ETV Bharat / entertainment

Gadar 2: ଫିଲ୍ମ ସଫଳତା ପାର୍ଟି ଦେଲେ ସନ୍ନି ଦେଓଲ, ଯୋଗ ଦେଲେ ନାମିଦାମୀ କଳାକାର

author img

By ETV Bharat Odisha Team

Published : Sep 3, 2023, 10:56 AM IST

ସନ୍ନି ଦେଓଲଙ୍କ ଫିଲ୍ମ ଗଦର 2 ଲୋକଙ୍କ ମନ ଜିତିବାରେ ଲାଗିଛି । ଫିଲ୍ମ ରିଲିଜକୁ 23 ଦିନ ମଧ୍ୟରେ ଭାରତୀୟ ବକ୍ସ ଅଫିସରେ 500କୋଟି ପାଖାପାଖି ଆୟ କରି ସଫଳତା ହାସଲ କରିଛି । ଏହି ସଫଳତା ଖୁସିରେ ସନ୍ନି ଦେଓଲ ଏକ ଗ୍ରାଣ୍ଡ ପାର୍ଟିର ଆୟୋଜନ କରିଛନ୍ତି । ଏହି ପାର୍ଟିରେ ବଲିଉଡ 3 ଖାନଙ୍କ ସମେତ ଅନେକ ସେଲିବ୍ରିଟି ଏବଂ ଷ୍ଟାରକିଡ୍ସ ସାମିଲ ହୋଇଛନ୍ତି । ଅଧିକ ପଢନ୍ତୁ

ଗଦର 2ର ସଫଳତାରେ ପାର୍ଟି ଦେଲେ ସନ୍ନି ଦେଓଲ, ଯୋଗ ଦେଲେ ଏହି ବଲିଉଡ ସେଲିବ୍ରିଟି
ଗଦର 2ର ସଫଳତାରେ ପାର୍ଟି ଦେଲେ ସନ୍ନି ଦେଓଲ, ଯୋଗ ଦେଲେ ଏହି ବଲିଉଡ ସେଲିବ୍ରିଟି

ମୁମ୍ବାଇ: ବଲିଉଡ ଅଭିନେତା ସନ୍ନି ଦେଓଲଙ୍କ ଅଭିନୀତ ଫିଲ୍ମ ଗଦର 2ର କ୍ରେଜ ବିଶ୍ବରେ ଦେଖିବାକୁ ମିଳିଛି । ଫିଲ୍ମ ଓପନିଂ ଦିନ ଠାରୁ ଥିଏଟରକୁ ଦର୍ଶକଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଛି । ବର୍ତ୍ତମାନ ଫିଲ୍ମକୁ 24 ଦିନ ବିତିଗଲାଣି । ତେବେ ଫିଲ୍ମ 23 ଦିନ ମଧ୍ୟରେ 500କୋଟି ପାଖାପାଖି ଆୟ କରିସାରିଲାଣି । ସନ୍ନି ଦେଓଲ ଏହି ଚଳଚ୍ଚିତ୍ର ସହ ଏକ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିବାବେଳେ ଏହି ସମୟରେ ସେ ଏହାର ସଫଳତାକୁ ଉପଭୋଗ କରୁଛନ୍ତି । ଏନେଇ ସେ ଗଦର ୨ର ସଫଳତା ପାର୍ଟିର ଆୟୋଜନ କରିଛନ୍ତି । ଯେଉଁଥିରେ ସମସ୍ତ ବଲିଉଡ ତାରକା ଯୋଗ ଦେଇଛନ୍ତି ।

ସନ୍ନି ଦେଓଲଙ୍କ ଫିଲ୍ମ 'ଗଦର ୨'ର ସଫଳତା ପାର୍ଟିରେ ସମସ୍ତ ବଲିଉଡ ସେଲିବ୍ରିଟି ସାମିଲ ହୋଇଛନ୍ତି । ଏହି ଗ୍ରାଣ୍ଡ ପାର୍ଟିରେ ବଲିଉଡ ଭାଇଜାନ ସଲମାନ ଖାନ, ବଲିଉଡ କିଙ୍ଗ ଶାହାରୁଖ ଖାନ ଏବଂ ଆମୀର ଖାନ ଯୋଗ ଦେଇଛନ୍ତି । ଏମାନଙ୍କ ବ୍ୟତୀତ ଅଜୟ ଦେବଗନ ଏବଂ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ କାଜୋଲଙ୍କୁ ବି ଦେଖିବାକୁ ମିଳିଛି । ଏଥିସହ ଅଭିନେତା କାର୍ତ୍ତିକ ଆର୍ଯ୍ୟନ, ଆଦିତ୍ୟ ରୟ କପୁର, ବରୁଣ ଧୱନ, ବିକି କୌଶଲ, ଅଭିଷେକ ବଚ୍ଚନ, ସଞ୍ଜୟ ଦତ୍ତ, କ୍ରିତି ସାନନ, ସାରା ଅଲି ଖାନ, କିଆରା ଆଡଭାନୀ ସ୍ୱାମୀ ସିଦ୍ଧାର୍ଥ ମଲହୋତ୍ରା, ଅନନ୍ୟା ପାଣ୍ଡେ ମଧ୍ୟ ଏହି ପାର୍ଟିରେ ସାମିଲ ହୋଇଛନ୍ତି । ତାଙ୍କ ବ୍ୟତୀତ ଅନୁପମ ଖେର, ସୁନୀଲ ଶେଟ୍ଟୀ, ବବି ଦେଓଲ, ଜନି ଲିଭର ମଧ୍ୟ ଏହି ପାର୍ଟୀରେ ଯୋଗ ଦେଇଛନ୍ତି ।

ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ଅମୀଷା ପଟେଲଙ୍କୁ ଗଦର ୨ ର ସଫଳତା ପାର୍ଟିରେ କ୍ରିମ ରଙ୍ଗର ଆଉଟଫିଟରେ ଗ୍ଲାମରସ୍ ଲୁକରେ ଦେଖିବାକୁ ମିଳିଛି । ତାଙ୍କ ସହ 'ଗଦର ୨' ଅଭିନେତା ଉତ୍କଳ ଶର୍ମା ମଧ୍ୟ ପାର୍ଟୀରେ ଏକ ଷ୍ଟାଇଲିସ୍ ଲୁକରେ ଏଣ୍ଟ୍ରି କରିଛନ୍ତି । ପ୍ରକାଶ ଥାଉ କି, ପୂର୍ବରୁ ଅନେକ ସେଲିବ୍ରିଟି ସଲମାନ ଖାନ, ୟାମି ଗୌତମ, ହେମା ମାଲିନୀ, କଙ୍ଗନା ରାଣାୱତ, ଅକ୍ଷୟ କୁମାର, ପ୍ରିୟଙ୍କା ଚୋପ୍ରା ଭଳି ତାରକା ଗଦର 2ର ପ୍ରଶଂସା ସହ ସଫଳତା ଦେଖି ପୁରା ଟିମକୁ ଶୁଭେଚ୍ଛା ଜଣାଇଥିଲେ।

ଏହା ମଧ୍ୟ ପଢନ୍ତୁ: ଆଉ ଫିଲ୍ମ ନିର୍ମାଣ କରିବି ନାହିଁ, ମୁଁ ଦେବାଳିଆ ହୋଇଯାଉଛି: ସନ୍ନି ଦେଓଲ

ସୂଚନା ଥାଉ କି, ଅଗଷ୍ଟ 11 ରେ 'ଗଦର ୨' ମୁକ୍ତିଲାଭ କରିଥିଲା, ଯେଉଁଥିରେ ସନ୍ନି ଦେଓଲ, ଅମୀଷା ପଟେଲ ଏବଂ ଉତ୍କଳ ଶର୍ମା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । 'ଗଦର 2' 2001 ଚଳଚ୍ଚିତ୍ର 'ଗଦର'ର ଏକ ସିକ୍ୱେଲ ଅଟେ । ପ୍ରଥମ ଭାଗରେ ଫିଲ୍ମରେ ତାରା ପାକିସ୍ତାନୀ ପତ୍ନୀ ସାକିନାଙ୍କୁ ଫେରାଇ ଆଣିବା ପାଇଁ ସଂଗ୍ରାମ କରିଥିଲେ । ସେହିପରି ଗଦର-2 ଅର୍ଥାତ ଦ୍ବିତୀୟ ଭାଗରେ ତାରା ସିଂ ତାଙ୍କ ପୁଅ ଚରଣଜିତଙ୍କୁ ଭାରତ ଫେରାଇ ଆଣିବାକୁ ସଂଗ୍ରାମ କରିଥିବା ଦେଖିବାକୁ ମିଳିଛି । ନିର୍ଦ୍ଦେଶକ ଅନିଲ ଶର୍ମା ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ତାଙ୍କ ପୁଅ ଉତ୍କଳ ଶର୍ମା ଫିଲ୍ମରେ ସନ୍ନିଙ୍କ ପୁଅ ଅର୍ଥାତ୍ ଚରଣଜିତ ଭୂମିକାରେ ନଜର ଆସିଛନ୍ତି । ଫିଲ୍ମରେ ସନ୍ନି ଦେଓଲ ଏବଂ ଅମୀଷା ପଟେଲଙ୍କ ବ୍ୟତୀତ ଗୌରବ ଚୋପ୍ରା, ଉତ୍କର୍ଷ ଶର୍ମା ଏବଂ ଲଭ୍‌ ସିହ୍ନା ନଜର ଆସିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.