ETV Bharat / politics

କେନ୍ଦୁଝରରେ ମୀନା-ମୋହନ-ମଞ୍ଜରୀ ଲଢେଇ, ୪୦ ବର୍ଷ ଧରି ଅଣ କଂଗ୍ରେସ ପାର୍ଟିର ରହିଛି ଦବଦବା - Kendujhar Assembly Constituency

author img

By ETV Bharat Odisha Team

Published : Apr 22, 2024, 8:02 PM IST

Updated : Apr 22, 2024, 8:25 PM IST

Kendujhar Assembly Seat: ହାଇପ୍ରୋଫାଇଲ କେନ୍ଦୁଝର ବିଧାନସଭା ଆସନ ପାଇଁ ତ୍ରିମୁଖୀ ଲଢେଇ ହେବାକୁ ଯାଉଛି । ୩ ଥରର ବିଜେପି ବିଧାୟକ ମୋହନ ମାଝୀଙ୍କୁ ଟକ୍କର ଦେବେ ବିଜେଡିର ମୀନା ମାଝୀ ଓ କଂଗ୍ରେସର ପ୍ରତିଭା ମଞ୍ଜରୀ ନାଏକ । ଅଧିକ ପଢନ୍ତୁ

କେନ୍ଦୁଝର ଆସନରେ ତ୍ରିମୁଖୀ ଲଢେଇ, ୪୦ ବର୍ଷ ଧରି ଅଣ କଂଗ୍ରେସ ପାର୍ଟିର ରହିଛି ଦବଦବା
କେନ୍ଦୁଝର ଆସନରେ ତ୍ରିମୁଖୀ ଲଢେଇ, ୪୦ ବର୍ଷ ଧରି ଅଣ କଂଗ୍ରେସ ପାର୍ଟିର ରହିଛି ଦବଦବା

କେନ୍ଦୁଝର ଆସନରେ ତ୍ରିମୁଖୀ ଲଢେଇ, ୪୦ ବର୍ଷ ଧରି ଅଣ କଂଗ୍ରେସ ପାର୍ଟିର ରହିଛି ଦବଦବା

କେନ୍ଦୁଝର: ନିର୍ବାଚନୀ ବିଗୁଲ ବାଜିବା ପରେ ସ୍ପଷ୍ଟ ହୋଇଯାଇଛି ପ୍ରାର୍ଥୀତ୍ବ । ଖଣି ଖାଦାନରେ ଭରପୂର ଅଥଚ ଦାରିଦ୍ର୍ୟ ଓ କୁପୋଷଣର ଶିକାର କେନ୍ଦୁଝର ଜିଲ୍ଲା ପାଇଁ ନିର୍ବାଚନ ରଣାଙ୍ଗନ ପ୍ରସ୍ତୁତ ହୋଇସାରିଛି । କେନ୍ଦୁଝର ବିଧାନସଭା ସଂରକ୍ଷିତ ଆସନରେ ଏଥର ତ୍ରିମୁଖୀ ଲଢ଼େଇ ହେବ । ବିଜେପିର ଅଭିଜ୍ଞ ପ୍ରାର୍ଥୀ ମୋହନ ଚରଣ ମାଝୀଙ୍କ ସହିତ ଦୁଇ ନବାଗତ ମହିଳା ପ୍ରାର୍ଥୀ ବିଜେଡିର ମୀନା ମାଝୀ ଓ କଂଗ୍ରେସର ପ୍ରତିଭା ମଞ୍ଜରୀ ନାଏକଙ୍କ ମଧ୍ୟରେ ହେବ ସିଧା ଟକ୍କର ।

କେନ୍ଦୁଝର ଆସନରେ ମୋହନ ଚରଣ ମାଝୀ ବିଜେପିରୁ ୬ ଥର ନିର୍ବାଚନ ଲଢିଥିବା ବେଳେ ୩ ଥର ବିଜୟୀ ହୋଇଛନ୍ତି । ଗତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ମାଧବ ସର୍ଦାରଙ୍କୁ ମାତ୍ର ୧୧୨୪ ଖଣ୍ଡ ଭୋଟରେ ହରାଇ ବିଧାୟକ ହୋଇଥିଲେ ମୋହନ । ଏହା ସହ ସେ ବିଧାନସଭାରେ ବିରୋଧୀ ଦଳର ମୁଖ୍ୟ ସଚେତକ ଭାବେ ନିଜ ଦାୟିତ୍ବ ତୁଲାଇଥିଲେ । ମୋହନ କହିଛନ୍ତି ଯେ ଗତ ୨୪ ବର୍ଷର ବିଜେଡି ଶାସନରେ କେନ୍ଦୁଝରରେ ଆଦୌ ବିକାଶ ହୋଇପାରିନାହିଁ । କେନ୍ଦ୍ର ସରକାରଙ୍କ ଠାରୁ ମଞ୍ଜୁରୀ ମିଳିଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଅପାରଗତା ପାଇଁ ମୋଗା ଷ୍ଟିଲ ପ୍ଲାଣ୍ଟ ହୋଇପାରିଲା ନାହିଁ । ଅଞ୍ଚଳରେ ଯୁବବର୍ଗଙ୍କ ପାଇଁ ରୋଜଗାରର ଅଭାବ, ଦୁର୍ନୀତି ଭଳି ମୁଦ୍ଦାକୁ ନେଇ ସେ ଲୋକଙ୍କୁ ଭୋଟ ଭିକ୍ଷା କରିବେ ବୋଲି କହିଛନ୍ତି ।

