ETV Bharat / international

କୁତ୍ରିମ ବର୍ଷାରେ ବୁଡିଲା ଦୁବାଇ, ଓମାନରେ 18ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା - UAE Heavy Rainfall

author img

By ETV Bharat Odisha Team

Published : Apr 17, 2024, 3:55 PM IST

Dubai heavy rainfall: ପ୍ରବଳ ବର୍ଷାରେ ବେହାଲ ଦୁବାଇ । 2 ଦିନ ମଧ୍ୟରେ ହୋଇଥିବା ଏହି ବର୍ଷା 75 ବର୍ଷର ରେକର୍ଡ ଭାଙ୍ଗିଛି । ଏହି ମରୁଭୂମୀ ଅଞ୍ଚଳରେ ସାଧାରଣତଃ କମ ବର୍ଷା ହେଉଥିବା ବେଳେ କାହିଁକି ହଠାତ ଏଭଳି ବାଦଲଫଟା ବର୍ଷା ହେଲା ତାହା ସମସ୍ତଙ୍କୁ ଚକିତ କରିଛି । ତେବେ ଜାଣନ୍ତୁ ଦୁବାଇରେ ଏହି ବାଦଲଫଟା ବର୍ଷା ହେବାର କାରଣ କଣ !

Dubai heavy rainfall
Dubai heavy rainfall

ହାଇଦ୍ରାବାଦ: ଦୁବାଇରେ ରେକର୍ଡ ଭଙ୍ଗା ବର୍ଷା । ଗତ 2 ଦିନ ଧରି ଦୁବାଇରେ ପ୍ରବଳ ବର୍ଷା 75 ବର୍ଷର ରେକର୍ଡ ଭାଙ୍ଗିଛି । ବର୍ଷକ ମଧ୍ୟରେ ଦୁବାଇରେ ଯେତିକି ବର୍ଷା ହୋଇଥାଏ ମାତ୍ର 2 ଦିନରେ ସେତିକି ବର୍ଷା ଦେଖିଛନ୍ତି ସେଠାକାର ନାଗରିକ । ବିମାନବନ୍ଦରଠୁ ନେଇ ବଡ ବଡ ମଲ ଗୁଡିକ ବର୍ଷା ଜଳରେ କବଳିତ । ପଡୋଶୀ ଦେଶ ଓମାନ, କତାର, ବାହାରିନ୍, ସାଉଦି ଆରବରେ ମଧ୍ୟ ବର୍ଷା ହୋଇଛି । ହଠାତ ଏଭଳି ବର୍ଷା ଜନଜୀବନ ଅସ୍ତବ୍ୟସ୍ତ କରିପକାଇଛି । ରାସ୍ତା ଘାଟ ସବୁଠି ପାଣି ହିଁ ପାଣି । ଗାଡି ମଟର ଚଳାଚଳରେ ବାଧା ସୃଷ୍ଟି ହୋଇଛି । ମରୁଭୂମି ଅଞ୍ଚଳରେ ଏତେ ପରିମାଣର ବର୍ଷା ସମସ୍ତଙ୍କୁ ଚକିତ କରିଛି । ଏତେ ପରିମାଣ ବର୍ଷା ହଠାତ କାହିଁକି ହେଲା ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଛି ।

ଦୁବାଇରେ ପ୍ରବଳ ବର୍ଷାର କାରଣ କଣ: ଦୁବାଇରେ ଏହି ଭାରି ବର୍ଷାର କାରଣ ହେଉଛି କ୍ଲାଉଡ ସିଡିଙ୍ଗ୍ । ଏହି କ୍ଲାଉଡ ସିଡିଙ୍ଗକୁ ଆର୍ଟିଫିସିଆଲ ବର୍ଷା (କୃତ୍ରିମ ବର୍ଷା) ମଧ୍ୟ କୁହାଯାଏ । ଏହାଦ୍ୱାରା ବର୍ଷା କମ ହେଉଥିବା ସ୍ଥାନରେ ବର୍ଷା କରାଯାଏ । ଦୁବାଇରେ ଏହାର ଟେଷ୍ଟ କରାଯାଉଥିବା ବେଳେ କୌଣସି କାରଣବଶତଃ ଏହି ପ୍ରକ୍ରିୟାରେ ଗଡବଡ ହୋଇଯାଇଥିଲା । ଏହି ଅସାବଧାନତା କାରଣରୁ ଦୁବାଇରେ ଏଭଳି ଭୟଙ୍କର ବର୍ଷା ହୋଇଛି ।

