ETV Bharat / international

କେନିଆରେ ଡ୍ୟାମ ଭୁଶୁଡ଼ିବା ପରେ ବନ୍ୟା ପରିସ୍ଥିତି, 45 ମୃତ - Kenya Dam Collapse

author img

By PTI

Published : Apr 29, 2024, 10:41 PM IST

KENYA DAM COLLAPSE
KENYA DAM COLLAPSE

KENYA DAM COLLAPSE: କେନିଆରେ ଡ୍ୟାମ ଭୁଶୁଡ଼ିବା ପରେ ବନ୍ୟା ପରିସ୍ଥିତି । ଅକାଳରେ ଆଖି ବୁଜିଲେ 45ରୁ ଅଧିକ ନାଗରିକ । ଅଧିକ ପଢନ୍ତୁ

ନୈରୋବି: ପ୍ରବଳ ବର୍ଷା ହେଲା କାଳ । ପୂର୍ବ ଆଫ୍ରିକୀୟ ଦେଶ କେନିଆରେ ଡ୍ୟାମ ଭୁଶୁଡ଼ି ପଡ଼ିବାରୁ ପ୍ରାୟ 45 ଲୋକଙ୍କ ମୃତ୍ୟୁ ଘଟିଛି । ସୋମବାର ସକାଳୁ ସକାଳୁ 'କିଜାବ' ଡ୍ୟାମଟି ଭାଙ୍ଗି ପଡ଼ିଥିବା ବେଳେ ଡ୍ୟାମ ପାଣି ଲୋକଙ୍କ ଘରେ ପଶିଥିଲା । ଆଖି ପିଛୁଳାକେ ଘର, ରାସ୍ତା, ବୃକ୍ଷ, ପଥର ସମେତ ଲୋକଙ୍କୁ ଭସାଇ ନେଇଥିଲା । ଏନେଇ କେନିଆ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

KENYA DAM COLLAPSE
KENYA DAM COLLAPSE

ଏହି ବଡ଼ ଧରଣର ଅଘଟଣ ପରେ କେନିଆର ଏକ ରାଜପଥ ବ୍ୟସ୍ତବହୁଳ ହୋଇପଡ଼ିଥିଲା । ଡ୍ୟାମ ପାଣି ଏକ ବଡ଼ ଅଞ୍ଚଳରେ ବୁଡ଼ାଇ ଦେଇଥିବାରୁ ପ୍ରାକୃତିକ ବିପନ୍ନଙ୍କ ନିକଟରେ ସଙ୍ଗେ ସଙ୍ଗେ ପହଞ୍ଚିଥିଲେ ସ୍ବାସ୍ଥ୍ୟକର୍ମୀ । କେନିଆ ରେଡକ୍ରସର ସୂଚନା ଅନୁସାରେ ପ୍ରାୟ 109 ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବାବେଳେ 49 ଜଣ ନିଖୋଜ ଥିବା ସୂଚନା ମିଳିଛି । ସ୍ଥାନୀୟ ବାସିନ୍ଦା ୱିଲିୟମ୍ ଲୋକାଇ ସିଟିଜେନ୍ ଟିଭିକୁ ସୂଚନା ଦେଇ କହିଛନ୍ତି ଯେ ସେ ଜୋରରେ ଶବ୍ଦ ଶୁଣିବା ପରେ ତାଙ୍କ ନିଦ ଭାଙ୍ଗିଯାଇଥିଲା । ଏହାର କିଛି ସମୟ ପରେ ତାଙ୍କ ଘରେ ପାଣି ପଶିଯାଇଥିଲା । ସେ ନିଜ ଭାଇ ଏବଂ ପିଲାଙ୍କ ସହିତ ଛାତ ଦେଇ ଜଳପୂର୍ଣ୍ଣ ଘରୁ ବାହାରିଥିଲେ ।