ମୋହନଙ୍କୁ ଚେକ୍ ଦେବା ପାଇଁ ବିଜେଡି ଖେଳିଛି ମହିଳା କାର୍ଡ । ଏହି ଆସନ ସମ୍ମାନର ପ୍ରଶ୍ନ ହୋଇଥିବାରୁ ଗତ ନିର୍ବାଚନ ତ୍ରୁଟିକୁ ସୁଧାରିବା ସହ ସଠିକ୍ ପରିଚାଳନା ପାଇଁ ବିଜେଡି ନୂଆ ରଣନୀତି ଆରମ୍ଭ କରିଛି । ବିଜେଡି ମୀନା ମାଝୀଙ୍କୁ ଟିକେଟ ଦେଇଥିବା ବେଳେ ପୂର୍ବରୁ ସେ କେନ୍ଦୁଝରଗଡ଼ ପୌରପାଳିକାର ନଗରପାଳ ଭାବେ କାର୍ଯ୍ୟ କରିସାରିଛନ୍ତି । ଗତ ୨୦ ବର୍ଷ ମଧ୍ୟରେ ସବୁବେଳେ ବିଜେଡି ନିଜର ପ୍ରାର୍ଥୀ ବଦଳାଇଛି । କେନ୍ଦୁଝରରେ ମେଡିକାଲ କଲେଜ ଓ ଧରଣୀଧର ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ସହ ବିଜେଡି ସରକାର ଲୋକଙ୍କ ପାଇଁ ଜନ୍ମରୁ ମୃତ୍ୟୁ ଯାଏଁ ବିଭିନ୍ନ ଯୋଜନାକୁ ପ୍ରସଙ୍ଗ କରି ଲୋକଙ୍କ ପାଖକୁ ଯାଉଛନ୍ତି ମୀନା ।

ଏହା ମଧ୍ୟ ପଢନ୍ତୁ... କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀରେ କର୍ମୀ ସମ୍ମିଳନୀ କରି ପ୍ରାଚର ମୈଦାନକୁ ଓହ୍ଲାଇଲେ ମୀନୀ ମାଝୀ - Meena Majhi Election Campaign

କଂଗ୍ରେସ ପ୍ରାର୍ଥୀ ପ୍ରତିଭା ନାଏକ ମଧ୍ୟ ଜଣେ ଅଭିଜ୍ଞ ରାଜନୀତି ପରିବାରର ହୋଇଥିବାରୁ ୩ ପ୍ରାର୍ଥୀଙ୍କ ଲଢ଼େଇ ଜୋରଦାର ହେବା ପରିସ୍ଥିତି ରହିଛି । ପ୍ରତିଭାଙ୍କ ସ୍ବାମୀ ସୁବର୍ଣ୍ଣ ନାଏକ ୨୦୦୯ରେ ଇଞ୍ଜିନିୟରିଂ ଚାକିରି ଛାଡି ବିଜେଡିରେ ଯୋଗ ଦେଇ ପ୍ରଥମଥର ବିଧାୟକ ହୋଇଥିଲେ । ପରେ ଦଳ ତାଙ୍କୁ ଆଉ ଟିକଟ୍ ଦେଇନଥିଲା । ପ୍ରତିଭା ମଧ୍ୟ ଝୁମ୍ପୁରା ବ୍ଲକର ଅଧ୍ୟକ୍ଷା ସହିତ ଜିଲ୍ଲା ପରିଷଦ ସଦସ୍ୟା ଭାବେ କାର୍ଯ୍ୟ କରିଥିଲେ । ଏଥର ସେ କଂଗ୍ରେସରେ ଯୋଗଦେବା ପରେ ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ପ୍ରାର୍ଥୀ କରିଛି ।

ତେବେ ଏହି ତ୍ରିକୋଣୀୟ ମହାଲଢେଇକୁ ନେଇ ବୁଦ୍ଧିଜୀବୀ ମତ ଦେଇଛନ୍ତି ଯେ ଯଦି କଂଗ୍ରେସ ଅଧିକ ଭୋଟ ପାଏ ତେବେ ବିଜେପି ବହୁମତ ପାଇବ ଏବଂ କଂଗ୍ରେସ କମ୍ ଭୋଟ ପାଏ ତେବେ ବିଜେଡି ବିଜୟୀ ହେବାର ସମ୍ଭାବନା ରହିଛି । ପ୍ରକାଶ ଯେ କେନ୍ଦୁଝର ଜିଲ୍ଲାରେ ଚତୁର୍ଥ ପର୍ଯ୍ୟାୟରେ ନିର୍ବାଚନ ଥିବା ବେଳେ ମେ ମାସ ୬ ତାରିଖ ନାମାଙ୍କନ ପତ୍ର ଦାଖଲ ଶେଷ ଦିନ ଅଛି। ସେହିପରି ମେ ମାସ ୨୫ ରେ ଭୋଟଦାନ ଅଛି ।

ଇଟିଭି ଭାରତ, କେନ୍ଦୁଝର

Last Updated :Apr 22, 2024, 8:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.