ETV Bharat / technology

ଇନଷ୍ଟାଗ୍ରାମରେ ଆସିଲା ଲାଟେଷ୍ଟ ଅପଡେଟ, ଆଉ ଦେଖି ହେବନି ନଗ୍ନ ଫଟୋ - Instagram Feature

author img

By ETV Bharat Odisha Team

Published : Apr 12, 2024, 5:45 PM IST

Instagram Nudity Protection Feature
Instagram Nudity Protection Feature

Instagram Nudity Protection Feature: ପ୍ଲାଟଫର୍ମରେ ନଗ୍ନତାକୁ ହଟାଇବା ପାଇଁ ଇନଷ୍ଟାଗ୍ରାମରେ ଆସିଲା ନୂଆ ଫିଚର । ଏହି ଫିଚର ପାଇବେ 18 ବର୍ଷରୁ କମ୍ ବୟସର ବ୍ୟକ୍ତି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ବର୍ତ୍ତମାନ ସମୟରେ ସବୁଠାରୁ ଲୋକପ୍ରିୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ହେଉଛି ଇନଷ୍ଟାଗ୍ରାମ । ତେବେ ଦିନକୁ ଦିନ ନ୍ୟୁଡ ଫଟୋର ବ୍ୟବହାର ବୃଦ୍ଧି ପାଉଛି । ଛୋଟ ଛୁଆଙ୍କ ଠାରୁ ଆରମ୍ଭ କରି ଅନେକ ଏହା ଦ୍ବାରା ପ୍ରଭାବିତ ହେଉଛନ୍ତି । ତେବେ ଏହାକୁ ରୋକିବା ପାଇଁ ଇନଷ୍ଟାଗ୍ରାମ ଏକ ନୂଆ ଫିଚର ଲଞ୍ଚ କରିଛି । 18 ବର୍ଷରୁ କମ ବୟସର ୟୁଜର୍ସ ପାଇଁ ଏହି ଫିଚର ଆକ୍ଟିଭ ହେବ । ସାବାଳକମାନେ ଏହି ଫିଚରକୁ ଆକ୍ଟିଭ କରିବା ପାଇଁ ଏକ ନୋଟିଫିକେସନ ପାଇବେ । ଏହାସହିତ ନ୍ୟୁଡ ଫଟୋ ପଠାଉଥିବା ୟୁଜର୍ସଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ।

  • ଯେଉଁ ୟୁଜରମାନେ ଏଭଳି ସେନ୍ସେଟିଭ ଫଟୋ ସେୟାର କରିବେ ସେମାନଙ୍କୁ ଏକ ଓ୍ବାର୍ଣ୍ଣିଂ ମେସେଜ ଆସିବ । ଏହା ଦ୍ବାରା ୟୁଜର୍ସମାନଙ୍କ ମନ ପରିବର୍ତ୍ତନ ହେବା ସହିତ ଫଟୋ ମଧ୍ଯ ଡିଲିଟ କରିପାରିବେ ।
  • 18ବର୍ଷରୁ କମ୍ ୟୁଜର୍ସଙ୍କ ଆକାଉଣ୍ଟରେ ଏହି ଫିଚର ଡିଫୋଲ୍ଡ ଭାବେ ରହିବ । ଅର୍ଥାତ କିଶୋର ୟୁଜର୍ସମାନଙ୍କୁ ଏଭଳି କଣ୍ଟେଣ୍ଟ ବ୍ଲୋର ଦେଖାଯିବ ।
  • ଯଦି ଜଣେ ୟୁଜର୍ସ ବାରମ୍ବାର ଏଭଳି ଫଟୋ ପଠାଉଛନ୍ତି ତାହାଲେ ଏହା ବିରୋଧରେ ଚାଟ୍ ରିପୋର୍ଟ ମଧ୍ୟ କରିପାରିବେ ।

ଏହା ମଧ୍ୟ ପଢନ୍ତୁ: ରାତି 10 ପରେ ଇନଷ୍ଟାଗ୍ରାମ ଦେଖିପାରିବେନି ଛୋଟ ଛୁଆ ! ୟୁଜର୍ସଙ୍କୁ ଆସିବ ମେସେଜ

ଇନଷ୍ଟାଗ୍ରାମ ଏହି ଫିଚର ରୋଲଆଉଟ କରି କହିଛି, ଆମେ ଏଭଳି ଏକ ଟେକ୍ନୋଲୋଜି ଉପରେ କାର୍ଯ୍ୟ କରୁଛୁ ଯାହା ସେକ୍ସୁଆଲ ଏକ୍ସଟେନସନ ସହିତ ଜଡିତ ଆକାଉଣ୍ଟକୁ ଚିହ୍ନଟ କରିପାରିବ । ଏଭଳି ଅପରାଧରୁ କିଶୋରମାନଙ୍କୁ ରୋକିବା ଏବଂ ଯେଉଁମାନେ ଏଥିରେ ଲିପ୍ତ ରହିଛନ୍ତି ସେମାନଙ୍କୁ ମେସେଜ ବନ୍ଦ କରିବା ପାଇଁ ଫିଚର ଉପରେ କାର୍ଯ୍ୟ କରୁଛି କମ୍ପାନୀ । ବର୍ତ୍ତମାନ ଏହା ଟେଷ୍ଟିଂ ଷ୍ଟେଜରେ ରହିଥିବା ବେଳେ ଖୁବଶୀଘ୍ର ଏହା ରୋଲଆଉଟ ହେବା ନେଇ କମ୍ପାନୀ ପକ୍ଷରୁ କୁହାଯାଇଛି ।

ଇନଷ୍ଟାଗ୍ରାମ ସମେତ ଅନ୍ୟ ସମସ୍ତ ସୋସିଆଲ ମିଡିଆ କମ୍ପାନୀ ସେମାନଙ୍କ ପ୍ଲାଟଫର୍ମରେ କିଶୋର ବ୍ୟବହାରକାରୀଙ୍କ ସୁରକ୍ଷାକୁ ନେଇ ଅନେକ ସମାଲୋଚନାର ସମ୍ମୁଖୀନ ହେଉଛନ୍ତି । ଏହା ପୂର୍ବରୁ ଆମେରିକାର ସଂସଦରେ ହାଜର ହୋଇଥିବା ମେଟା ସିଇଓ ମାର୍କ ଜୁକରବର୍ଗ ଯୌନ ଶୋଷଣର ଶିକାର ହୋଇଥିବା କିଶୋର ବ୍ୟବହାରକାରୀଙ୍କ ପିତାମାତାଙ୍କୁ କ୍ଷମା ମାଗିଥିଲେ । ଏହାପରେ କିଶୋରମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମୋଟା ଏହି ଫିଚର ଆଣିଛି । ତେବେ ଏହି ଫିଚରର ବ୍ୟବହାର ଦ୍ବାରା ୟୁଜର ଏକ୍ସପେରିୟନ୍ସ ବୃଦ୍ଧି ପାଇବ ବୋଲି କୁହାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.