ETV Bharat / technology

ରାତି 10 ପରେ ଇନଷ୍ଟାଗ୍ରାମ ଦେଖିପାରିବେନି ଛୋଟ ଛୁଆ ! ୟୁଜର୍ସଙ୍କୁ ଆସିବ ମେସେଜ

author img

By ETV Bharat Odisha Team

Published : Jan 20, 2024, 12:54 PM IST

Instagram Nighttime Nudges: ଛୋଟ ଛୁଆଙ୍କ ସୁରକ୍ଷା ପାଇଁ ଇନଷ୍ଟାଗ୍ରାମରେ ଯୋଡି ହୋଇଛି ନୂଆ ଫିଚର । ରାତି 10ଟା ପରେ ଆପ୍ ବ୍ୟବହାର କରିଲେ ଆସିବ ମେସେଜ । ଅଧିକ ପଢନ୍ତୁ

Instagram
Instagram

ହାଇଦ୍ରାବାଦ: ସୋସିଆଲ ମିଡିଆ ଭିତରେ ବର୍ତ୍ତମାନ ଡ୍ରେଣ୍ଡରେ ରହିଛି ଇନଷ୍ଟାଗ୍ରାମ । ଛୋଟ ଛୁଆଙ୍କ ଠାରୁ ଆରମ୍ଭ କରି ଯୁବପିଢିଙ୍କ ପର୍ଯ୍ୟନ୍ତ ସମସ୍ତେ ଇନଷ୍ଟାଗ୍ରାମ ରିଲ୍ସ ନିଶାରେ ବାୟା । ତେବେ ଏହାର କୁପ୍ରଭାବ ବିଶେଷ କରି ଛୋଟ ଛୁଆଙ୍କ ଉପରେ ପଡୁଥିବା ଦେଖାଯାଉଛି । ଛୋଟ ଛୁଆମାନଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସୁରକ୍ଷିତ ରଖିବା ପାଇଁ ସର୍ବଦା କାର୍ଯ୍ୟ ଜାରି ରଖିଛି ମେଟା। କମ୍ପାନୀ ଉପରେ ଏହାର ଚାପ ମଧ୍ୟ ପଡୁଛି । ତେବେ ଛୋଟ ଛୁଆଙ୍କ ପାଇଁ ପୂର୍ବରୁ କମ୍ପାନୀ ଇନଷ୍ଟାଗ୍ରାମରେ କିଛି ଫିଚର୍ସ ଯୋଡି ଥିଲା । ଛୁଆମାନେ ଏକ୍ସପ୍ଲୋର ଏବଂ ରିଲ୍ସରେ ହାର୍ମଫୁଲ କଣ୍ଟେଣ୍ଟ ଯେଭଳି ଦେଖିପାରିବେ ନାହିଁ ସେ ନେଇ ଏକ ଫିଚର ଯୋଡିଥିଲା । ଏହାରି ଭିତରେ କମ୍ପାନୀ ଆପରେ ଆଉ ଏକ ଫିଚର ଯୋଡିଛି ।

ଆନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଇନଷ୍ଟାଗ୍ରାମ ଛୋଟ ଛୁଆଙ୍କ ପାଇଁ ଇନଷ୍ଟାଗ୍ରାମ ନଜସ ଫିଚର ରୋଲଆଉଟ କରିଛି । ରାତି 10 ଟା ପରେ ଇନଷ୍ଟାଗ୍ରାମ ବ୍ୟବହାର କରିପାରିବେ ନାହିଁ ଛୋଟ ଛୁଆ । ଏହାର ଅର୍ଥ ପ୍ଲାଟଫର୍ମରୁ ଦୂରେଇ ରହିବା ପାଇଁ ରାତି 10 ଟା ପରେ ଆପରେ ଏକ ମେସେଜ ଦେଖାଯିବ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଛୋଟଛୁଆ ଯେଭଳି ଆପ ବ୍ୟବହାର ନକରିବେ ତାହାକୁ ଦୃଷ୍ଟିରେ ରଖି ଏହି ଫିଚର ଯୋଡାଯାଇଥିବା ନେଇ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: ଇନଷ୍ଟାଗ୍ରାମ ଷ୍ଟୋରୀରେ ନୂଆ ଫିଚର, ସେୟାର କରିହେବ ପ୍ରୋଫାଇଲ ଲିଙ୍କ

ରାତି 10ଟା ପରେ ଇନଷ୍ଚାଗ୍ରାମ ଖୋଲିଲେ ଏକ ମେସେଜ ଦେଖାଯିବ। ପ୍ରଥମେ ଏକ ପପଅପ ଦେଖାଯିବ ଏବଂ ସେଥିରେ ଟାଇମ ଫର ବ୍ରେକ ଦେଖାଯିବ । ଏହା ମଧ୍ୟ ଦେଖାଯିବ ଯେ, ବର୍ତ୍ତମାନ ବିଳମ୍ବ ହୋଇଯାଇଛି, ତେଣୁ ବର୍ତ୍ତମାନ ଆପ୍ ବନ୍ଦ କରାଯିବା ଉଚିତ । ଏହା କେବଳ ଛୋଟଛୁଆଙ୍କ ଆକାଉଣ୍ଟରେ ହିଁ ଦେଖାଯିବ । ରାତି 10 ଟା ପରେ ଯଦି 10 ମିନିଟ ଇନଷ୍ଟାଗ୍ରାମ ବ୍ୟବହାର କରିବେ ତାହେଲେ ଏଭଳି ମେସେଜ ଦେଖାଯିବ । ପ୍ରକାଶଥାଉକି, ଯଦି କୌଣସି ୟୁଜର୍ସ ଏହି ପପଅପ ବାର୍ତ୍ତାକୁ ବନ୍ଦ କରିବା ପାଇଁ ଚାହିଁବେ ତାହେଲେ ମଧ୍ୟ ସମ୍ଭବ ହେବ ନାହିଁ । କାରଣ ଏଥିରେ ଇନ ଏବଂ ଆଉଟ ଫିଚର ନଥାଏ। କମ୍ପାନୀ ଅଟୋମେଟିକ ଏହି ମେସେଜ ଦେଖାଇବ। ପୂର୍ବରୁ ଇନଷ୍ଟାଗ୍ରାମରେ ୟୁଜର୍ସଙ୍କ ସେଫ୍ଟି ପାଇଁ ଫିଚର୍ସ ରହିଛି । କମ୍ପାନୀ ସ୍କ୍ରିନଟାଇମ କମ୍ କରିବା ପାଇଁ ଟେକ ଏ ବ୍ରେକ, କ୍ବିଟ ମୋଡ ଭଳି ଫିଚର ଆପରେ ଦେଇଛି। ଏହାକୁ ଅନ୍ କରି ସ୍କ୍ରିନ ଟାଇମ୍ ବନ୍ଦ କରିପାରିବେ ୟୁଜର୍ସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.