ETV Bharat / science-and-technology

ଆସନ୍ତା ସପ୍ତାହରେ GPTs ଷ୍ଟୋର ଲଞ୍ଚ କରିବ OpenAI

author img

By ETV Bharat Odisha Team

Published : Jan 5, 2024, 12:53 PM IST

OpenAI GPTs Store: ନିଜର ଚାଟବୋଟ ତିଆରି କରି ରୋଜଗାର କରିହେବ ଟଙ୍କା । ଆସନ୍ତା ସପ୍ତାହରେ GPTs ଷ୍ଟୋର ଲଞ୍ଚ କରିବ OpenAI । ଅଧିକ ପଢନ୍ତୁ

OpenAI GPTs Store
OpenAI GPTs Store

ହାଇଦ୍ରାବାଦ: ଘୋଷଣା କରିଥିବା ପ୍ରତିଶୃତିକୁ ପୂରଣ କରିବାକୁ ଯାଉଛି ଓପନ ଏଆଇ । ଆସନ୍ତା ସପ୍ତାହରେ GPTs ଷ୍ଚୋର ଲଞ୍ଚ କରିବ OpenAI । GPTs ଷ୍ଚୋର ଖୋଲିବା ନେଇ ଓପନ ଏଆଇ ଏକ ମେଲ ଅପଡେଟରେ ସୂଚନା ପ୍ରଦାନ କରିଛି । ଆସନ୍ତା ସପ୍ତାହ ପରେ ଏହା ସାଧାରଣ ଲୋକଙ୍କ ପାଇଁ ଲଞ୍ଚ ହେବ । ଏହାଦ୍ବାରା ସାଧାରଣ ଲୋକେ ନିଜର ଚାଟବୋଟ ତିଆରି କରି ରୋଜଗାର କରିପାରିବେ ଟଙ୍କା ।

ସୂଚନା ଅନୁସାରେ, ଗତବର୍ଷ DevDay ଇଭେଣ୍ଟରେ ଓପନ୍ AI ଖୁବଶୀଘ୍ର GPTs ଷ୍ଚୋର ଖୋଲିବା ନେଇ ଘୋଷଣା କରିଥିଲା । ତେବେ ଆପଣ ଜାଣିଛନ୍ତି କି, କ'ଣ ଏହି ଜିପିଟିଏସ ଷ୍ଟୋର ? ଏହି ଷ୍ଟୋରରେ GPT-4ରେ ନିର୍ମିତ ବିଭିନ୍ନ ଚାଟବୋଟ ରହିବ । ଯାହାକୁ ସାଧାରଣ ଲୋକେ ନିଜ କାର୍ଯ୍ୟ ପାଇଁ ବ୍ୟବହାର କରିପାରିବେ ।

ବର୍ତ୍ତମାନ କମ୍ପାନୀ ପକ୍ଷରୁ ଏକ ଇମେଲ ଅପଡେଟ ସେୟାର କରାଯାଇଛି । ଆସନ୍ତା ସପ୍ତାହରେ GPTs ଷ୍ଟୋର ଖୋଲିବା ନେଇ ଉକ୍ତି ଇମେଲରେ ଦର୍ଶାଯାଇଛି । ଯେଉଁମାନେ ନିଜର ଜିପିଟି ମଡେଲକୁ ଷ୍ଟୋର ଲିଷ୍ଟରେ ଅନ୍ତର୍ଭୁକ୍ତ କରିବାକୁ ଚାହୁଁଛନ୍ତି, ସେମାନଙ୍କୁ କମ୍ପାନୀର ସର୍ତ୍ତାବଳୀକୁ ଅନୁସରଣ କରିବାକୁ ପଡିବ ବୋଲି କୁହାଯାଇଛି । ଏହାସହିତ ମଡେଲଗୁଡିକୁ ସମସ୍ତଙ୍କ ପାଇଁ ଓପନ କରିବାକୁ ହେବ, ଯାହାଦ୍ବାରା ସାଧାରଣ ଲୋକେ ଏହାକୁ ବ୍ୟବହାର କରିପାରିବେ ବୋଲି ଦର୍ଶାଯାଇଛି । ପ୍ରକାଶ ଥାଉକି, ଜିପିଟି-4ରେ ତିଆରି ଚାଟବୋଟ ମଡେଲ ସମସ୍ତ ତଥ୍ୟକୁ ସୁରକ୍ଷିତ ରଖିବ ଏବଂ ଡେଭଲପର୍ସ ମଧ୍ୟ ଏହି ତଥ୍ୟ ବା ଡାଟାକୁ ଦେଖିପାରିବେ ନାହିଁ ।

ଏହା ମଧ୍ୟ ପଢନ୍ତୁ: ସବୁଠୁ ଲୋକପ୍ରିୟ ଚାଟ୍ ଜିପିଟି ଏଆଇ, ବହୁ ପଛରେ ଗୁଗୁଲ ବାର୍ଡ ଏବଂ ମାଇକ୍ରୋସଫ୍ଟ ବିଙ୍ଗ

GPTs ତିଆରି କରିବା ଅତ୍ୟନ୍ତ ସହଜସାଧ୍ୟ: ଯେକୌଣସି ସାଧାରଣ ଲୋକ ଚାହିଁଲେ ମଧ୍ୟ ଜିପିଟିଏସ ତିଆରି କରିପାରିବେ ବୋଲି କୁହାଯାଇଛି । ନିଜର ଚାଟବୋଟ ତିଆରି କରିବା ପାଇଁ କୌଣସି ପ୍ରକାର କୋର୍ଡିଂର ଆବଶ୍ୟକତା ରହିବ ନାହିଁ । କେବଳେ ଜିପିଟି ବଲ୍ଡରର ସାହାଯ୍ୟରେ ଚାଟବୋଟକୁ ଉକ୍ତ ବିଷୟରେ ପ୍ରଶିକ୍ଷଣ ଦେବା ସହିତ ଡାଟାକୁ ଫିଡ କରିବାକୁ ହେବ । ଏହାକୁ ଓପନ ଏଆଇର ଜିପିଟି-4ରେ ଅତି ସହଜରେ କରିପାରିବେ । ଯେଉଁ ୟୁଜର୍ସ ଚାଟ ଜିପିଟି ପ୍ଲସର ସବସ୍କ୍ରିପସନ ନେଇଛନ୍ତି, ସେମାନେ ହିଁ ଜିପିଟି ବିଲ୍ଟରକୁ ଆକ୍ସେସ କରିପାରିବେ । ଏହାର ଅର୍ଥ ଏହା ଫ୍ରି ଭର୍ସନରେ ଉପଲବ୍ଧ ନୁହେଁ । କହିରଖୁଛୁ କି, ଭାରତରେ ଚାଟଜିପିଟି ପ୍ଲସର ସବସ୍କ୍ରିପସନ ମାସିକ 20 ଡଲାର ଅଟେ । ଭାରତୀୟ ମୁଦ୍ରାରେ ଏହା 1665 ଟଙ୍କା ଅଟେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.