ETV Bharat / sitara

ଯେବେ ଖିଲାଡିଙ୍କ ରଙ୍ଗୀନ ଦୁନିଆର ପର୍ଦ୍ଦାଫାଶ କରିଥିଲେ ରବୀନା...

author img

By

Published : Jun 11, 2020, 3:56 PM IST

ଏକ ସମୟ ଥିଲା ଯେବେ ଅକ୍ଷୟଙ୍କ ଫିଲ୍ମ ଅପେକ୍ଷା ତାଙ୍କ ଲଭଷ୍ଟୋରୀ ଚର୍ଚ୍ଚାରେ ଥିଲା । ନିଜ ଆଫେୟାର୍ସ ପାଇଁ ସେ ସବୁବେଳେ ହେଡଲାଇନରେ ରହୁଥିଲେ । ଅଧିକ ପଢନ୍ତୁ.....

ଯେବେ ଖିଲାଡିଙ୍କ ରଙ୍ଗୀନ ଦୁନିଆର ପର୍ଦ୍ଦାଫାସ କରିଥିଲେ ରବୀନା...
ଯେବେ ଖିଲାଡିଙ୍କ ରଙ୍ଗୀନ ଦୁନିଆର ପର୍ଦ୍ଦାଫାସ କରିଥିଲେ ରବୀନା...

ମୁମ୍ବାଇ: ବଲିଉଡର ସୁପରଷ୍ଟାର ଅକ୍ଷୟ କୁମାର । ନିଜ ଫିଲ୍ମ ଓ ପର୍ସନାଲ ଲାଇଫକୁ ନେଇ ଚର୍ଚ୍ଚାରେ ଖିଲାଡି କୁମାର । ଉଭୟ ପେସାଦାର ଓ ବ୍ୟକ୍ତିଗତ ଜୀବନଶୈଳୀ ଯୋଗୁଁ ସେ ସମସ୍ତଙ୍କର ଲୋକପ୍ରିୟ । ଶହେରୁ ଅଧିକ ଫିଲ୍ମରେ ଆକ୍ଟିଂ କରିଥିବା ଅକ୍ଷୟ ଏବେ ପତ୍ନୀ ଟ୍ବିଙ୍କଲ ଓ ଛୁଆଙ୍କ ସହ ଖୁସିରେ ଅଛନ୍ତି ।

ହେଲେ ଏପରି ଏକ ସମୟ ଥିଲା ଯେବେ ଅକ୍ଷୟଙ୍କ ଫିଲ୍ମ ଅପେକ୍ଷା ତାଙ୍କ ଲଭଷ୍ଟୋରୀ ଚର୍ଚ୍ଚାରେ ଥିଲା । ନିଜ ଆଫେୟାର୍ସ ପାଇଁ ସେ ସବୁବେଳେ ହେଡଲାଇନରେ ରହୁଥିଲେ । ନବେ ଦଶକରେ ତାଙ୍କ ନାମ ଅନେକ ଅଭିନେତ୍ରୀଙ୍କ ସହ ଯୋଡା ଯାଇଥିଲା । ଏମାନଙ୍କ ମଧ୍ୟରେ ଥିଲେ ପୂଜା ବାତ୍ରା, ଆୟେଶା ଝୁଲକା, ରବୀନା ଟଣ୍ଡନ, ରେଖା, ସୁସ୍ମିତା ସେନ୍, ଶିଳ୍ପା ସେଟ୍ଟୀ, ପ୍ରିୟଙ୍କା ଚୋପ୍ରା । ତେବେ ଖୁବ୍ ଅଳ୍ପ ଲୋକ ଜାଣିଥିବେ ଯେ ରବୀନାଙ୍କ ସହ ଅକ୍ଷୟଙ୍କର ନିର୍ବନ୍ଧ ହୋଇଯାଇଥିଲା । ଉଭୟ ମଧ୍ୟ ବିବାହ କରିବାର ନିଷ୍ପତ୍ତି ନେଇଥିଲେ । ସେତେବେଳେ ଅକ୍ଷୟଙ୍କ ଫିଲ୍ମ ଖିଲାଡିୟୋଁ କା ଖିଲାଡି ଶେଷ ହେବା ପରେ ଉଭୟ ବିବାହ କରିବାକୁ ରାଜି ଥିଲେ ।

ତେବେ ଏହି ଫିଲ୍ମରେ ରେଖାଙ୍କ ସହ ଅକ୍ଷୟଙ୍କ ଏକ ରୋମାନ୍ସ ସିନକୁ ନେଇ ଉଭୟଙ୍କ ମଧ୍ୟରେ ଖୁବ୍ ଝଗଡା ହୋଇଥିଲା । ଯାହା ଖିଲାଡିଙ୍କ ଜୀବନରେ ଶିଳ୍ପାଙ୍କ ଏଣ୍ଟ୍ରି ପରେ ତୀବ୍ର ରୂପ ନେଇଥିଲା । ଏହାପରେ ସେମାନଙ୍କର ବ୍ରେକ ଅପ୍ ହୋଇଯାଇଥିଲା । ରବୀନା ଅନେକ ଇଣ୍ଟରଭିୟୁରେ ଅକ୍ଷୟଙ୍କୁ ଭର୍ସନା କରିବା ସହ ତାଙ୍କ ରଙ୍ଗୀନ ଜୀବନର ପର୍ଦ୍ଦାଫାସ କରିଛନ୍ତି । ସେ ଥରେ ତାଙ୍କୁ 2 ଜଣ ହିରୋଇନଙ୍କ ସହ ଧରିଥିବାର କହିଥିଲେ । ଉଭୟଙ୍କ ସହ ରୋମାନ୍ସ କରୁଥିବାବେଳେ ରବୀନା ଖିଲାଡି କୁମାରଙ୍କୁ ରେଡ ହ୍ୟାଣ୍ଡ ଧରିଥିବା କହିଥିଲେ । ସେମାନେ ହେଲେ ରେଖା ଓ ସୁସ୍ମିତା ସେନ ।

ଏହାସହ ରବୀନା କହିଛନ୍ତି ଯେ ତାଙ୍କୁ ନିର୍ବନ୍ଧ କରିବା ପରେ ବି ଅକ୍ଷୟ ଆଉ 2 ଜଣ ହିରୋଇନଙ୍କ ସହ ନିର୍ବନ୍ଧ କରିଥିଲେ । ତାଙ୍କ ସାଙ୍ଗମାନେ ଅକ୍ଷୟଙ୍କ ଆଫେୟାର୍ସ କଥା କହି ସାବଧାନ କରିଥିଲେ । ହେଲେ ସେ ସେମାନଙ୍କ କଥା ଶୁଣିନଥିଲେ । ଅକ୍ଷୟଙ୍କ ଉପରେ ତାଙ୍କର ଅନେକ ବିଶ୍ବାସ ଓ ଭରସା ଥିଲା । କିନ୍ତୁ ଖିଲାଡି କେବେ ବି ସେ ସମୟରେ ସିରିୟସ ନଥିଲେ ବୋଲି କେଜିଏଫ 2ର ହିରୋଇନ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.