ETV Bharat / state

ପାଣି ସମସ୍ୟା ସମାଧାନ କରିବାକୁ ଯାଇଥିବା ବିଧାୟକଙ୍କୁ IICଙ୍କ ଦୁର୍ବ୍ୟବହାର ଅଭିଯୋଗ - Misbehaving With Kendujhar MLA

author img

By ETV Bharat Odisha Team

Published : May 1, 2024, 9:19 PM IST

ପାଣି ସମସ୍ୟା ସମାଧାନ କରିବାକୁ ଯାଇଥିବା ବିଧାୟକଙ୍କୁ ଆଇଆଇସିଙ୍କ ଦୁର୍ବ୍ୟବହାର
ପାଣି ସମସ୍ୟା ସମାଧାନ କରିବାକୁ ଯାଇଥିବା ବିଧାୟକଙ୍କୁ ଆଇଆଇସିଙ୍କ ଦୁର୍ବ୍ୟବହାର

Misbehaving With Kendujhar MLA: ସଦର ବିଧାୟକ ମୋହନ ମାଝୀ ଲୋକଙ୍କ ପିଇବା ପାଣି ସମସ୍ୟା ବିଷୟରେ ବୁଝିବାକୁ ଯାଇଥିବା ବେଳେ ସଦର ଥାନା ଆଇଆଇସିଙ୍କ ଦୁର୍ବ୍ୟବହାର ଅଭିଯୋଗ । ପ୍ରତିବାଦରେ ଧାରଣାରେ ବସିଲେ ବିଧାୟକ ଓ ଆନ୍ଦୋଳନକାରୀ । ଅଧିକ ପଢନ୍ତୁ

ପାଣି ସମସ୍ୟା ସମାଧାନ କରିବାକୁ ଯାଇଥିବା ବିଧାୟକଙ୍କୁ ଆଇଆଇସିଙ୍କ ଦୁର୍ବ୍ୟବହାର

କେନ୍ଦୁଝର: ବିଧାୟକଙ୍କୁ ଥାନା ଅଧିକାରୀଙ୍କ ଦୁର୍ବ୍ୟବହାର । ଜନତାଙ୍କ ପାଣି ସମସ୍ୟା ସମାଧାନ କରିବାକୁ ଯାଇ ବିଧାୟକ ଅପ୍ରୀତିକର ପରିସ୍ଥିତିକୁ ସାମନା କରିଛନ୍ତି । କେନ୍ଦୁଝର ସଦର ବ୍ଲକ ଗୋପୀନାଥପୁର ବାସିନ୍ଦାଙ୍କୁ ବସୁଧା ପ୍ରକଳ୍ପରୁ ୨୫ବର୍ଷ ହେଲାଣି ପାଣି ମିଳୁନି । ଅସହ୍ୟ ଖରାରେ ଏବେ ଗୋପୀନାଥପୁର, ବେହେରା ସାହି ଓ ଶାସନ ସାହି, ରାଇସୁଆଁ, ସିଲିସୁଆଁ, ହର୍ଷପୁର ଅଞ୍ଚଳରେ ପାଣି ସମସ୍ୟା ଉତ୍କଟ ହୋଇପଡିଛି । ତେବେ ଆଜିକୁ ୫ବର୍ଷ ହେଲାଣି ଅଭିଯୋଗ ହୋଇଆସୁଥିଲେ ହେଁ କୌଣସି ସୁଫଳ ନମିଳିବାରୁ ଆଜି ସଦର ଥାନା ନିକଟ ୨୦ନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ଥିବା ବସୁଧା ପ୍ରକଳ୍ପ ସମ୍ମୁଖରେ ଗୋପୀନାଥପୁର ସରପଞ୍ଚ ସରୋଜ କୁମାର ଦେହୁରୀ, ରାଇସୁଆଁ ସରପଞ୍ଚ ଅନନ୍ତ ଚନ୍ଦ୍ର ଦେହୁରୀ, ସମିତିସଭ୍ୟ ବସନ୍ତ ସାହୁଙ୍କ ଉପସ୍ଥିତିରେ ମହିଳାମାନେ ଗରା ବାଲଟି ଧରି ପ୍ରତିବାଦ ଜଣାଇଥିଲେ ।

ଏହା ମଧ୍ୟ ପଢନ୍ତୁ... କେନ୍ଦୁଝରରେ ମୀନା-ମୋହନ-ମଞ୍ଜରୀ ଲଢେଇ, ୪୦ ବର୍ଷ ଧରି ଅଣ କଂଗ୍ରେସ ପାର୍ଟିର ରହିଛି ଦବଦବା - Kendujhar Assembly Constituency

ଏଥିସହ ଜାତୀୟ ରାଜପଥରେ ଗାଡି ଅଟକାଇ ରାସ୍ତାରୋକ୍ ଥିଲେ । ଫଳରେ ଟ୍ରାଫିକ ସମସ୍ୟା ଦେଖା ଦେବାରୁ ସଦର ଥାନା ଅଧିକାରୀ ତ୍ରିନାଥ ସେଠୀ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତା ରୋକ ହଟିଥିଲା । ଏହାପରେ ସଦର ବିଧାୟକ ମୋହନ ମାଝୀଙ୍କ ସହିତ ଆନ୍ଦୋଳନକାରୀ ମାନେ ସମସ୍ୟାର ସମାଧାନ ପାଇଁ ସଦର ଥାନାକୁ ଯାଇଥିଲେ । ତେବେ ସେଠାରେ ସଦର ଥାନା ଅଧିକାରୀ ବିଧାୟକଙ୍କୁ ଦେଖି ଉତକ୍ଷିପ୍ତ ହୋଇ ଦୁର୍ବ୍ୟବହାର କରିଥିବା ବିଧାୟକ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ ଆଇଆଇସି ତାଙ୍କୁ ଆଚରଣ ବିଧି ଉଲ୍ଲଘଂନ କରିବା କଥା କହିବା ସହ ସେଠାରୁ ଚାଲିଯିବାକୁ କହିଥିଲେ ।

ଏହି ଘଟଣା ପରେ ସଦର ବିଧାୟକ, ଆନ୍ଦୋଳନକାରୀ ଓ ଦଳୀୟ ସମର୍ଥକମାନେ ସଦର ଥାନା ସମ୍ମୁଖରେ ଧାରଣାରେ ବସିଥିଲେ । ଏହି ଦୁର୍ବ୍ୟବହାରକୁ ନେଇ ସଦର ଥାନା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ବିଧାୟକ । ପରବର୍ତ୍ତୀ ସମୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦିଲ୍ଲୀପ କୁମାର ନାୟକଙ୍କ ହସ୍ତକ୍ଷେପ ପରେ ବିଧାୟକ ଓ ଆନ୍ଦୋଳନକାରୀ ଧାରଣାରୁ ଉଠିଥିଲେ । ଗ୍ରାମ୍ୟ ଜଳ ତଥା ପରିମଳ ବିଭାଗ ନିର୍ବାହୀ ଅଧିକାରୀ ପହଞ୍ଚି ଆନ୍ଦୋଳନକାରୀଙ୍କୁ ୮ ଦିନ ମଧ୍ୟରେ ପାନୀୟ ଜଳ ସମସ୍ୟା ସମାଧାନର ଏବଂ ବର୍ତ୍ତମାନ ଠାରୁ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.