ETV Bharat / international

ସମୁଦ୍ରକୂଳରୁ ରହସ୍ୟମୟୀ ମୃତଦେହ ଭରା ଡଙ୍ଗା ଉଦ୍ଧାର, ତଦନ୍ତ ଜାରି - Brazil boat with Several corpses

author img

By ETV Bharat Odisha Team

Published : Apr 14, 2024, 12:11 PM IST

Brazil boat with dead body
Brazil boat with dead body

Dead body full boat rescue from Brazil: ବ୍ରାଜିଲ ସମୁଦ୍ରକୂଳରୁ ମୃତଦେହ ଭରା ଡଙ୍ଗା ଉଦ୍ଧାର । ରହସ୍ୟମୟୀ ଡଙ୍ଗାକୁ ନେଇ ଚାଲିଛି ତଦନ୍ତ । ପୂର୍ବରୁ ମଧ୍ୟ ଘଟିଥିଲା ଏହି ଘଟଣା । ଅଧିକ ପଢନ୍ତୁ ।

ବ୍ରାସିଲିଆ: ବ୍ରାଜିଲର ଉତ୍ତରପୂର୍ବ ଉପକୂଳରୁ ରହସ୍ୟମୟୀ ମୃତଦେହ ଭରା ଡଙ୍ଗା ଉଦ୍ଧାର ହୋଇଛି । ଡଙ୍ଗାଟି ଭାସି ଭାସି ଆସି କୂଳରେ ଲାଗିଥିବା ବେଳେ ଏଥିରେ ପାଖାପାଖି 20ଟି ଗଳିତ ମୃତଦେହ ଥିବା ଜଣାପଡିଛି । ଅନ୍ୟପଟେ ଏହି ଡଙ୍ଗା କେଉଁଠୁ ଆସିଲା କିମ୍ବା କିପରି ଆସିଲା ସେ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ । ତେବେ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ଦ୍ୱାରା ଏହି ଡଙ୍ଗା ଉଦ୍ଧାର ହୋଇଥିବା ବେଳ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଏହାପୂର୍ବରୁ 2021 ମସିହାରେ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଲିଥିଲା ।

ସୂଚନା ଅନୁଯାୟୀ, ବ୍ରାଜିଲର ଆଟର୍ଣ୍ଣି ଜେନେରାଲ କାର୍ଯ୍ୟାଳୟରୁ ଏହି ରହସ୍ୟମୟୀ ଡଙ୍ଗା ସମ୍ପର୍କରେ ବୟାନ ଜାରି କରାଯାଇଛି । ଆଟର୍ଣ୍ଣି ଜେନେରାଲ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଏହି ଡଙ୍ଗା ସମ୍ବନ୍ଧରେ ସୂଚନା ମିଳିଛି । ତେବେ ଘଟଣାସ୍ଥଳରେ ଫରେନ୍ସିକ ଟିମ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛନ୍ତି । ବୋଟରେ 20ଟି ମୃତଦେହ ଥିବା ଅନୁମାନ କରାଯାଉଛି । ତେବେ ଏହି ଡଙ୍ଗା କେଉଁଠୁ ଆସିଲା ସେନେଇ ଏବେସୁଦ୍ଧା ଜଣାପଡିନାହିଁ । ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଯାଇଛି ।

ଡଙ୍ଗାଟି ଦେଶର ଉପକୂଳବର୍ତ୍ତୀ ରାଜ୍ୟ ପାରାର ରାଜଧାନୀ ବେଲେମଠାରୁ ପାଖାପାଖି 300 କିଲୋମିଟର (185 ମାଇଲ୍ସ) ଦୂରରୁ ଉଦ୍ଧାର ହୋଇଛି ।

ଏହାମଧ୍ୟ ପଢନ୍ତୁ.. ଆରବ ଉପକୂଳରୁ ଇସ୍ରାଏଲ ସମ୍ବନ୍ଧିତ ଜାହାଜ ଜବତ କଲା ଇରାନ, ଇସ୍ରାଏଲ ସେନା ଦେଲା ପରିଣାମ ଭୋଗିବାର ଚେତାବନୀ - Iran Seizes Israeli Ship

ଅନ୍ୟପଟେ ଏଭଳି ଘଟଣା ବ୍ରାଜିଲରେ ପାଇଁ କିଛି ନୂଆ ଘଟଣା ନୁହେଁ । ଆଟଲାଣ୍ଟିକ ମହାସାଗରର ପଶ୍ଚିମ ଦିଗରେ ମତ୍ସ୍ୟଜୀବୀଙ୍କ ଦ୍ୱାରା ମୃତଦେହ ଭରା ଡଙ୍ଗା ଉଦ୍ଧାର ଘଟଣା ବାରମ୍ବାର ଘଟୁଥିବା ଦେଖିବାକୁ ମିଳିଛି । ଏହାପୂର୍ବରୁ ମଧ୍ୟ 2021 ଏଭଳି ଘଟଣା ଦେଖିବାକୁ ମିଳିଥିଲା । 2021ରେ ପୂର୍ବ ବ୍ରାଜିଲ ଓ ପୂର୍ବ କାରିବିୟାନରେ ପାଖାପାଖି 7ଟି ମୃତଦେହ ଭରା ଡଙ୍ଗା ଉଦ୍ଧାର ହୋଇଥିଲା । ତେବେ ତଦନ୍ତ ପରେ ଜଣାପଡିଥିଲା ଯେ, ଏହି ମୃତଦେହ ଗୁଡିକ ଆଫ୍ରିକୀୟମାନଙ୍କ ଥିଲା । ସେମାନେ କାନାରୀ ଦ୍ୱୀପକୁ ଯାଉଥିବା ବେଳେ ବାଟ ଭୁଲି ସେମାନେ ଆଟଲାଣ୍ଟିକ ମହାସାଗରରେ ବହୁ ସପ୍ତାହ ଧରି ଫସି ଯାଇଥିଲେ । ଯାହାଫଳରେ ତାଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟପଟେ ସେମାନଙ୍କୁ ଜଳଦସ୍ୟୁମାନେ ହତ୍ୟା କରିଥିବା ନେଇ ମଧ୍ୟ ଆଶଙ୍କା କରାଯାଉଛି । ତେବେ ବ୍ରାଜିଲ ଉପକୂଳରୁ ମିଳିଥିବା ମୃତଦେହ ଭରାକୁ ନେଇ ବିଭିନ୍ନ ଦିଗରୁ ତଦନ୍ତ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.