ଏହା ବି ପଢନ୍ତୁ- କୁତ୍ରିମ ବର୍ଷାରେ ବୁଡିଲା ଦୁବାଇ, ଓମାନରେ 18ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ଗତ କିଛି ଦିନ ଧରି କେନିଆରେ ଚାଲିଥିବା ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହି ପ୍ରବଳ ବର୍ଷା ଯୋଗୁଁ ପୂର୍ବରୁ ପ୍ରାୟ 100 ଲୋକ ପ୍ରାଣ ହରାଇଥିବା ବେଳେ ବିଦ୍ୟାଳୟକୁ ବନ୍ଦ ରଖାଯାଇଛି । ମାର୍ଚ୍ଚ ଅଧାରୁ ଦେଶରେ ପ୍ରବଳ ବର୍ଷା ହୋଇଆସୁଥିବା ବେଳେ ଆହୁରି ଅଧିକ ବର୍ଷା ହେବା ନେଇ ପାଣିପାଗ ବିଭାଗ ଚେତାବନୀ ଦେଇଛି । ଭବିଷ୍ୟତରେ ଘଟୁଥିବା ଘଟଣାକୁ ଏଡାଇବା ପାଇଁ କେନିଆର ଆଭ୍ୟନ୍ତରୀଣ ମନ୍ତ୍ରୀ କିଥୁର କିଣ୍ଡିକି ସୋମବାର ଅପରାହ୍ନରୁ 24 ଘଣ୍ଟା ମଧ୍ୟରେ ସମସ୍ତ ସରକାରୀ ତଥା ବେସରକାରୀ ଡ୍ୟାମ ଏବଂ ଜଳ ଭଣ୍ଡାର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମନ୍ତ୍ରଣାଳୟ କହିଛି ଯେ ଯାଞ୍ଚ ପରେ ସ୍ଥାନାନ୍ତର ଏବଂ ପୁନଃ ଥଇଥାନ ପାଇଁ ସୁପାରିଶ କରାଯିବ ।

ସେପଟେ ରାଜଧାନୀ ନୈରୋବିର ପଶ୍ଚିମାଞ୍ଚଳ ନୈଭାଶା ଏବଂ ନାରୋକରେ ରାସ୍ତା ଅବରୋଧ କରୁଥିବା ଯାନଗୁଡ଼ିକର ଚଳାଚଳ ନ କରିବା ପାଇଁ କେନିଆ ଜାତୀୟ ରାଜପଥ ପ୍ରାଧିକରଣ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବ ଆଫ୍ରିକୀୟ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଦେଖାଦେଇଛି ଏବଂ ତାଞ୍ଜାନିଆରେ 155 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପଡୋଶୀ ବୁରୁଣ୍ଡିରେ 2 ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ରବିବାର ରାତିରେ କେନିଆର ଉତ୍ତର ଗାରିସା କାଉଣ୍ଟିରେ ଏକ ଡଙ୍ଗା ବୁଡ଼ି ଯାଇଥିଲା । କେନିଆ ରେଡକ୍ରସର ସୂଚନା ଅନୁସାରେ ପ୍ରାୟ 23 ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ 12ରୁ ଅଧିକ ଲୋକ ନିଖୋଜ ଅଛନ୍ତି ।

କେନିଆରେ ପ୍ରାୟ 2 ଲକ୍ଷରୁ ଅଧିକ ଲୋକ ଏହି ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି । ଲୋକଙ୍କୁ ସ୍କୁଲ ଘରେ ଆଶ୍ରୟ ନେବାକୁ କୁହାଯାଇଛି । ପ୍ରଭାବିତ ବ୍ୟକ୍ତିଙ୍କ ପାଇଁ ଅସ୍ଥାୟୀ ଶିବିର ଭାବରେ ବ୍ୟବହାର ପାଇଁ ଜମି ଯୋଗାଇବାକୁ ରାଷ୍ଟ୍ରପତି ୱିଲିୟମ ରୁଟୋ ଜାତୀୟ ଯୁବ ସେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.