ସାଲେପୁରରେ ଜନସଭାକୁ ସମ୍ବୋଧିତ କରୁଛନ୍ତି ରାହୁଲ ଗାନ୍ଧୀ, ଦେଖନ୍ତୁ Live - Rahul Gandhi in odisha

By ETV Bharat Odisha Team

Published : Apr 28, 2024, 12:05 PM IST

Updated : Apr 28, 2024, 1:16 PM IST

thumbnail

ଭୁବନେଶ୍ବର: ପହଞ୍ଚିଲେ କଂଗ୍ରେସର ଷ୍ଟାର ପ୍ରଚାରକ ରାହୁଲ ଗାନ୍ଧୀ । ପୂର୍ବାହ୍ନ ପ୍ରାୟ ସାଢେ ୧୧ ଟାରେ ଭୁବନେଶ୍ବର ବିମାନ ବନ୍ଦରରେ ଅବତରଣ କରିବା ପରେ ଉତ୍କଳ ଗୌରବ ମଧୁବାବୁଙ୍କ ଜନ୍ମପୀଠ ସତ୍ୟଭାମାପୁରରେ ହେଲିକପ୍ଟରରେ ପହଞ୍ଚିଛନ୍ତି ରାହୁଲ । ଆଜି ଜନ୍ମତିଥିରେ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ରାହୁଲ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ପରେ ସେଠାରୁ ସାଲେପୁରରେ ପହଞ୍ଚି ନିର୍ବାଚନୀ ସଭାକୁ ସମ୍ବୋଧିତ କରୁଛନ୍ତି । ସାଧାରଣ ସଭାରେ ଯୋଗଦେଇ ଜନସାଧାରଣଙ୍କୁ ସମ୍ବୋଧିତ କରି କଂଗ୍ରେସ ପାଇଁ ରାହୁଲ ଭୋଟ ଭିକ୍ଷା କରିବେ । ସଂଧ୍ୟାରେ ରାଜଧାନୀ ଭୁବନେଶ୍ବରରେ ପ୍ରଦେଶ କଂଗ୍ରେସ କମିଟିର ନେତୃବୃନ୍ଦଙ୍କ ସହ ଗୁରୁତ୍ବପୂର୍ଣ୍ଣ ନିର୍ବାଚନୀ ବୈଠକର କାର୍ଯ୍ୟସୂଚୀ ମଧ୍ୟ ରହିଛି । ପରେ ବିଳମ୍ବିତ ସଂଧ୍ୟାରେ ସେ ଦିଲ୍ଲୀ ଫେରିଯିବା କାର୍ଯ୍ୟକ୍ରମ ରହିଛି । ଅନ୍ୟପଟେ ଆଜି ରାହୁଲଙ୍କ ଗସ୍ତ ସହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ମଧ୍ୟ ଓଡିଶା ଆସୁଛନ୍ତି । ବ୍ରହ୍ମପୁର ନିକଟ ଆମ୍ବପୁଆରେ ସାଧାରଣ ସଭାକୁ ସମ୍ବୋଧିତ କରିବେ ନଡ୍ଡା । 

Last Updated : Apr 28, 2024, 1:16 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.