ETV Bharat / science-and-technology

ChatGPT ଷ୍ଟୋର ଲଞ୍ଚ୍ କଲା OpenAI, ନିଜେ ଚାଟବୋଟ୍ ତିଆରି କରି ରୋଜଗାର କରିପାରିବେ ଟଙ୍କା

author img

By ETV Bharat Odisha Team

Published : Jan 11, 2024, 12:19 PM IST

GPTs Store: ChatGPT ଷ୍ଟୋର ଲଞ୍ଚ କରିଲା OpenAI । ତେବେ ଏହା ସମସ୍ତଙ୍କ ପାଇଁ ବ୍ୟବହାର ଯୋଗ୍ୟ ହୋଇନଥିବା ବେଳେ ଜାଣନ୍ତୁ କଣ ରହିଛି ନିୟମ । ଅଧିକ ପଢନ୍ତୁ

GPTs Store
ଚାଟଜିପିଟି ଷ୍ଟୋର

ହାଇଦ୍ରାବାଦ: ଘୋଷଣା କରିଥିବା ପ୍ରତିଶ୍ରୁତି ପୂରଣ କଲା ଓପନ ଏଆଇ । ଚାଟଜିପିଟି ଷ୍ଟୋର ଲଞ୍ଚ୍ କଲା ଓପନଏଆଇ । ତେବେ ବର୍ତ୍ତମାନ ଏହାକୁ ସମସ୍ତେ ଆକ୍ସେସ କରିପାରିବେ ନାହିଁ ବୋଲି କୁହାଯାଇଛି । ଚାଟ୍ ଜିପିଟି ଷ୍ଟୋର୍ ବ୍ୟବହାର କରିବାକୁ ହେଲେ ଚାଟ୍ ଜିପିଟି ପ୍ଲସ୍ କିମ୍ବା ଚାଟ୍ ଜିପିଟି ଟିମକ ସବସ୍କ୍ରିପସନ ନେବା ଆବଶ୍ୟକ ।

ଚାଟ୍ ଜିପିଟି ଷ୍ଟୋର ଗୁଗଲ୍ ପ୍ଲେଷ୍ଟୋର ଏବଂ ଆପଲ୍ ଆପଷ୍ଟୋର ପରି ଅଲଗା ଅଲଗା ଆପ୍ ବିଭିନ୍ନ କାର୍ଯ୍ୟ ପାଇଁ ଉପଲବ୍ଧ ହେବ । ବର୍ତ୍ତମାନ ସୁଦ୍ଧା ଚାଟ୍ ଜିପିଟି ଷ୍ଟୋରରେ ବିନା ଦେୟରେ ଅଲଟ୍ରାଏଲ୍ସ ତରଫରୁ ଟ୍ରେଲ ରିକୋମେଣ୍ଡର, ଖାନ୍ ଏକାଡେମୀର କୋଡ୍ ଟ୍ୟୁଟର ଏବଂ କାନଭା ପକ୍ଷରୁ କଣ୍ଟେଣ୍ଟ ଡିଜାଇନର ଉପଲବ୍ଧ ଅଟେ। ଆଗାମୀ ଦିନରେ ଏଥିରେ ଜିପିଟିଏସ ଯୋଗ ହେବ ।

GPTs ଷ୍ଟୋର୍‌ରେ ଥିବା ଆପଗୁଡ଼ିକ ଓପନ୍ AI ର ଟେକ୍ସଟ ବେସ GPT-4 ଏବଂ ଇମେଜ ଜେନେରେଟିଂ ମଡେଲ DALL-E 3 ଉପରେ ଆଧାରିତ । ତେବେ ଜିପିଟିଏସକୁ କମ୍ୟୁନିଟି ଲିଡର ବୋର୍ଡକେ ଆକ୍ସେସ କରିପାରିବେ । ଯେଉଁଥିରେ ଲାଇଫ ଷ୍ଟାଇଲ, ରାଇଟିଂ, ରିସର୍ଚ୍ଚ ଆଦି କ୍ୟାଟେଗୋରୀ ହିସାବରେ ତାଲିକାଭୁକ୍ତ କରାଯାଇଛି । ଓପନଏଆଇ ଖୁବଶୀଘ୍ର GPTsକୁ ମନିଟାଇଜ କରିବା ନେଇ ଯୋଜନା କରୁଛି । ଏହା ପରେ କମ୍ପାନୀ ଲୋକପ୍ରିୟ କ୍ରିଏଟର୍ସଙ୍କ ସହିତ ରାଜସ୍ୱ ସେୟାର କରିବ ।

ଏହା ମଧ୍ୟ ପଢନ୍ତୁ: ଆସନ୍ତା ସପ୍ତାହରେ GPTs ଷ୍ଟୋର ଲଞ୍ଚ କରିବ OpenAI

ତିଆରି କରିହେବ ନିଜର ସ୍ବତନ୍ତ୍ର ଜିପିଟି: ନିଜର GPT ତିଆରି କରିବାକୁ ହେଲେ ଏଣିକି କୋଡିଂର ଆବଶ୍ୟକତା ରହିବ ନାହିଁ। ଜଣେ ସାଧାରଣ ଲୋକ ମଧ୍ୟ ଏହାକୁ ତିଆରି କରିପାରିବେ । ଏଥିପାଇଁ କେବଳ ଓପନ AI ର GPT ବିଲଡର୍ ଟୁଲ୍ ବ୍ୟବହାର କରିବାକୁ ପଡ଼ିବ । କେଉଁ କାର୍ଯ୍ୟ ପାଇଁ ଆପ୍ ଚାହୁଁଛନ୍ତି ସେହି ହିସାବରେ ଟୁଲର ବ୍ୟବହାର କରିବାକୁ ହେବ । ଏହାପରେ GPT ବିଲ୍ଡର୍ ଶୀଘ୍ର AI ଚାଟବୋଟ ତିଆରି କରିବ ।

OpenAI ଷ୍ଟୋର୍‌ରେ GPTs ଦାଖଲ କରିବାକୁ ହେଲେ ଡେଭଲପର୍ସମାନେ ଓପନ ୟୁଜର ପ୍ରୋଫାଇଲକୁ ଯାଞ୍ଚ କରିବାକୁ ହେବ । GPT ଗୁଡ଼ିକୁ OpenAI ର ନୂତନ ରିଭ୍ୟୁ ସିଷ୍ଟମରେ ଦାଖଲ କରିବାକୁ ହେବ । ପ୍ରକାଶ ଥାଉକି ଜିପିଟିଏସରେ ଥିବା ସମସ୍ତ ତଥ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ ଏବଂ କ୍ରିଏଟର୍ସ ଏହାକୁ ଆକ୍ସେସ କରିପାରିବେ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.