ଏହାମଧ୍ୟ ପଢନ୍ତୁ.. ସମୁଦ୍ରକୂଳରୁ ରହସ୍ୟମୟୀ ମୃତଦେହ ଭରା ଡଙ୍ଗା ଉଦ୍ଧାର, ତଦନ୍ତ ଜାରି - Brazil Boat With Several Corpses

ମିଡିଆ ରିପୋର୍ଟ ଅନୁଯାୟୀ, ଦୁବାଇର ଅଲ ଏନ ଏୟାରପୋର୍ଟରୁ କ୍ଲାଉଡ ସିଡିଙ୍ଗ ପାଇଁ ବିମାନ ଉଡାଣ ଭରିଥିଲା । ସୋମବାର ଓ ମଙ୍ଗଳବାର ମଧ୍ୟରେ ପାଖାପାଖି 7ଥର ବିମାନକୁ ଉଡାଯାଇଥିଲା । ଏହି ପ୍ରକ୍ରିୟାରେ ତ୍ରୁଟି ଦେଖିବାକୁ ମିଳିଥିଲା । ଏହି ପ୍ରକ୍ରିୟାରେ ଯେତିକି ପରିମାଣର ଧୂଳିକଣା ବାୟୁମଣ୍ଡଳରେ ସାମିଲ ହେବା କଥା ତାଠାରୁ ଅଧିକ ପରିମାଣର ହୋଇଯାଇଥିଲା । ଯେଉଁଥିପାଇଁ ଏତେମାତ୍ରାରେ ବର୍ଷା ଦେଖିବାକୁ ମିଳିଛି । ତେବେ ଏହି ବର୍ଷା କେବଳ ଦୁବାଇରେ ନୁହେଁ ବରଂ ଏହାର ପଡୋଶୀ ଦେଶରେ କଣ ପାଇଁ ହେଲା ତାହା ଏବେସୁଦ୍ଧା ସ୍ପଷ୍ଟ ହୋଇନାହିଁ ।

UAEରେ କ୍ଲାଉଡ ସିଡିଙ୍ଗ ପରୀକ୍ଷା ପ୍ରଥମ ଘଟଣା ନୁହେଁ । ଏହାପୂର୍ବରୁ 1982ରେ ମଧ୍ୟ ଏହାର ପ୍ରୟୋଗ କରାଯାଇଥିଲା । 1982 ମସିହାରେ ବାରମ୍ବାର କ୍ରୃତିମ ଉପାୟମରେ ବର୍ଷା କରାଯାଇଥିଲେ ମଧ୍ୟ ଏଭଳି ବନ୍ୟା ସ୍ଥିତି କେବେ ଉପୁଜିନଥିଲା ।

75 ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା: ଦୁବାଇରେ 2 ଦିନ ମଧ୍ୟରେ ହୋଇଥିବା ବର୍ଷା 75 ବର୍ଷର ରେକର୍ଡ ଭାଙ୍ଗିବାରେ ସକ୍ଷମ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ରାସ୍ତାଘାଟ ବୁଡି ଯିବା ସହ ସେଠାକାର ନାଗରିକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ରାସ୍ତା ଉପରେ ଗାଡି ମଟର ବୁଡି ଯାଉଥିବାର ଦେଖିବାକୁ ମିଳିଛି । ସାଧାରଣତଃ ୟୁଏଇରେ ଖୁବ କମ୍ ବର୍ଷା ହୋଇଥାଏ । ଯେଉଁଥିପାଇଁ ଏଠାରେ ଜଳ ନିଷ୍କାସନ ବ୍ୟବସ୍ଥା ଏତେ ଉଚ୍ଚକୋଟୀର ନୁହେଁ । ଯଦି ସେଠାରେ ସ୍ୱାଭାବିକ ଠାରୁ ଅଧିକ ମାତ୍ରାରେ ବର୍ଷା ହୋଇଥାଏ ତେବେ ସେଠାକାର ଅବସ୍ଥା ବେହାଲ ହୋଇପଡେ । ବନ୍ୟା ସ୍ଥିତି ଦେଖିବାକୁ ମିଳିଥାଏ । ପଡୋଶୀ ଦେଶ ବାହାରିନ୍, କତାର, ସାଉଦି ଆରବରେ ମଧ୍ୟ ଏହି ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି । ଅନ୍ୟପଟେ ଓମାନରେ ପ୍ରବଳ ବର୍ଷା କାରଣରୁ ବନ୍ୟା ସୃଷ୍ଟି ହୋଇଛି । ବନ୍ୟା ବିତ୍ପାତରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ 18ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.