଦିଆଯାଇନଥିଲା । 'ସୁଲତାନ' ଏବଂ 'ବଜରଙ୍ଗୀ ଭାଇଜନ' ସମେତ ସଲମାନଙ୍କ ଅନେକ ଚଳଚ୍ଚିତ୍ରରୁ ଅରିଜିତ ସିଂଙ୍କ ଗୀତ ହଟାଯାଇଥିଲା । ପରେ ଅରିଜିତ ନିଜ ଭୁଲକୁ ମାନି ଭାଇଜାନଙ୍କୁ ଅନେକ ଥର କ୍ଷମା ମାଗିଥିଲେ । ହେଲେ ସଲମାନ ତାଙ୍କୁ କ୍ଷମା ଦେଇନଥିଲେ । ତେବେ ବର୍ତ୍ତମାନ ଟାଇଗର ୩ ଜରିଆରେ ସମସ୍ତ ମତଭେଦ ଦୂର ହୋଇଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.