ମହିଳାଙ୍କୁ ବାର୍ତ୍ତା ଦେଉଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, LIVE - JP Nadda Live

By ETV Bharat Odisha Team

Published : May 15, 2024, 8:41 PM IST

Updated : May 15, 2024, 9:42 PM IST

thumbnail

ଭୁବନେଶ୍ବର: ମହିଳାଙ୍କୁ ବାର୍ତ୍ତା ଦେଉଛନ୍ତି ବିଜେପି ରାଷ୍ଟୀୟ ଅଧ୍ଯକ୍ଷ ଜେପି ନଡ୍ଡା । ରାଜ୍ୟ ବିଜେପି ପକ୍ଷରୁ "ସୁଭଦ୍ରା ଯୋଜନା" ଏବଂ "ଲକ୍ଷପତି ଦିଦି"କୁ ନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମହିଳାଙ୍କୁ କରୁଛନ୍ତି ସମ୍ବର୍ଦ୍ଧିତ । ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ଏହି ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କାର୍ଯ୍ୟରେ ଯୋଗ ଦେଇଛନ୍ତି । ସେହିପରି ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏବଂ ଅପରାଜିତା ଷଡଙ୍ଗୀ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଅଛନ୍ତି ।  ନିର୍ବାଚନକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଘନଘନ ଓଡ଼ିଶା ଗସ୍ତ ହେଉଥିବା ବେଳେ ଆଜି ପୁଣିଥରେ ଓଡ଼ିଶା ଗସ୍ତ କରିଛନ୍ତି ବିଜେପି ରାଷ୍ଟୀୟ ଅଧ୍ଯକ୍ଷ ଜେପି ନଡ୍ଡା । ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ଏହି ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମହିଳାଙ୍କୁ ସମ୍ବର୍ଦ୍ଧିତ  କରୁଛନ୍ତି । ଆସନ୍ତାକାଲି ସକାଳେ ଭୁବନେଶ୍ବରେ ରୋଡ୍‌ ସୋ' କରିବେ ନଡ୍ଡା । ମାଉସୀ ମା' ମନ୍ଦିରରରୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ କରିବେ ରୋଡ ସୋ' । ସେହିପରି ରାଉରକେଲା ସହ ଅନ୍ୟ କେତେକ ସ୍ଥାନରେ ଜନସଭାକୁ ସମ୍ବୋଧନ କରିବେ । ଇଟିଭି ଭାରତ, ଭୁବନେଶ୍ବର

Last Updated : May 15, 2024, 9:42 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.