ETV Bharat / technology

ଚାଟ୍‌ଜିପିଟିର ନୂଆ ଫିଚର, ଚୁଟକିରେ କହିବ ଫଟୋର ବିବରଣୀ - OpenAI ChatGPT

author img

By ETV Bharat Odisha Team

Published : Apr 12, 2024, 3:45 PM IST

OpenAI ChatGPT
OpenAI ChatGPT

OpenAI ChatGPT: ଓପନଏଆଇ ଚାଟଜିପିଟି ୟୁଜର୍ସଙ୍କ ପାଇଁ ଏକ ନୂଆ ଫିଚର ଆଣିଛି । ବର୍ତ୍ତମାନ ଚାଟଜିପିଟି ୟୁଜର୍ସଙ୍କୁ ଯେକୌଣସି ଫଟୋର ସମ୍ପୁର୍ଣ୍ଣ ବିବରଣୀ ଦେବ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ବର୍ତ୍ତମାନ ଚର୍ଚ୍ଚାରେ ରହିଛି ଚାଟ୍ ଜିପିଟି । ଏହାରି ଭିତରେ ଓପନ ଏଆଇ ଆଡଭାନ୍ସ ଏଆଇ ଲାଙ୍ଗଓ୍ବେଜ ମଡେଲ ଜିପିଟି-4 ଟର୍ବୋ ପାଇଁ ଏକ ନୂଆ ଅପଡେଟ ନେଇ ଘୋଷଣା କରିଛନ୍ତି । ଏଆଇ ମଡେଲରକୁ ବର୍ତ୍ତମାନ ଭିଜନ କ୍ଷମତା ମଧ୍ୟ ପ୍ରାପ୍ତ ହୋଇଛି । ଏହା ସାହାଯ୍ୟରେ ଚାଟଜିପିଟି ମଲ୍ଟି ମିଡିଆ ଇନପୁଟର ବିଶ୍ଲେଷଣ କରିବାରେ ସୁବିଧା ମିଳିବ । ଏହାର ଅର୍ଥ ହେଉଛି ବର୍ତ୍ତମାନ ଚାଟଜିପିଟି ଫଟୋକୁ ମଧ୍ୟ ବିଶ୍ଲେଷଣ କରିପାରିବ ।

ଚାଟ୍‌ଜିପିଟିର ନୂଆ ଫିଚର: ଚାଟ୍‌ଜିପିଟିର ଏହି କ୍ଷମତା ଏପିଆଇ( Application Programming Interface)ରେ ଡେଭଲପର୍ସ ସହିତ ଚାଟଜିପିଟି ମାଧ୍ୟମରେ ସାଧାରଣ ୟୁଜର୍ସଙ୍କ ପାଇଁ ଉପଲବ୍ଦ ହେବ । ଓପନଏଆଇର ଡେଭଲପର୍ସମାନେ ଏକ୍ସରେ ସେମାନଙ୍କର ଅଫିସିଆଲ୍ ଆକାଉଣ୍ଟରୁ ଏକ ପୋଷ୍ଟରେ GPT-4 Vision ଘୋଷଣା କରିଛନ୍ତି । ଏହି ପୋଷ୍ଟ ମାଧ୍ୟମରେ ସୂଚନା ଦିଆଯାଇଛି ଯେ, ଭିଜନ୍ ସହିତ GPT-4 ଟର୍ବୋ ବର୍ତ୍ତମାନ API ରେ ଉପଲବ୍ଧ । ଏଥିରେ କଲିଂର ମଧ୍ୟ ସୁବିଧା ପାଇପାରିବେ । ଭିଜନ କେପାବିଲିଟି ସହିତ ଚାଟଜିପିଟି ଟର୍ବୋ କୌଣସି ଫଟୋକୁ ମଧ୍ୟ ବିଶ୍ଲେଷଣ କରିପାରିବ ଏବଂ ଉକ୍ତ ଛବି ବିଷୟରେ ୟୁଜର୍ସଙ୍କୁ ସମ୍ପୁର୍ଣ୍ଣ ତଥ୍ୟ ପ୍ରଦାନ କରିବ । କମ୍ପାନୀ ଏହି ଫିଚରକୁ ନେଇ କେତେକ ଉଦାହରଣ ମଧ୍ୟ ସେୟାର କରିଛି ।

ଏହା ମଧ୍ୟ ପଢନ୍ତୁ: ChatGPT ଷ୍ଟୋର ଲଞ୍ଚ୍ କଲା OpenAI, ନିଜେ ଚାଟବୋଟ୍ ତିଆରି କରି ରୋଜଗାର କରିପାରିବେ ଟଙ୍କା

କଣ ରହିଛି ଏହି ଫିଚରର ସୁବିଧା: ବେଙ୍ଗାଲୁରୁ ସ୍ଥିତ ହେଲ୍‌ଥଫାଇ ମି(Healtyfy Me) ମଧ୍ୟ କଷ୍ଟମରଙ୍କ ଟ୍ରାକିଂ ମେକ୍ରୋଜକୁ ସହଜ କରିବା ପାଇଁ ଭିଜନ କ୍ଷମତା ସହିତ ଅପଡେଟେଡ ଏପିଆଇର ଉପଯୋଗ କରାଯାଉଛି । ଏହାର ସାହାଯ୍ୟରେ, ଉପଭୋକ୍ତାମାନଙ୍କୁ ସେମାନଙ୍କର କ୍ୟାମେରାକୁ ଖାଦ୍ୟ ଆଡକୁ ଦେଖାଇବାକୁ ହେବ । ଏହାପରେ AI ମଡେଲ୍ ମାକ୍ରୋମାନଙ୍କୁ କହିବ ଏବଂ ସେହି ଖାଦ୍ୟ ଖାଇବା ପରେ ଆପଣଙ୍କୁ ଚାଲିବାକୁ ପଡିବ କି ନାହିଁ ତାହା ପରାମର୍ଶ ଦେବ ।

ଚାଟଜିପିଟିର ଏହି ଫିଚର ପ୍ଲସ ୟୁଜର୍ସଙ୍କ ପାଇଁ ଉପଲବ୍ଧ ହେବ । ତେବେ ପ୍ରକାଶଥାଉକି, ଚାଟଜିପିଟି ପ୍ଲସ ହେଉଛି ଏକ ଦେୟଯୁକ୍ତ ସେବା । ଏହା ବ୍ୟବହାର କରିବାକୁ ହେଲେ ୟୁଜର୍ସଙ୍କୁ ଟଙ୍କା ଖର୍ଚ୍ଚ କରିବାକୁ ହେବ । ଚାଟଜିପିଟି ପ୍ଲସ ସର୍ଭିସର ମାସିକ ଦେୟ 20 ଡଲାର ଅଟେ । ଚାଟଜିପିଟିର ଏହି ନୂଆ ଭିଜନ ଫିଚର ଆରମ୍ଭ ହେବା ପରେ କୌଣସି ଫିଚରକୁ ଚାଟଜିପିଟିରେ ସେଣ୍ଡ କରିବା ପରେ ଏହା ଫଟେର ସମ୍ପୁର୍ଣ୍ଣ ବିବରଣୀ ପ୍ରଦାନ କରିବ । ଏହାର ଅର୍ଥ ଯଦି ତାଜମହଲର ଏକ ଫଟୋକୁ ଚାଟଜିପିଟିରେ ପକାଯାଏ ତାହେଲେ ଏହା ତାଜମହଲ କେଉଁଠାରେ ଅଛି, ଏହାର ବିଶେଷତା କଣ, କେବେ ନିର୍ମାଣ କରାଯାଇଥିଲା, ଏହାକୁ ନିର୍ମାଣ କରିବା ପାଇଁ କେଉଁ ପଥର ବ୍ୟବହାର କରାଯାଇଥିଲା ଇତ୍ୟାଦି ବିଷୟରେ ସବିଶେଷ ସୂଚନା ଦେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.